Advertisment

Odisha Shivers: ଶୀତରେ ଥରହର ସାରା ଓଡ଼ିଶା; ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଶୀତ

ଶୀତରେ ଥରହର ସାରା ଓଡ଼ିଶା। ଆହୁରି ୪ ଦିନ ଜାରି ରହିବ ଶୀତ ଲହରୀ। ୧୩ରୁ ପଶ୍ଚିମ ହିମାଳୟ ଅଂଚଳରେ ପଶ୍ଚିମା ଝଡ଼ର ପ୍ରଭାବ। ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଶୀତ।

author-image
Chinmayee Sahoo
COLD_WAVE

COLD_WAVE Photograph: (OTV)

ଶୀତରେ ଥରହର ସାରା ଓଡ଼ିଶା। ଆହୁରି ୪ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ୧୩ ତାରିଖରୁ ପଶ୍ଚିମ ହିମାଳୟ ଅଂଚଳରେ ପଶ୍ଚିମା ଝଡ଼ ପ୍ରଭାବ ସମ୍ଭାବନା ରହିଛି। ଏହାପର ଠାରୁ ରାଜ୍ୟରେ କମିବ ଶୀତ। 

Advertisment

ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେବା ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିବ। 

ହେଲେ ୧୩ ତାରିଖ ପରଠୁ ଏକ ପଶ୍ଚିମା ଝଡ଼ ପ୍ରଭାବରୁ ଏହି ବାୟୁ ଚଳାଚଳରେ ପରିବର୍ତ୍ତନ ସହ ରାତି ତାପମାତ୍ରାରେ ବୃଦ୍ଧି ସହ ଶୀତ କମିବା ସମ୍ଭାବନା ରହିଛି। ସେପଟେ ପ୍ରବଳ ଶୀତରେ ଥରହର କନ୍ଧମାଳ। ଜିଲ୍ଲାରେ ୫ ଡିଗ୍ରୀ ତଳେ ରହିଛି ପାରଦ। 

Advertisment

ରାତିରେ ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବାକୁ ଲୋକ ନିଆର ଆଶ୍ରୟ ନେଉଛନ୍ତି। ପ୍ରାୟ ସପ୍ତାହେ ହେଲାଣି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ବର୍ତମାନ ପାରଦ ତଳକୁ ତଳକୁ ଖସିଛୁ। ଦିନ ତମାମ କୋହଲା ପାଗ, ସନ୍ଧ୍ୟାରେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ଯେତେ ଗରମ ବସ୍ତ୍ର ପିନ୍ଧିଲେ ମଧ୍ୟ ଶୀତ ଦାଉରୁ ବଞ୍ଚିବା କଷ୍ଟ ହେଉଛି। ତେଣୁ ଲୋକେ ନିଆଁର ଆଶ୍ରୟ ନେଉଛନ୍ତି, ନିଆଁ ପାଖରେ ବସି ଦେହକୁ ଉଷୁମ କରୁଛନ୍ତି। 

•    ଶୀତରେ ଥରହର ସାରା ଓଡ଼ିଶା
•    ଆହୁରି ୪ ଦିନ ଜାରି ରହିବ ଶୀତ ଲହରୀ
•    ୧୩ରୁ ପଶ୍ଚିମ ହିମାଳୟ ଅଂଚଳରେ ପଶ୍ଚିମା ଝଡ଼ର ପ୍ରଭାବ
•    ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଶୀତ
•    ଆସନ୍ତା ୧୨ ତାରିଖ ଯାଏଁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ସମ୍ଭାବନା
•    କନ୍ଧମାଳ ଜିଲ୍ଲାରେ ୫ ଡିଗ୍ରୀ ତଳେ ରହିଛି ପାରଦ
•    ଶୀତରୁ ରକ୍ଷା ପାଇବାକୁ ନିଆଁର ଆଶ୍ରୟ ନେଉଛନ୍ତି ଲୋକ
•    ସପ୍ତାହେ ହେଲାଣି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି

Odisha Shivers
Advertisment
Related Articles
Advertisment