/odishatv-khabar/media/media_files/2025/12/12/cold-wave-2025-12-12-21-13-44.jpg)
COLD-WAVE Photograph: (OTV)
ହାଡ଼ଭଙ୍ଗା ଜାଡ଼, ଘନ କୁହୁଡ଼ି। ଗଲା କିଛି ଦିନ ଧରି ରାଜ୍ୟବାସୀଙ୍କୁ ଅଥୟ କଲାଣି ଅସହ୍ୟ ଶୀତ। ଶୀତରେ ଅଧିକ କଲବଲ ହେଉଛନ୍ତି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାବାସୀ। କନ୍ଧମାଳ ଜିଲ୍ଲାରେ ପାରଦ ୩ ଡିଗ୍ରୀ ଛୁଇଁବା ପରେ ବରଫ ପାଲଟି ଯାଉଛି ପାଣି ଓ କାକର। ପ୍ରଭାବ ଏତେ ଯେ, ଦିନ ୧୦ଟା ଯାଏଁ ରାସ୍ତାଘାଟ ଜନଶୂନ୍ୟ। ୟା ଭିତରେ ରାଜ୍ୟବାସୀ ଆହୁରି ଦୁଇଦିନ ଜାଡ଼ରେ ଥରହର ହେବା ନେଇ ଆଗୁଆ ସୂଚନା ଦେଇଛି ପାଣିପାଗ ବିଭାଗ।...
ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା। ପଶ୍ଚିମରୁ ପୂର୍ବ, ଦକ୍ଷିଣରୁ ଉତ୍ତର, ସବୁଠି ଚାଲିଛି ଶୀତର ରାଜୁତି। ଗଲା କିଛି ଦିନ ଧରି ସମଗ୍ର ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ଶୀତ। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି। ଏଇଠି ଗତକାଲି ରେକର୍ଡ ସ୍ତରକୁ ଖସିଛି ପାରଦ। କାଲି ଏଠି ତାପମାତ୍ର ଥିଲା ୩.୧ ଡିଗ୍ରୀ ସେଲସିୟସ। ଯାହାକି ରାଜ୍ୟର ସର୍ବନିମ୍ନ। ସେହିଭଳି ଜିଲ୍ଲାର ଦାରିଙ୍ଗିବାଡ଼ି, ବାଲିଗୁଡ଼ାର ସ୍ଥିତି ବି ସଙ୍ଗୀନ। ଏପଟେ କୋରାପୁଟ ଜିଲ୍ଲାକୁ ବି ଥରାଇ ଦେଉଛି ପ୍ରବଳ ଜାଡ଼।
ସେମିଳିଗୁଡ଼ାରେ ପାରଦ ପହଞ୍ଚିଛି ୩.୫ ଡିଗ୍ରୀ ସେଲସିୟସରେ। ଏପଟେ କଳାହାଣ୍ଡି, ଝାରସୁଗୁଡ଼ା, ଅନୁଗୁଳ ଓ ସୁନ୍ଦରଗଡ଼ ବାସୀଙ୍କୁ ରାତିରେ ଶୁଆଇ ଦେଉନି ଅସହ୍ୟ ଶୀତ। ଶୀତପାଇଁ ଦିନ ପ୍ରାୟ ୧୦ଟା ଯାଏଁ ରାସ୍ତାଘାଟ ଶୂନଶାନ। ପ୍ରକୋପ ଏତେ ଅଧିକ ଯେ, ଦିନ ୧୦ଟା ପରେ ବି ନିଆଁ ପାଖରୁ ଉଠିବାକୁ ଇଚ୍ଛା ନାହିଁ। ଟୋପି, କମ୍ବଳ ଓ ଅନ୍ୟ ଶୀତବସ୍ତ୍ରକୁ ଏ ଜାଡ଼ ମାନୁନଥିବାରୁ କାଠୁଆ ଶୀତକୁ କାଟିବାକୁ ଗରିବ ଲୋକଙ୍କ ସାହାରା ପାଲଟିଛି ଏହି ନିଆଁ।...
କୁହୁଡ଼ି ନେଇ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ
ଅତ୍ୟଧିକ ଶୀତ ସାଙ୍ଗକୁ ଏପଟେ ରାଜ୍ୟର କିଛି ଜିଲ୍ଲାରେ ସମସ୍ୟା ବଢାଇ ଦେଇଛି ଘନ କୁହୁଡ଼ି। ସୋନପୁର ଓ ଝାରସୁଗୁଡ଼ା ଭଳି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ସାଙ୍ଗକୁ ବହଳ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏପଟେ ରାଜ୍ୟରେ ଶୀତର ପ୍ରଭାବ ଆହୁରି ୪୮ ଘଣ୍ଟା ଯାଏଁ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ। କାଲି ପାଇଁ ରାଜ୍ୟର ୩ ଜିଲ୍ଲା କଳାହାଣ୍ଡି, ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତ ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ପାଇଁ ଜାରି ହୋଇଛି କୁହୁଡ଼ି ସତର୍କତା।...
ହାଡ଼ଭଙ୍ଗା ଶୀତର ପ୍ରଭାବ ଟ୍ବିନ ସିଟି ଉପରେ ମଧ୍ୟ ପଡ଼ିଛି। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୨ ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।...
Speculation Rises: ନୂଆବର୍ଷରେ ଦାୟିତ୍ବ ନେବେ କି ନୂଆ ଚିଫ୍ ସେକ୍ରେଟାରୀ ? ସିନିୟର ତାଲିକାରେ ୪ ଆଇଏଏସ୍

Public Fury Erupts Online: MLAଙ୍କ ସାଢ଼େ ୩ ଗୁଣା ଦରମା ବୃଦ୍ଧି ପ୍ରସଙ୍ଗ, ସୋସିଆଲ୍ ମିଡିଆରେ ୯୦% ଲୋକ ଝାଡ଼ୁଛନ୍ତି ରୋଷ

Bhubaneswar Shock: ଭୁବନେଶ୍ବରରେ ଗୋଆ ସିନ୍ ରିପିଟ୍, ଡ୍ୟାନସ ବାର୍ ଚାଲୁଥିବା ଭିଡିଓ ଭାଇରାଲ୍

Fed Up with Abuse: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା, ଓଢଣୀ ଲଗାଇ ଝୁଲିପଡିଲା

Glamour & Glow: ରାତି ହେଲେ ଜମୁଥିଲା ଆସର, ଚିକମିକ ଆଲୁଅରେ ମତୁଆଲା କରୁଥିଲେ ବାର ଡ୍ୟାନ୍ସର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)