ସୁମିତ୍ରା ପାଢ଼ୀ ପଣ୍ଡିଚେରୀ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଓ ଇଂଲିଶ୍ ଏଣ୍ଡ ଫରେନ୍ ଲାଙ୍ଗୁଏଜ୍ ୟୁନିଭର୍ସିଟି, ହାଇଦ୍ରାବାଦରୁ ଉଚ୍ଚଶିକ୍ଷା ଲାଭ କରିବା ପରେ ଗତ ପନ୍ଦର ବର୍ଷ ଧରି ବିକଳ୍ପ ଶିକ୍ଷା ଉପରେ କାମ କରିବା ସହ ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଫେଲୋସିପ୍ ପାଇ ଓଡ଼ିଶାର ଆର୍ଟ ଓ କ୍ରାଫ୍ଟ ଉପରେ ରିସର୍ଚ୍ଚ କରୁଛନ୍ତି । ସେ ଚିତ୍ରକଳା, ସଂସ୍କୃତି, ଶିକ୍ଷା ଓ ପିଲାଙ୍କ ମନସ୍ତତ୍ତ୍ୱ ଉପରେ ଅନେକ ନିବନ୍ଧ ଲେଖି ବିଶେଷ ପରିଚିତି ଲାଭ କରିଛନ୍ତି। ପୋଥି ବାହାରର ପୃଥିବୀ, ଚ଼ାହିଁଲେ ଆକାଶ, ଆଲୋକର ଅଭିସାର, English Grammar, କୁନିପରୀର ଗପ, ଭେଟଘାଟ୍ @ BAT ନାମରେ ତାଙ୍କର ଛଅଟି ପୁସ୍ତକ ଏ ଭିତରେ ପ୍ରକାଶିତ ହୋଇସାରିଛି ।