/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748434792.jpg)
Yoga For Weight loss, fertility And conceiving
ସମସ୍ତେ ଜାଣନ୍ତି ଯେ ଯୋଗାସନ ଓଜନ ନିୟନ୍ତ୍ରଣ କରିବା ସହ ଶରୀରକୁ ସୁସ୍ଥ ଏବଂ ସୁନ୍ଦର ରଖିବା ସମେତ ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ। ଯୋଗ ଅଭ୍ୟାସ ଶୀଘ୍ର ଗର୍ଭଧାରଣ କରିବାରେ ମଧ୍ୟ ସାହାଯ୍ୟ କରେ। ଯୋଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରାକୃତିକ ଉପଚାର, ଯାହା ସେମାନଙ୍କୁ ଅନେକ ରୋଗ ଏବଂ ଶାରୀରିକ ଏବଂ ମାନସିକ ଅବସ୍ଥାରୁ ସୁରକ୍ଷିତ ରଖିପାରେ।
କର୍ମଜୀବୀ ହୁଅନ୍ତୁ କିମ୍ବା ଗୃହିଣୀ, ଅଧିକାଂଶ ମହିଳାଙ୍କ ପାଖରେ ନିଜର ଯତ୍ନ ନେବା ପାଇଁ କମ୍ ସମୟ ଥାଏ। ଚାକିରି ଏବଂ ଘରର ବ୍ୟସ୍ତତା ମଧ୍ୟରେ କିଛି ସମୟ ବାହାର କରି ଯୋଗକରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼େ।
ଏପରି ପରିସ୍ଥିତିରେ ରାତିରେ ଶୋଇବା ପୂର୍ବରୁ କିଛି ଯୋଗ କରାଯାଇପାରିବ। ବିଛଣାରେ ଶୋଇ ଆପଣ ସହଜରେ ଏହି ଯୋଗାସନଗୁଡ଼ିକୁ ଅଭ୍ୟାସ କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ପାଞ୍ଚରୁ ଦଶ ମିନିଟ୍ ସମୟ ଆବଶ୍ୟକ। ଏଠାରେ କିଛି ଯୋଗାସନ ବିଷୟରେ ବର୍ଣ୍ଣନା କରାଯାଉଛି, ଯାହା ଓଜନ ହ୍ରାସ କରିବା ସହ ପିଠି ଏବଂ କଟି ଯନ୍ତ୍ରଣାରୁ ମୁକ୍ତି ଦେବ ଏବଂ ଶୀଘ୍ର ଗର୍ଭଧାରଣ କରିବାରେ ସାହାଯ୍ୟ କରିବ।
ଅଧିକ ପଢ଼ନ୍ତୁ: ଆପଣଙ୍କ ତଳିପାଦ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଯୋଗ, ମିଳିବ ଆରାମ
ରାତିରେ ଶୋଇବା ପୂର୍ବରୁ ବିଛଣାରେ ଶୋଇ ଏହି ଯୋଗାସନଗୁଡ଼ିକର ଅଭ୍ୟାସ କରିବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ, ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ ଏବଂ ଭଲ ନିଦ ମଧ୍ୟ ହୋଇଥାଏ।
ପବନମୁକ୍ତାସନ:
ପବନମୁକ୍ତାସନ ଅଭ୍ୟାସ କରିବା ମହିଳାମାନଙ୍କ ପାଇଁ ଖୁବ ଲାଭଦାୟକ। ଏହି ଆସନ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ହଜମ ପରି ପେଟ ସମ୍ବନ୍ଧୀୟ ସମସ୍ୟାକୁ ଉନ୍ନତ କରିବା ସହିତ ଋତୁସ୍ରାବଜନିତ ଅସୁବିଧାକୁ ମଧ୍ୟ ଦୂରକରେ। ଏହା ବ୍ୟତୀତ, ଏହା ପେଟର ଚର୍ବି ହ୍ରାସ କରିବା, ମେରୁଦଣ୍ଡକୁ ମଜବୁତ କରିବା ଏବଂ ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରେ।
ପବନମୁକ୍ତାସନକିପରି କରିବେ:
- ପ୍ରଥମେ ପିଠି ପଟିଆ ଶୋଇପଡ଼ନ୍ତୁ
- ଆଣ୍ଠୁକୁ ଭାଙ୍ଗି ଦୁଇ ଗୋଡ଼କୁ ଛାତି ଆଡ଼କୁ ଆଣନ୍ତୁ
