/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732100118.jpg)
What to do to please Maa Lakshmi on Manabasa
ମାଣବସା ଗୁରୁବାର ଓଷା କୃଷି ସହିତ ଜଡିତ ଓଡ଼ିଶାର ଏକ ମହାନ ପର୍ବ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ।
ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ମାର୍ଗଶିର ମାସରେ ପୂଜା ଘରକୁ ଧାନ ମେଣ୍ଟି ବା "ଧାନବେଣୀ"ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ବେଣୀ ତିଆରି କରାଯାଏ।
ଅଧିକ ପଢ଼ନ୍ତୁ: ମା’ ଲକ୍ଷ୍ମୀଙ୍କୁ ଡାକି ଧନଧାନ୍ୟରେ ପରିପୂର୍ଣ୍ଣ ହେଲେ ଗରିବ ବ୍ରାହ୍ମଣ
ଏମିତି ନାଁ କାହିଁକି:
ପ୍ରତ୍ୟେକ ପର୍ବ ପର୍ବାଣୀର ପଛରେ କିଛି ନା କିଛି ଗୋଟେ କାରଣ ରହିଥାଏ। ସେହିପରି ମାଣ ବସାଇବାରୁ "ମାଣବସା" ନାଁ ଆସିଛି। ପ୍ରାଚିନ କାଳରେ ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହେଉଥିଲା। ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟିକୁ ମାଣବସା ବୋଲି କୁହାଯାଏ।
ଆଦିବାସୀ ସମାଜରେ ମାଣବସା:
ଏହି ପର୍ବ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ। ସାନ୍ତାଳମାନେ "ଇରୁ ମାମଣେ", ଭୂୟାଁମାନେ "ମଗୁଶୀର ଗୁରୁବାର ହଲବା" ଆଦି ନାମରେ ଲକ୍ଷ୍ମୀ ପୂଜା କରିଥାନ୍ତି। ଏହି ସମୟରେ ସନ୍ତାନସନ୍ତତି ନ ଥିବା ନାରୀମାନେ ସନ୍ତାନ ଆଶାରେ କାଞ୍ଜି ଅଁଳା ବା"ଶୁଖୁଆ ବୋହୁ" ବା "ଷଠି ଓଷା" ମଧ୍ୟ କରିଥାନ୍ତି।
ପାଳନ କରିବାର ବିଧି:
ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ। ଚାଷୀ ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା'ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ଏଥିରେ ବେଣୀ ବାନ୍ଧି ମେଣ୍ଟି ବା ମେଣ୍ଟା ପ୍ରସ୍ତୁତ କରିଥାଏ। ଗୁରୁବାର ଓଷାର ପୂର୍ବଦିନରୁ ଘର ଦ୍ୱାର ଅଗଣା ଓ ଘର ଚାରିପାଖ ଗୋବର ମାଟିରେ ଲିପା ପୋଛା କରି ପରିଷ୍କାର କରିଥାଏ। ଅମଳ ପରେ ଖଳାରେ ଥିବା ଧାନ ଗଦାକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ।
ମାଣବସା ଗୁରୁବାର ଓଷା ପୂର୍ବ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟି ଚିତା ପକାଇଥାନ୍ତି। ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି। ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ। ସେଥିରେ କଉଡିକୁ ଆଖିଭାବେ ବ୍ୟବହାର କରି ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା’ ଉପରେ ଧାନର ମେଣ୍ଟାକୁ ରଖାଯାଏ। ଏହାକୁ ଏକ ନବ ବଧୂର ରୂପେ ସଜାଯାଏ।
କ’ଣ ହୁଏ ଭୋଗ:
ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ। ଲକ୍ଷ୍ମୀଙ୍କ ପାଖରେ ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ) ଲଗାଯାଏ। ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ।
ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ମା’ଙ୍କ ପାଖରେ ଲାଗି କରାଯାଇଥାଏ। ଲକ୍ଷ୍ମୀଙ୍କୁ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ। ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ। ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି। ଏହାକୁ ପରିବାର ଛଡ଼ା ଅନ୍ୟ କାହାକୁ ନ ଦେବାର ନିୟମ ଅଛି।
ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ ବାଳଧୂପ ପରି ଭୋଗ ଲଗାଯାଇ ସଂଧ୍ୟା ପୂଜା କରାଯାଏ। ୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ।
ମାର୍ଗଶିର ମାସର ଶେଷ ଗୁରୁବାର ବ୍ରତ ସାରି ଉଜୁଆ ଯାଏ। ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ। ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ। ପରେ ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ। ଏହାକୁ ମାଣଧାନ ଜାଉ ବୋଲି କୁହାଯାଏ।
ଦେଖନ୍ତୁ ଭିଡିଓ | ମହାଲକ୍ଷ୍ମୀ ଆଉ ବେଲପତ୍ର
Prime Minister Modi : ଭୁଟାନରୁ ଫେରି ଦିଲ୍ଲୀର LNJP ହସ୍ପିଟାଲରେ ପହଞ୍ଚିଲେ ମୋଦି , ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ

Exercise Maru Jwala: ପାକ୍ ସୀମାରେ ଭାରତୀୟ ସେନା , ଦମ୍ ଦେଖାଇଲା ଡ୍ରୋନ୍ ଓ ରୋବୋଟ୍

Another Arrest Shakes SI Scam Probe: ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ , ଦୀଘା ମଡ଼୍ୟୁଲକୁ ଅପରେଟ କରୁଥିଲା

Odisha To Host: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T-20କୁ ତ୍ରୁଟିଶୂନ୍ୟ କରିବାକୁ ଫୋକସ୍ , ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)