• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Mohan Majhi
ମୁଖ୍ୟମନ୍ତ୍ରୀଙ୍କ ‘ବାତ୍ୟା’ ସମୀକ୍ଷା, ଏବେ ଯାଏଁ ୩ ଲକ୍ଷରୁ ଅଧିକଙ୍କୁ ସ୍ଥାନାନ୍ତରଣ

ଆଜି ଲୋକସେବା ଭବନରେ SRC, ରାଜସ୍ବମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ଦାନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Cyclone Dana
IMD ଡିଜିଙ୍କ ବଡ଼ ସୂଚନା; କହିଲେ, ବାତ୍ୟା ‘ଦାନା’ର ସୃଷ୍ଟି ହେବନି ଆଖି

ବାତ୍ୟା ‘ଦାନା’ର ଆଖିକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି IMD ଡିଜି । ସେ କହିଛନ୍ତି, ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି । ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ ।

Cyclone Dana
ମାଡ଼ି ଆସୁଛି ଭୀଷଣ ବାତ୍ୟା, ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା

ଭୀଷଣ ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

Dana
ବାତ୍ୟା ନେଇ ବଡ଼ ସୂଚନା; ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିବ ‘ଦାନା’ !

ବାତ୍ୟା ଗତିପଥରେ ସାମାନ୍ୟ ରିକର୍ଭ। ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।

Dana
ଅଶାନ୍ତ ସମୁଦ୍ର, ଆକାଶ ମେଘାଚ୍ଛନ୍ନ; ଖାଁ ଖାଁ ଧାମରା ବନ୍ଦର...

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। 'ଦାନା' ଆସିବା ପୂର୍ବରୁ ଧାମରା ଆକାଶ ମେଘାଚ୍ଛନ୍ନ। ଧାମରାରେ କିଭଳି ରହିଛି ସ୍ଥିତି ଦେଖନ୍ତୁ କିଛି ଝଲକ...

Cyclone
Cyclone Dana: ମାଡ଼ି ଆସୁଛି 'ଦାନା', ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା

ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି।

black marketing
Cyclone Dana: କଳାବଜାରୀ ରୋକିବାକୁ ଟୋଲ ଫ୍ରି ନମ୍ବର ଜାରି

ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ଆସିବା ପରେ, ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ହେଉଛି ୦୬୭୪-୨୩୯୬୨୨୭ ।

Habisiyalis
Cyclone Dana: ଦୁଇ ଦିନ ଯାଏ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ହବିଷ୍ୟାଳି

ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି।

Cyclone
Cyclone Dana: ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ‘ଦାନା’

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ତାହା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି ।

Cyclone Dana
ବାତ୍ୟା ପୂର୍ବରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ

ପୋଲିସ ଓ ମତ୍ସ୍ୟବିଭାଗ ସହାୟତାରେ ସମସ୍ତଙ୍କୁ ଡଙ୍ଗାରେ ଉଦ୍ଧାର କରାଯାଇଛି ।

  • Wednesday, 23 October 2024
Cyclone Dana
ଲ୍ୟାଣ୍ଡଫଲ୍ ପଏଣ୍ଟ, ଲ୍ୟାଣ୍ଡଫଲ୍ ଟାଇମ୍, ଲ୍ୟାଣ୍ଡଫଲ୍ ବେଳର ତୀବ୍ରତା ସବୁ ସ୍ପଷ୍ଟ

ପୁରୀରୁ ସାଗରଦୀପ ମଝି ସ୍ଥଳ ଅର୍ଥାତ ଭିତରକନିକା ଓ ଧାମରା ନିକଟରେ ହିଁ ସ୍ଥଳଭାଗ ପାର୍ କରିପାରେ ବାତ୍ୟା । ସେତେବେଳକୁ ତାହା ଭୀଷଣ ରୂପ ନେଇଥିବ ଓ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଥିବ। ପୂରା ଲ୍ୟାଣ୍ଡଫଲ ପ୍ରକ୍ରିୟା ପାଖାପାଖି ୫ ଘଣ୍ଟା ଧରି ଚାଲିବ ।

  • Wednesday, 23 October 2024
Cyclone Dana
Cyclone Dana: ଖାଁ ଖାଁ ପୁରୀ ସହର, ନର୍ଜନ ସମୁଦ୍ର କୂଳ !

ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ନେଇ ମନ୍ତ୍ରୀଙ୍କ ସମୀକ୍ଷା । ୨୪ ଓ ୨୫ରେ ଶ୍ରୀମନ୍ଦିର ନଆସିବାକୁ ଭକ୍ତଙ୍କୁ ପରାମର୍ଶ ।

Nandankanan
ବାତ୍ୟା ‘ଦାନା’ ପାଇଁ ଏହି ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ-ବଟନିକାଲ୍ ଗାର୍ଡେନ୍

ଜୀବଜନ୍ତୁଙ୍କୁ ସୁରକ୍ଷିତ ରଖିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଉଦ୍ୟମ ।

Cyclone Dana
କାଲି ରାତିରୁ ‘ଦାନା’ ଲ୍ୟାଣ୍ଡଫଲ୍, ୪ ଜିଲ୍ଲାକୁ ପ୍ରବଳ ପବନ ସହ ବର୍ଷା ଚେତାବନୀ

