/odishatv-khabar/media/media_files/2025/12/14/cold-wave-2025-12-14-10-18-56.jpg)
Cold Wave Photograph: (OTV)
ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା। ଆସନ୍ତା ଦିନେ ଦୁଇ ଦିନ ଯାଏଁ ଜାରି ରହିବ ଶୀତ ଲହରି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଥଣ୍ଡା କଲବଲ କରିବ। ବିଭିନ୍ନ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସିପାରେ।
ଏବେ ୧୦ ଡିଗ୍ରୀ ତଳେ ରାଜ୍ୟର ୧୬ ସହରର ତାପମାତ୍ରା। ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ୩.୧ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସେମିଳିଗୁଡ଼ାରେ ୪.୬, ଫୁଲବାଣୀ ୫.୫, ଦାରିଙ୍ଗବାଡ଼ି ୬ ଡିଗ୍ରୀ, କୋରାପୁଟ ୬.୫, ଚିପିଲିମା ୭.୮, ନବରଙ୍ଗପୁର ଓ ରାଉରକେଲା ୮ ଡିଗ୍ରୀ ରହିଥିଲା ସର୍ବନିମ୍ନ ତାପମାତ୍ରା।
ଝାରସୁଗୁଡ଼ା ୮.୨, ଭବାନୀପାଟଣା ୮.୫, ଅନୁଗୁଳ ୯, କିରେଇ ୯.୨ ଡିଗ୍ରୀ, ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।
• ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା
• ଆସନ୍ତା ଦିନେ ଦୁଇ ଦିନ ଯାଏଁ ଜାରି ରହିବ ଶୀତ ଲହରି
• ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଥଣ୍ଡା କଲବଲ କରିବ
• ବିଭିନ୍ନ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସିପାରେ
• ୧୦ ଡିଗ୍ରୀ ତଳେ ରାଜ୍ୟର ୧୬ ସହରର ତାପମାତ୍ରା
• ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ୩.୧ ଡିଗ୍ରୀ ରେକର୍ଡ
Skeleton Recovered: ମାଟି ତଳୁ ବାହାରିଲା ରାମୁ , ଦିନେ ଚନ୍ଦକା ଜଙ୍ଗଲରେ କରୁଥିଲା ରାଜ୍

Odisha MLA Salary Hike: କପେ ଚା’କୁ ନିଅଣ୍ଟ ସାଢ଼େ ୩ ଲକ୍ଷ, ଝାଡ଼ିଦେଲେ ଜୟ

Mamata Banerjee Apologises: ଭାଙ୍ଗିଲା ଗର୍ବ, କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Struggle to Survive: ମାଳମାଳ ଯୋଜନା କିନ୍ତୁ ଆଙ୍କ ପାଇଁ ସବୁ ସାତ ସପନ , ନିଜ ପାଇଁ ନିଜେ ସାହାରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)