Advertisment

Severe Cold Wave Hits Odisha: ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼, ପ୍ରବଳ ଥଣ୍ଡାରେ କଲବଲ ଜୀବନ

ଖସୁଛି ପାରଦ, ବଢୁଛି ଶୀତ। କିଛିଦିନ ହେବ ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସଂଧ୍ୟା ହେବା କ୍ଷଣି ଦୋକାନ ବଜାର, ରାସ୍ତାଘାଟ ସବୁ ଶୂନଶାନ ହେଇଯାଉଛି।

author-image
Chinmayee Sahoo
Cold Wave

Cold Wave Photograph: (OTV)

ଖସୁଛି ପାରଦ, ବଢୁଛି ଶୀତ। କିଛିଦିନ ହେବ ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସଂଧ୍ୟା ହେବା କ୍ଷଣି ଦୋକାନ ବଜାର, ରାସ୍ତାଘାଟ ସବୁ ଶୂନଶାନ ହେଇଯାଉଛି। ଶୀତ ଛଡ଼ାଇବାକୁ ଘଣ୍ଟା ଘଣ୍ଟା ନିଆଁ ପୁଉଁଛନ୍ତି ଲୋକେ। ପାଣିପାଗ ବିଜ୍ଞାନୀଙ୍କ ଆକଳନ କାଲିଠୁ ଆହୁରି ବଢିବ ଶୀତ। ଆସନ୍ତା ୧୨ ତାରିଖ ଯାଏ ଶୀତର ପ୍ରକୋପ ଜାରି ରହିବ। ଆସନ୍ତା ୧୩ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଶୀତ କମିବ। 

Advertisment

ପ୍ରବଳ ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା। ଏଠି ସର୍ବନିମ୍ନ ସ୍ତରକୁ ଖସି ଆସିଛି ପାରଦ। ୫ ଡିଗ୍ରୀ ତଳେ ରହୁଛି ତାପମାତ୍ରା। ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ ରହୁଛି । ଆଜି ସକାଳ ୫ଟା ୩୦ରେ ଝାରସୁଗୁଡ଼ା ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି।

ପ୍ରାୟ ସପ୍ତାହେ ହେଲାଣି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିନ ତମାମ କୋହଲା ଶୀତର ପ୍ରଭାବ ରହୁଥିବା ବେଳେ ସନ୍ଧ୍ୟା ୫ଟା ପରେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ମଧ୍ୟରାତ୍ରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାହାନ୍ତିଆରୁ ଘନ କୁହୁଡି ପାଇଁ ଜିରୋ ଭିଜିବିଲିଟି ଲୋକଙ୍କ ଯାତାୟତରେ ବି ସମସ୍ୟା ଉପୁଜୁଛି। 

Advertisment

ନବରଙ୍ଗପୁରରେ ହାଡ଼ ଭଙ୍ଗା ଜାଡ଼ ନ ହେଲେ ବି ଶୀତର ପ୍ରକୋପ ଅଧିକ ରହୁଛି। ରାତି ସମୟରେ ଶୀତ ଲହରୀ ଦେଖିବାକୁ ମିଳୁଛି। ରାତି ୮ଟା ପରେ ଦୋକାନ ବଜାର, ରାସ୍ତାଘାଟ ସବୁ ଶୂନସାନ ହେଇ ଯାଇଯାଉଛି। ମଣିଷ ତ ମଣିଷ, ଗୃହପାଳିତ ପ୍ରାଣୀ ବି ପ୍ରବଳ ଜାଡ଼ରେ କଷ୍ଟ ଭୋଗୁଛନ୍ତି। ଲେକେ ନିଜକୁ ଫିଟ୍ ରଖିବାକୁ ମର୍ଣ୍ଣିଂ ୱାର୍କ ସହ ଖେଳ କୁଦ କରି ସମୟ କାଟୁଛନ୍ତି। ନବରଙ୍ଗପୁର ଜିଲ୍ଲାରେ କିଛି ଦନ ହେବ ପ୍ରାରଦ ୧୦ ଡିଗ୍ରୀ ଛୁଇଁଛି।   

•    ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼, ପ୍ରବଳ ଥଣ୍ଡାରେ କଲବଲ ଜୀବନ
•    କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ୫ ଡିଗ୍ରୀ ତଳେ ପାରଦ
•    ଆସନ୍ତା ୧୨ ତାରିଖ ଯାଏ ଶୀତର ପ୍ରକୋପ ଜାରି ରହିବ
•    ୧୩ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ କମିବ ଶୀତ

Cold Wave
Advertisment
Related Articles
Advertisment