- ନିଶ୍ୱାସ ନେଇ ଆଣ୍ଠୁକୁ ହାତରେ ଧରି ଛାତି ଆଡକୁ ଟାଣନ୍ତୁ
- ମୁଣ୍ଡ ଉଠାଇ ଆଣ୍ଠୁ ଆଡକୁ ନିଅନ୍ତୁ
- କିଛି ମୁହୂର୍ତ୍ତ ପାଇଁ ଶ୍ୱାସ ବନ୍ଦ କରନ୍ତୁ
- ତା'ପରେ ଧୀରେ ଧୀରେ ଶ୍ୱାସ ଛାଡ଼ନ୍ତୁ ଏବଂ ଗୋଡ଼କୁ ପୂର୍ବାବସ୍ଥାକୁ ଆଣନ୍ତୁ।
- ଏହି ଆସନକୁ ୩-୫ ଥର ପୁନରାବୃତ୍ତି କରନ୍ତୁ।
ସୁପ୍ତ ବଦ୍ଧକୋଣାସନ:
ଏହି ଆସନ ପ୍ରଜନନ ଅଙ୍ଗ, ପାଚନ ପ୍ରଣାଳୀ ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରେ। ଏହାର ଅଭ୍ୟାସ ଜଙ୍ଘ, କଟି ଏବଂ ଆଣ୍ଠୁକୁ ଷ୍ଟ୍ରେଚ୍ କରେ ଏବଂ ଥକାପଣ, ଚାପ ହ୍ରାସ କରିଥାଏ।
ସୁପ୍ତ ବଦ୍ଧକୋଣାସନକିପରି କରିବେ:
- ପିଠି ପଟିଆ ଶୋଇଯାଆନ୍ତୁ
- ଆଣ୍ଠୁକୁ ଭାଙ୍ଗି ଦୁଇ ପାଦ ଯୋଡନ୍ତୁ
- ଛାତି ଏବଂ ପିଠିକୁ ଧୀରେ ଧୀରେ ଆରାମ ଦିଅନ୍ତୁ
- ଏହି ଆସନକୁ କିଛି ସମୟ ପାଇଁ ରଖନ୍ତୁ, ତା'ପରେ ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରି ଆସନ୍ତୁ।
ଅନନ୍ତାସନ:
ଅନନ୍ତାସନ ଅଭ୍ୟାସ କରିବା ଦ୍ୱାରା ସମଗ୍ର ଶରୀରରେ ରକ୍ତ ସଞ୍ଚାଳନ ଉନ୍ନତ ହୁଏ। ଆଣ୍ଠୁ, ଗୋଇଠି ଏବଂ ଜଙ୍ଘର ମାଂସପେଶୀ ମଜବୁତ ହୁଏ। ଏହା ଅଣ୍ଟା, ମେରୁଦଣ୍ଡ ଏବଂ ଛାତିର ମାଂସପେଶୀକୁ ଭଲଭାଏ ଷ୍ଟ୍ରେଚ୍ କରେ। ଏହି ଆସନ ପାଚନ, ରକ୍ତଚାପ ଏବଂ ପେଟ ଏବଂ ଅଣ୍ଟାର ଚର୍ବି ହ୍ରାସ ପାଇଁ ଖୁବ ଲାଭଦାୟକ।
ଅନନ୍ତାସନକିପରି କରିବେ:
- ଡାହାଣ କଡ଼ ମାଡି ଶୋଇ ପଡ଼ନ୍ତୁ
- ଏବେ ଡାହାଣ କହୁଣୀକୁ ଭାଙ୍ଗି ମୁଣ୍ଡକୁ ସପୋର୍ଟ ଦିଅନ୍ତୁ
- ତା'ପରେ ବାମ ହାତରେ ବାମ ଗୋଡ଼ ଆଙ୍ଗୁଠିକୁ ଧରି ସିଧା ଉପରକୁ ଉଠାନ୍ତୁ
- ବାମ ଗୋଡ ଏବଂ ବାମ ହାତକୁ ସିଧା ଉପରକୁ ରଖନ୍ତୁ
- ଏହି ଆସନକୁ ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ କରିବାକୁ ଚେଷ୍ଟା କରନ୍ତୁ
- ତା'ପରେ ପାର୍ଶ୍ଵ ବଦଳାନ୍ତୁ ଏବଂ ଅନ୍ୟ ପାର୍ଶ୍ୱରେ ପୁନରାବୃତ୍ତି କରନ୍ତୁ
ଅଧିକ ପଢ଼ନ୍ତୁ: ପ୍ରତିଦିନ କରନ୍ତୁ ଏହି ଗୋଟିଏ ଯୋଗ; ଦୂର ହେବ ଚାପ-ଚିନ୍ତା, ଶରୀର ରହିବ ଥଣ୍ଡା, ହେବନି ରକ୍ତଚାପ
Yogasana: ପୁଣି ଡରାଇଲାଣି କରୋନା ଭାଇରସ୍; ସଂକ୍ରମଣରୁ ରକ୍ଷା ପାଇଁ କରନ୍ତୁ ଏହିସବୁ ଯୋଗାସନ

Yogasana: PCOD-PCOS ସମସ୍ୟା ପାଇଁ ୩ ପ୍ରଭାବଶାଳୀ ଯୋଗାସନ

Yogasana: ଆପଣଙ୍କ ତଳିପାଦ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଯୋଗ, ମିଳିବ ଆରାମ

Yogasana: ପ୍ରତିଦିନ କରନ୍ତୁ ଏହି ଗୋଟିଏ ଯୋଗ; ଦୂର ହେବ ଚାପ-ଚିନ୍ତା, ଶରୀର ରହିବ ଥଣ୍ଡା, ହେବନି ରକ୍ତଚାପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)