ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ବିଲକୁ କେନାଲ ପାଣି ଯୋଗାଇବାର ବ୍ୟବସ୍ଥା ବି ନାହିଁ । ଚାଷୀଙ୍କ ପାଇଁ କେବଳ ଏଲ ଆଇ ପଏଣ୍ଟ ସାହା ଭରସା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପଞ୍ଚାୟତ ପକ୍ଷରୁ ପାଞ୍ଚଟି ପଏଣ୍ଟ ଖୋଲା ଯାଇଛି, ହେଲେ ଗୋଟିଏରୁ ବି ପାଣି ବାହାରୁନି ।
ଚଳିତ ବର୍ଷ ଆଶାନୁରୂପକ ବର୍ଷା ହେଉନଥିବାରୁ ସମୁଦ୍ରରେ ମାଛ ପଡୁ ନାହାନ୍ତି । ବର୍ଷା ସହ ପୂର୍ବାଳୀ ପବନ ବହିଲେ ମଧୁର ଜଳ ପାଇ ମାଛମାନେ ସମୁଦ୍ରରୁ ଉପର ମୁହାଁ ହୋଇଥାନ୍ତି । ପ୍ରତି ବର୍ଷ ଏହି ସମୟରେ ସମୁଦ୍ରରେ ପ୍ରଚୁର ପରିମାଣରେ ମାଛ ମିଳିଥାନ୍ତି । ଏଥର ଇଲିସ ମାଛ ତ ମିଳିବା ଦୂରର ଅନ୍ୟାନ ଛୋଟ ମାଛ ବି ଆଶାନୁରୂପକ ମିଳୁନାହିଁ
ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ୱେଲ୍ ମାର୍କଡ୍ ଲୋ’ ପ୍ରେସର ଏରିଆ ସକ୍ରିୟ ରହିଛି। ଏହା ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।
କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତାସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ ଓ କଟକ। ତେବେ ଲଘୁଚାପ ଯୋଗୁଁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
ଉତ୍ତର-ବଙ୍ଗୋପସାଗର ଏବଂ ତତ୍ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲୋ’ ପ୍ରେସର ଏରିଆରେ ପରିଣତ ହୋଇସାରିଛି। ତେବେ ଏହି ୱେଲ୍ ମାର୍କଡ୍ ଲୋ’ ପ୍ରେସର ଏରିଆ ଧୀରେ ଧୀରେ ପଶ୍ଚିମ ମୁହାଁ ହେଉଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ।
ଗତକାଲି(ସୋମବାର) ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ଏବଂ ପରଦିନ ପାଇଁ ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୯ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।
୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୨୭ ତାରିଖ ଯାଏ ବର୍ଷା ସମ୍ଭାବନା
ଗତକାଲି ଟ୍ୱିନ ସିଟିରେ ପ୍ରବଳ ବର୍ଷା ହୋଇଯାଇଛି। କାଲିର ବର୍ଷା ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇଥିବାବେଳେ ଆଜି ମଧ୍ୟ ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ଭୁବନେଶ୍ୱରରେ ଅବିଶ୍ରାନ୍ତ ବର୍ଷା । ମାତ୍ର କିଛି ସମୟର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ । ଆଜି ଅପରାହ୍ନରେ ହଠାତ ରାଜଧାନୀ ଭୁବନେଶ୍ୱର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା ।
ମୁମ୍ବାଇରେ ବର୍ଷା ଏବଂ ଭୂସ୍ଖଳ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ଜୀବନ ଗଲାଣି । କେବଳ ଚେମ୍ବୁରରେ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।
ମୌସୁମୀ ଦୁର୍ବଳ, ବର୍ଷା ଅଭାବରୁ ଚାଷୀ କଲବଲ । କେଉଁଠି ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି, ତ କେଉଁଠି ଧାନ ତଳି ଜଳିଗଲାଣି । ଭଦ୍ର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଆକାଶରେ ମେଘ ମାଳ ମାଳ ,ହେଲେ ବର୍ଷା ଅଭାବରୁ ଜମି ଏକଦମ୍ ଶୁଖିଲା
ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି, ଯାହା ଯେତିକି ପାଣି ଥିଲା ସେତକରେ ଧାନ ରୁଆ ହେଇଥିଲା । ହେଲେ ଏବେ ତଳି ପଡ଼ିବା ପରେ ଚାଷ କେମିତି ଆଗେଇବ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।
ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।