ମୁମ୍ବାଇ: ଡ୍ୟାନ୍ସର ରାକ୍ଷୀ ସାୱନ୍ତ ଆଜିକାଲି ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ରାକ୍ଷୀ ସାୱନ୍ତଙ୍କର ଅନେକ ଫ୍ୟାନ୍ସ ଅଛନ୍ତି। ତାଙ୍କ ପାଖରେ ଆଜି ସବୁକିଛି ଅଛି। ଅର୍ଥ, ପରିଚୟ ସମ୍ମାନ…। ହେଲେ ତାଙ୍କ ବାଲ୍ୟକାଳ ଯେ ଏପରି ଦୁଃଖ ଆଉ ଯନ୍ତ୍ରଣା...
ପୁରୀ: ଦିନକ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ ଭକ୍ତ ଏ ଅପୂର୍ବ ରୂପ ଦର୍ଶନରୁ ବଞ୍ଚିତ ହେବେ। କାରଣ କରୋନା ମହାମାରୀ ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଛି ପ୍ରଶାସନ। ଉପଜିଲ୍ଲାପାଳ ଭବତାରଣ ସାହୁ ଆଜି ନିବେଦନ କରି...
ମୁମ୍ବାଇ: ସ୍ୱାମୀ ଅଫିସରୁ ବିଳମ୍ବରେ ଫେରିଲେ ସବୁ ସ୍ତ୍ରୀ ବିରକ୍ତ ହୁଅନ୍ତି, ରାଗନ୍ତି। ଅନେକ ସମୟରେ ଘରେ ଝଗଡ଼ା ବି ଲାଗିଯାଏ। ହେଲେ ସ୍ୱୀମୀ ବିଳମ୍ବରେ ଫେରିବାରୁ ସ୍ତ୍ରୀ କୋର୍ଟର ଦ୍ୱାରସ୍ଥ ହେବ, ଏପରି କଥା କେବେ ଶୁଣିଛନ୍ତି ? ହଁ, ଏମିତି ବି ଘଟେ। ଜଣେ ମହିଳା...
ଭୁବନେଶ୍ୱର: ଆସନ୍ତାକାଲିଠାରୁ DBS ଇଣ୍ଡିଆ ବ୍ୟାଙ୍କ ଭାବେ ଖୋଲିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଶାଖା । ଏହା ସହିତ ଗ୍ରାହକଙ୍କ ଆକାଉଣ୍ଟ ଚାଲୁ ହେବ । ଗ୍ରାହକମାନେ ଟଙ୍କା ଉଠାଇ ପାରିବେ । ଟଙ୍କା ଉଠାଣ ପାଇଁ ଯେଉଁ କଟକଣା ଥିଲା, ତାହା ପ୍ରତ୍ୟାହାର ହୋଇଯିବ। ରିଜର୍ଭ ବ୍ୟାଙ୍କ...
ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୪ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୬୯ ଥିବାବେଳେ ଲୋକାଲ କେସ ୨୭୫ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। । ଆଜି କଟକରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ...
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୦୪ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।...
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ମରୁ ଅଞ୍ଚଳରେ ଏକ ରହସ୍ୟମୟ ଧାତୁ ସ୍ତମ୍ଭର ସନ୍ଧାନ ମିଳିଛି । ଖମ୍ବ ଆକୃତିର ଏହି ଧାତୁକୁ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କିଏ କହୁଛି ଏଲିଏନ୍ସ ପୃଥିବୀକୁ ପଳାଇ ଆସିନାହାନ୍ତି ତ ! ସୋଶାଲ ମିଡିଆରେ ମଧ୍ୟ ଏହି ଚିତ୍ର...
ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ୧୨ ବର୍ଷ। ୨୦୦୮ ଆଜିର ଦିନରେ ମୁମ୍ବାଇ ଦେଖିଥିଲା ଆତଙ୍କବାଦୀଙ୍କ ସେହି ବର୍ବରୋଚିତ ଘଟଣା। ପାକିସ୍ତାନର ସଶସ୍ତ୍ର ୧୦ ଲସ୍କର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପଶି ଭିଆଇଥିଲେ ଆତଙ୍କର ତାଣ୍ଡବ। ଲିଓପାଡ୍ କାଫେ, ସିଏସ୍ଟି ଷ୍ଟେସନ୍, ତାଜ୍ ପ୍ୟାଲେସ୍,...
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀରେ ବିରାଟ କୃଷକ ସମାବେଶ ପାଇଁ ଯୋଜନା ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ କେରଳରୁ ଆସିଥିବା ଚାଷୀମାନେ ଯୋଜନା କରିଥିବାବେଳେ ସେମାନଙ୍କୁ ଦିଲ୍ଲୀକୁ ଆସିବା ପାଇଁ ଅନୁମତି ଦେଇ ନାହାନ୍ତି ସରକାର। କରୋନା ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ...
ଫୁଲବାଣୀ: ଛିଣ୍ଡି ଯାଇଛି ଜଗାକାଳିଆ ଯୋଡ଼ି। ଜଗାକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି କାଳିଆ। କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଭିତରୁ ଗତକାଲି କାଳିଆର ମୃତ୍ୟୁ ଘଟିଥିଲା। କାଳିଆର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ କାଳିଆର ଅନ୍ତ୍ୟେଷ୍ଟି କରାଯାଇଛି...
ହାଇଦ୍ରାବାଦ: ହାଇଦ୍ରାବାଦ କର୍ତ୍ତୃପକ୍ଷଙ୍କ ଅନୁମତି ନ ନେଇ ଓସମାନିଆ ବିଶ୍ୱବିଦ୍ୟାଳୟକୁ ଯିବା ବିଜେପି ସାଂସଦ ତେଜସ୍ୱୀ ସୂର୍ୟ୍ୟାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ନେଇ ବିଶ୍ୱବଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେଲେଙ୍ଗାନା ଡିଜିପିଙ୍କ କହିବା ଅନୁସାରେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ...
ମୁମ୍ବାଇ: ବିବାଦରେ ଫସିବାକୁ ଯାଉଛି ଲୋକପ୍ରିୟ ଟେଲି ଶୋ’ କୌନ ବନେଗା କରୋନପତି। ଏହି ଶୋ’କୁ ନେଇ ମୁଜାଫରପୁର ଅଦାଲତରେ ଏକ ଅଭିଯୋଗ କରାଯାଇଛି। ଧର୍ମୀୟ ଭାବାନକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସିକନ୍ଦରପୁର ନିବାସୀ ଆଚାର୍ଯ୍ୟ ଚନ୍ଦ୍ରକିଶାର ପାରାଶର ସିଜିଏମ୍ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିନେତା ଅମିତାଭ...
ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୬୪୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୫୯୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୪୩ ଥିବାବେଳେ ଲୋକାଲ କେସ ୨୫୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...
ପୁରୀ: ଆଜି ମହାପ୍ରଭୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜମାନ । ଭକ୍ତଙ୍କ କୋଳାହଳରେ ଆଜି କମ୍ପୁଥାନ୍ତା ଶ୍ରୀମନ୍ଦିର। ହେଲେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ନାହିଁ। ପରମ୍ପରା ଅନୁଯାୟୀ ତିନି ଠାକୁର ଯୋଦ୍ଧାବେଶରେ ସଜ୍ଜିତ ହୋଇ ବସିଛନ୍ତି ମହାପ୍ରଭୁ। ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ରରେ...