ସମୁଦ୍ର ଭିତରେ ଶକ୍ତିଶାଳୀ ହୋଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଦାନା। ଆସନ୍ତାକାଲି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ନିକଟରେ ଦାନା ଅତିଭୀଷଣ ବାତ୍ୟାର ରୂପ ନେଇ କରିବ ଲ୍ୟାଣ୍ଡଫଲ୍।

Cyclone Dana landfall
ଏଇଠି ହେବ ଲ୍ୟାଣ୍ଡଫଲ୍ ! ସମୁଦ୍ରରେ ଥାଇ ତାଉ ଦେଖାଇବା ଆରମ୍ଭ କଲାଣି ‘ଦାନା’

ଭଦ୍ରକ ଜିଲ୍ଲା ଧାମରାରୁ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା। ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ସ୍ଥଳରେ ସ୍ପଷ୍ଟ ବାରି ହେଲାଣି ବାତ୍ୟାର ପୂର୍ବାଭାସ। ସମୁଦ୍ରରେ ଥାଇ ତାଉ ଦେଖାଇବା ଆରମ୍ଭ କଲାଣି ଦାନା ।

Cyclone Dana
ବାତ୍ୟା ପାଇଁ ଯୁଦ୍ଧ ସ୍ଥିତି ଭଳି ଉଦ୍ଧାରକାର୍ଯ୍ୟ, ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଲକ୍ଷ୍ୟ

ବାତ୍ୟା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ। ସମୁଦ୍ରକୂଳ ଓ ତଳିଆ ଅଂଚଳରେ ଥିବା ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ୍ କେନ୍ଦ୍ରରେ ରଖାଯାଉଛି।

LPG cylinders
Cyclone Dana: ମାଡ଼ି ଆସୁଛି ବାତ୍ୟା ‘ଦାନା’; ରାଜନଗରରେ ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ

Cyclone Dana: କେନ୍ଦ୍ରାପଡ଼ା ରାଜନଗରରେ ଦେଖାଦେଇଛି ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ l ଲୋକଙ୍କ ଭିତରେ ସିଲିଣ୍ଡର୍ ନେଇ ଘରେ ରଖିବାକୁ ଲାଗିଛି ଯେମିତି ପ୍ରତିଯୋଗିତା ।

Suresh Pujari
Cyclone DANA: ‘ଲୋକେ ରିଲିଫ୍‌ ସେଣ୍ଟରକୁ ଆସିବା ପରେ ପୋଲିସ୍‌ ଜଗିବ ଗାଁ’

ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସରିବ । ସନ୍ଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

BMC helpline numbers
Cyclone Dana: ବାତ୍ୟା ‘ଦାନା’ ନେଇ ବିଏମସିର ପ୍ରସ୍ତୁତି; ଜାରି ହେଲା ହେଲପ୍ ଲାଇନ୍ ନମ୍ବର

୬୭ କର୍ପୋରେଟରଙ୍କୁ ନେଇ ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବାତ୍ୟା ମୁକାବିଲା ପାଇଁ ରାଜଧାନୀରେ ୮୦ରୁ ଉର୍ଦ୍ଧ୍ବ ଆଶ୍ରୟସ୍ଥଳୀ କରାଯାଇଥିବା ମେୟର କହିଛନ୍ତି ।

OCS
ବାତ୍ୟା ପାଇଁ OCS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ, ୭ ଦିନ ପରେ ଧାର୍ଯ୍ୟ ହେବ ନୂଆ ତାରିଖ

ବାତ୍ୟା ଦାନା ପାଇଁ OCS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି । ଆସନ୍ତା ୨୭ ତାରିଖରେ OCS ପ୍ରିଲିମ୍‌ ପରୀକ୍ଷା ହେବାର ଥିଲା । କିନ୍ତୁ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

Cyclone Dana
‘ଦାନା’କୁ ନେଇ ଆସିଲା ବଡ଼ ଖବର, ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ କରିଛି । ପାରାଦୀୟ ରାଡାର୍‌ ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି ।

Cyclone Dana emergency helpline
ମାଡ଼ି ଆସୁଛି ‘ଦାନ’; ଜରୁରୀକାଳୀନ ହେଲ୍ପଲାଇନ୍‌ ଓ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କଲେ ରାଜ୍ୟ ସରକାର...

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି । 

Heavy Rainfall
ବାତ୍ୟାକୁ ନେଇ ବଡ଼ ସୂଚନା; ଆଜି ସନ୍ଧ୍ୟାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ ନେଇ ସୂଚନା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ ।

Cyclone
ବାତ୍ୟା ପାଇଁ ସବୁ ଛାନିଆ; ଜାଣନ୍ତୁ ବାତ୍ୟା ବେଳେ କ’ଣ କରିବେ, କିପରି ରହିବେ ସୁରକ୍ଷିତ...

ବାତ୍ୟା ଆସିଲେ କଣ କରିବେ ? କଣ କରିବେନି ? ବାତ୍ୟା ଦାନାରୁ କେମିତି ରକ୍ଷା ପାଇବେ ?

cyclone
ବାତ୍ୟା ‘ଦାନା’କୁ ନେଇ ବଡ଼ ଖବର; ଭିତରକନିକା-ଧାମରା ଭିତରେ କରିବ ଲ୍ୟାଣ୍ଡଫଲ୍‌ !

ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା  । ଲ୍ୟାଣ୍ଡଫଲ୍‌ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ।