ଦିଲୀପ ସାବତ, ଓଡ଼ିଶାର ଜଣାଶୁଣା ଯୁବ ସାମ୍ବାଦିକ ମଧ୍ୟରୁ ଅନ୍ୟତମ। ଓଡ଼ିଶାର ପ୍ରଥମ ଦୈନିକ ଖବର କାଗଜ ' ଦୈନିକ ଆଶା ' ର ରାଜ୍ୟ ପ୍ରତିନିଧି ଭାବେ ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଦୀର୍ଘ ୧୦ବର୍ଷ ଧରି କାର୍ଯ୍ୟ ଦକ୍ଷତା ହାସଲ କରିଛନ୍ତି। ଧରିତ୍ରୀରେ ଫିଚର୍ କଣ୍ଟ୍ରିବ୍ୟୁଟର, ସମ୍ବାଦ, ସର୍ବସାଧାରଣ ସମେତ ବିଭିନ୍ନ ଦୈନିକ ଓ ସାପ୍ତାହିକ ପତ୍ରପତ୍ରିକାରେ ରାଜନୈତିକ, ସାମାଜିକ ଘଟଣାବଳୀକୁ ନେଇ ସ୍ତମ୍ଭ ଉପସ୍ଥାପନ କରି ଆସୁଛନ୍ତି। ହିନ୍ଦୀ ଦୈନିକ ଦେଶବଂଧୁରେ ସେ କିଛି ଦିନ ଓଡ଼ିଶା ପ୍ରତିନିଧି ଭାବେ କାମ କରିଛନ୍ତି। ବର୍ତ୍ତମାନ ଏକ ଇଂରାଜୀ ପୋର୍ଟାଲ ଓ ଓଡ଼ିଆ ଦୈନିକରେ ବ୍ୟୁରୋ ମୁଖ୍ୟ ଭାବେ ୨୦୧୮ରୁ କାର୍ଯ୍ୟରତ ଅଛନ୍ତି।