ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍ କମ୍ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି।
କୁଆଡେ କିଛି ନଥିବ, ହଠାତ କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତାଘାଟ କିଛି ଦେଖାଯାଉନି। ତେବେ ରାଜ୍ୟରେ ଆଉ ତିନି ଦିନ ଏଭଳି ଅସ୍ତବ୍ୟସ୍ତ କରିବ କୁହୁଡି । ସେପଟେ ପାରଦ ଉପରମୁହାଁ ହେଉଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଇବ । କୁହୁଡ଼ି ସାଙ୍ଗକୁ ତାତି ଲୋକଙ୍କୁ ପ୍ରଭାବିତ କରିବ ।
୨୬ରୁ ୨୮ ତାରିଖ ଯାଏ ୭ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି।
ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ। ଉପକୂଳରୁ ଆଭ୍ୟନ୍ତର, ସବୁଠି ତାତି ବଢିଲାଣି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ।
ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍ କମ୍ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଜାନୁଆରୀ ନସରୁଣୁ ରାଜ୍ୟରେ ଅନୁଭୂତ ହେଲାଣି ଗରମ। ଅନେକ ଅଞ୍ଚଳରେ ବଢିଲାଣି ତାତି। ଦିନରେ ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ରାତିରେ ବି ଫ୍ୟାନର ଆବଶ୍ୟକତା ପଡିଲାଣି। କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଜାନୁଆରୀର ତାପମାତ୍ରା।
ଜାନୁଆରୀ ନ ଯାଉଣୁ ବଢ଼ିଲାଣି ତାତି । କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାପମାତ୍ରା । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତକାଲି କୋରାପୁଟରେ ସର୍ବାଧିକ ତାପମାତ୍ରା ଥିଲା ୩୩.୨ ଡିଗ୍ରୀ ।
ରାଜ୍ୟରେ କମିଛି ଶୀତ କିନ୍ତୁ ଏବେବି କଲବଲ କରୁଛି କୁହୁଡ଼ି ।
ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ପଶ୍ଚିମା ଝଡର ସକ୍ରିୟତା ଯୋଗୁଁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ପାରଦ ଉପରମୁହାଁ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁବଳୟର ଉପସ୍ଥିତି ସମ୍ଭାବନା ଥିବାରୁ, ରାଜ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ କରିବ । ଫଳରେ ରାତିର ତାପମାତ୍ରାରେ ବୃଦ୍ଧି ଘଟି ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ୧୬ ତାରିଖ ଯାଏ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର।
ଆଗମୀ ୨ ଦିନରେ ରାଜ୍ୟର ସର୍ବନିମ୍ମ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଉ ଦିନେ ପରେ ରାଜ୍ୟରେ ବଢିପାରେ ତାପମାତ୍ରା । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବା ଫଳରେ ଶୀତ କମିବ ।
ଆମେରିକାର ଅନେକ ଅଞ୍ଚଳରେ ସବୁଠାରୁ ବଡ଼ ତୁଷାରପାତ ଏବଂ ଝଡ଼ ଦେଖାଯିବ । ବିଭାଗୀୟ ଅଧିକାରୀ କହିଛନ୍ତି, ୨୦୧୧ ପର ଠାରୁ ଏହା ଆମେରିକା ପାଇଁ ସବୁଠାରୁ ଶୀତଳ ତଥା ହାଡ଼ଥରା ଜାନୁଆରୀ ହୋଇପାରେ । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଥଣ୍ଡା ଅନୁଭୂତ ହେବ । କିଛି ସ୍ଥାନର ତାପମାତ୍ରା ଶୂନ ଡିଗ୍ରୀକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରବଳ ପବନ ବହିବା ଦ୍ୱାରା ବିପଦ ବଢ଼ିବ ।
କୁହୁଡ଼ି ଚାଦର ତଳେ ରହିଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।
ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜି ବି କଲବଲ କରିବ ଜାଡ଼ ।
ଜାଡ଼ରେ ଥରୁଛି ସାରା ରାଜ୍ୟ । ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ।
ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ ।
ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ଆଜିଠୁ କମିବ ରାତି ତାପମାତ୍ରା । ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ନୂଆବର୍ଷରେ ଖସିବ ପାରଦ, ଆସିବ ଜାଡ଼ । ଥରାଇବ ତାଳୁରୁ ତଳିପା ।
ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି। ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି। ଲୁଚକାଳି ଖେଳୁଛି ଶୀତ।
ଆଜି ଓ ଆସନ୍ତାକାଲି ସକାଳୁ ପ୍ରବଳ କୁହୁଡ଼ି ହେବା ସମ୍ଭାବନା ରହିଛି । ତେଣୁ ଯାତାୟାତ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାରଦ ଆହୁରି ଖସିବ ।
ଝିପିଝିପି ବର୍ଷା ସହ କୋହଲା ପାଗରେ ବିଦାୟ ନେବ ପୁରୁଣାବର୍ଷ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା ।