/odishatv-khabar/media/media_files/2025/12/13/winter-2025-12-13-08-42-09.jpg)
WINTER Photograph: (OTV)
ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା। ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା। ଶୀତ ଲହରି ଜାରି ରହିବା ଆଶଙ୍କାରେ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି।
ଶୁକ୍ରବାର ଜି.ଉଦୟଗିରିରେ ସର୍ବନିମ୍ନ ୩.୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଶିମିଳିଗୁଡ଼ାରେ ତାପମାତ୍ରା ୩.୬ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରି, ଚିପିଲିମାରେ ୬.୬ ଡିଗ୍ରି, ଝାରସୁଗୁଡ଼ାରେ ୭.୧ ଡିଗ୍ରି ଓ ଭବାନୀପାଟଣାରେ ୭.୫ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି।
ସେହିଭଳି ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର କିଛି କିଛି ଅଞ୍ଚଳରେ ଶୀତ ଲହରି ପ୍ରବାହିତ ହେବାର ଆଶଙ୍କାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଥଣ୍ଡା ପାଗ ଜାରି ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
• ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା
• ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା
• ଜି.ଉଦୟଗିରିରେ ସର୍ବନିମ୍ନ ୩.୧ ଡିଗ୍ରୀ ରେକର୍ଡ
• ଶୀତ ଲହରି ପାଇଁ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
• ଆସନ୍ତା ୬ରୁ ୭ ଦିନ ଯାଏଁ ଜାରି ରହିବ ପ୍ରବଳ ଥଣ୍ଡା
Lionel Messi’s India Tour 2025: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସୀ; ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ, ଜୋରଦାର ସ୍ୱାଗତ

Daily Horoscope 13th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 13th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Agniveers Showcase Elite Tactics: କୋଣାର୍କରେ ମନମୋହିଲା ଅଗ୍ନିବୀରଙ୍କ ରଣକୌଶଳ, ୧୨ କୋଟି ବ୍ୟୟରେ ହୋଇଛି ଅତ୍ୟାଧୁନିକ ଟ୍ରେନିଂ ପ୍ରତିଷ୍ଠାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)