/odishatv-khabar/media/media_files/2025/12/17/cold-wave-2025-12-17-09-12-00.jpg)
Cold Wave Photograph: (OTV)
ରାଜ୍ୟରେ ଜାଡ଼ ଭାଙ୍ଗୁଛି। ଶୀତରେ ଝରୁଛି କୋରାପୁଟରୁ କଟକ, ଭବାନୀପାଟଣାରୁ ଭଦ୍ରକ, ପୁଣି ବାଲଶ୍ବରରୁ ବ୍ରହ୍ମପୁର। ସାରା ରାଜ୍ୟରେ ଶୀତ ଲହରି। ସକାଳୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। କାଲୁଆ ହୋଇଯାଉଛି ହାତଗୋଡ଼। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ସପ୍ତାହେ ପାଗ ଶୁଖିଲା ରହିବ। ସାଧାରଣ ତାପମାତ୍ର୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।
କିଛି କିଛି ସ୍ଥାନରେ ପାରଦ ୨ ଡିଗ୍ରୀ ଯାଏଁ ଖସିପାରେ। ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ଶୀତର ପ୍ରକୋପ ରହିବ। କିଛି କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିପାରେ। ଗତ ୨୪ ଘଣ୍ଟାରେ ୫.୨ ଡିଗ୍ରୀ ସହ ସେମିଳିଗୁଡ଼ା ଥିଲା ସବୁଠୁ ଥଣ୍ଡା। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୫, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୭ ଡିଗ୍ରୀ, ଘୁ. ଉଦୟଗିରିରେ ୭.୬, ନବରଙ୍ଗପୁରରେ ୮.୮ ଏବଂ ଚିପିଲିମା ଓ ଅନୁଗୁଳରେ ସର୍ବନିମ୍ନ ପାରଦ ରହିଥିଲା ୯ ଡିଗ୍ରୀ ସେଲସିୟସ୍।
• ସପ୍ତାହେ ଶୀତ ଲହରି!
• ଶୀତରେ ଥରୁଛି ସାରା ଓଡ଼ିଶା
• ରାଜ୍ୟରେ ସପ୍ତାହ ଯାଏଁ ପାଗ ଶୁଖିଲା ରହିବ
• ସାଧାରଣ ତାପମାତ୍ର୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ
• କିଛି କିଛି ସ୍ଥାନରେ ପାରଦ ୨ ଡିଗ୍ରୀ ଯାଏଁ ଖସିପାରେ
• ୨୨ ଯାଏଁ ରାଜ୍ୟରେ ଶୀତର ପ୍ରକୋପ ରହିବା ସମ୍ଭାବନା
• ଆସନ୍ତା ସପ୍ତାହେ ଯାଏଁ ରହିବ ଥଣ୍ଡା ପ୍ରକୋପ
• ୨୨ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ
• ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିବ ଥଣ୍ଡା
Operation Dharapagad: 'ଅପରେସନ୍ ଧରପଗଡ଼': ମାଫିଆଙ୍କ ଉପରେ କଡା ଆକ୍ସନ

Tight Security for OTET Examination: ଆଜି OTET: CCTV ସ୍କାନରରେ ସମସ୍ତ ପରୀକ୍ଷା କେନ୍ଦ୍ର

Dhauli Gang Rape Case Under Red Flag: 'ରେଡ୍ ଫ୍ଲାଗ୍' ହେଲା ଧଉଳି ଲଜ୍ଜା, ପୀଡ଼ିତାଙ୍କୁ ମିଳିବ ନ୍ୟାୟ

Odia Youth Returns to India: ସୁଦାନରୁ ଫେରୁଛନ୍ତି ଓଡ଼ିଆ ପୁଅ, ଗୃହଯୁଦ୍ଧ ଭିତରେ ମୁକୁଳିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)