Advertisment

Prathamastami: ରାତି ପାହିଲେ ପ୍ରଥମାଷ୍ଟମୀ , ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିର ଗଲା ପୋଢ଼ୁଆଁ ଭାର

ରାତି ପାହିଲେ ପ୍ରଥମାଷ୍ଟମୀ ତଥା ପୋଢୁଆଁ ଅଷ୍ଟମୀ। ଏଥିପାଇଁ ନିଆଳି ମାଧବ ପୀଠରୁ ଶ୍ରୀକ୍ଷେତ୍ରକୁ ଯାଇଛି ପୋଢ଼ୁଆଁ ଭାର। ଯେଉଁଥିରେ ପାଟ ବସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତି ପାଇଁ ସାମଗ୍ରୀ, ଫଳ, ଫୁଲ,ଦୟଣା ଆଦି ରହିଛି।

author-image
Manas Ranjan Mohanty
PRATHAMAASTAMI

PRATHAMAASTAMI Photograph: (OTV)

ରାତି ପାହିଲେ ପ୍ରଥମାଷ୍ଟମୀ ତଥା ପୋଢୁଆଁ ଅଷ୍ଟମୀ। ଏଥିପାଇଁ ନିଆଳି ମାଧବ ପୀଠରୁ ଶ୍ରୀକ୍ଷେତ୍ରକୁ ଯାଇଛି ପୋଢ଼ୁଆଁ ଭାର। ଯେଉଁଥିରେ ପାଟ ବସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତି ପାଇଁ ସାମଗ୍ରୀ, ଫଳ, ଫୁଲ,ଦୟଣା ଆଦି ରହିଛି। ପାରମ୍ପରିକ ନିୟମ ଅନୁଯାୟୀ, ମାମୁଁ ଘରୁ ଯାଏଁ ପୋଢୁଆଁ ଭାର। ସେହି ନୀତିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ମାଧବାନନ୍ଦ ଜୀଉଙ୍କ ପୀଠ। ପୂର୍ବରୁ ଏହି ପରମ୍ପରା ଚାଲି ଆସିଥିବା ବେଳେ ମଝିରେ କିଛି ବର୍ଷ ଧରି ଏହା ବନ୍ଦ ଥିଲା। ଏବେ ୭ ବର୍ଷ ଧରି ଏହାକୁ ଅଞ୍ଚଳବାସୀ ଆରମ୍ଭ କରିଛନ୍ତି। ଦିନକୁ ଦିନ ଏହାର ଆଦର ବୃଦ୍ଧି ପାଉଛି। ଭାରରେ ବିଭିନ୍ନ ଫଳ ପୀଠ ପ୍ରସ୍ତୁତ ପାଇଁ ସାମଗ୍ରୀ ଫୁଲ ତୁଳସୀ ଦୟାଣ ଆଦି ଦିଆ ଯାଇଛି। ଶତାଧିକ ସଙ୍କୀର୍ତ୍ତନ ମଣ୍ଡଳୀ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଭାର ଶୋଭାଯାତ୍ରା ଯାଇଛି ପୁରୀ ଶ୍ରୀକ୍ଷେତ୍ର। 

Advertisment

ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପ୍ରଥମାଷ୍ଟମୀ । ଏହି ଦିନ ଘରର ଜ୍ୟେଷ୍ଠ ପୁଅ ଓ ଝିଅମାନେ ନବ ବସ୍ତ୍ର ପରିଧାନ କରୁଥିବା ବେଳେ ପିଠାପଣା, ଭୋଗରାଗ ଘରେ ଘରେ କରାଯାଇଥାଏ । ଘରର ଜ୍ୟେଷ୍ଠ ସନ୍ତାନ ମାନଙ୍କ ପାଇଁ ନବ ବସ୍ତ୍ର ସାଧାରଣତଃ ମାମୁଁ ଘରୁ ଆସିଥାଏ । ସେହିପରି ଦେବାଦେବୀଙ୍କ କ୍ଷେତ୍ରରେ ଏହା ପ୍ରଚଳିତ ହୋଇଥାଏ । 

ଆସନ୍ତାକାଲି ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ନିଆଳିର ପ୍ରଭୁ ମାଧବାନନ୍ଦଜୀଉ ହେଉଛନ୍ତି ମହାପ୍ରଭୁଙ୍କ ମାମୁଁ ଘର । ପୂର୍ବରୁ ପ୍ରଭୁ ମାଧବାନନ୍ଦଙ୍କ ମନ୍ଦିରରେ ଅନେକ ଭୂ-ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦିଆଯାଇଥିଲା । ସେହି ଜମି ଉତ୍ପାଦିତ ସାମଗ୍ରୀ ଅଣାଯାଇ ଶ୍ରୀମନ୍ଦିରରେ ପଢ଼ୁଆଁ ଭାର ରୂପେ ଦିଆଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା କୌଣସି କାରଣରୁ ପାଳନ ହୋଇ ପାରିନଥିଲା । ପରେ ନିଆଳି ବାସିନ୍ଦା ଓ ମାଧବ ବିକାଶ ପରିଷଦ ପକ୍ଷରୁ ଏକତ୍ର ନିଷ୍ପତ୍ତି ନେଇ ଗତ ସାତ ବର୍ଷ ହେବ ମହାପ୍ରଭୁଙ୍କ ପାଇଁ ପଢୁଆଁ ଭାର ଆଣି ଶ୍ରୀମନ୍ଦିରରେ ଦେଉଛନ୍ତି । 

Advertisment

ନିଆଳି ମାଧବ ଅଞ୍ଚଳରୁ ସ୍ଥାନୀୟ ପୁଷ୍ପାଳକ ସେବାୟତଙ୍କ ଘରୁ ୧୮୬୦ ମସିହାରେ ଗଜପତିଙ୍କ ଦ୍ବାରା ଜାରି ସନନ୍ଦର କିଛି ଅଂଶ ଅନୁଯାୟୀ ପୂର୍ବରୁ କୋଠଭୋଗ ମଠ ଶ୍ରୀମନ୍ଦିରକୁ ଆବଶ୍ୟକ ଦ୍ରବ୍ୟ ଯୋଗାଉଥିଲା। ମାଧବଙ୍କ ଛତିଶା ନିଯୋଗର ଗୋସ୍ୱାମୀ ଅନ୍ତର୍ଭୁକ୍ତ ସେବକ ସେମାନେ କୋଠ ଭୋଗ ମାର୍ଫତ ଦାର ଥିଲେ। ସେତେବେଳେ ରାଜାରାଜୁଡ଼ା ସମୟରେ ନିଆଳି ଅଞ୍ଚଳରୁ ଆଦାୟ ଖଜଣା କରକୁ  ମାଧବ ପୀଠରୁ ମାର୍ଗଶିର କୃଷ୍ଣ ସପ୍ତମୀରେ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଶ୍ରୀନହରକୁ ପଠାଯାଉଥିଲା। ସେହି ପରମ୍ପରା ,ବିଶ୍ୱାସ ଆଜି ବୃହତ୍ ରୂପ ନେଇଛି।

ରାତି ପାହିଲେ ପ୍ରଥମାଷ୍ଟମୀ 
ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିର ଗଲା ପୋଢ଼ୁଆଁ ଭାର
ପୋଢ଼ୁଆଁ ଭାରରେ ରହିଛି ପାଟ ବସ୍ତ୍ର 
ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତି ସାମଗ୍ରୀ ବି ଅଛି

Advertisment
Related Articles
Advertisment