Advertisment

Yogasana: ଡାଇରିଆ ଭଳି ଆତଙ୍କରୁ ରକ୍ଷା କରିବ ୩ ଯୋଗାସନ; ଜାଣନ୍ତୁ, କରନ୍ତୁ

ଡାଇରିଆ ଭଳି ଆତଙ୍କରୁ ରକ୍ଷା ପାଇବା ପାଇଁ ଯୋଗ ମଧ୍ୟ ବିଶେଷ ଉପକାରୀ ହୋଇପାରେ। ତେବେ ଆସନ୍ତୁ ଏହି ରୋଗରୁ ମୁକ୍ତି ପାଇଁ ୩ ଯୋଗାସନ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
3 yoga poses that will protect from diarrhea

3 yoga poses that will protect from diarrhea

ରାଜ୍ୟରେ ଏବେ ଡାଇରିଆକୁ ନେଇ ସବୁଠି ଆତଙ୍କ । ଅନେକ ଜୀବନ ମଧ୍ୟ ଗଲାଣି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛି। ଲୋକଙ୍କୁ ସତର୍କ ରହିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏହାର ଆତଙ୍କକୁ ଲକ୍ଷରେ ରଖି କେଉଁ ପୂଜାପାଠ ଚାଲିଛି ତ ପୁଣି କେଉଁଠି ହୋମ-ଯଜ୍ଞ।

Advertisment

ତେବେ ଡାଇରିଆ ଭଳି ଆତଙ୍କରୁ ରକ୍ଷା ପାଇବା ପାଇଁ ଯୋଗ ମଧ୍ୟ ବିଶେଷ ଉପକାରୀ ହୋଇପାରେ। ତେବେ ଆସନ୍ତୁ ଏହି ରୋଗରୁ ମୁକ୍ତି ପାଇଁ ୩ ଯୋଗାସନ ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: ଯୋଗ କରିବାକୁ ଚାହୁଁଛନ୍ତି, ଜାଣିପାରୁ ନାହାନ୍ତି କ’ଣ କରିବେ; ଜାଣନ୍ତୁ ଆପଣଙ୍କ ଶରୀର ପାଇଁ କେଉଁ ଆସନ

Advertisment

ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ:

  • ଯୋଗ ମ୍ୟାଟ୍ ପକାଇ ବସନ୍ତୁ
  • ଶରୀର ସାମ୍ନାରେ ଗୋଡ଼କୁ ସିଧା ରଖନ୍ତୁ
  • ଡାହାଣ ଗୋଡ଼କୁ ଭାଙ୍ଗି ଡାହାଣ ପାଦକୁ ବାମ ଗୋଡ଼ ବାହାରେ ଭୂମିରେ ରଖନ୍ତୁ
  • ବାମ ଗୋଡ଼କୁ ଭାଙ୍ଗି ଏହାକୁ ନିତମ୍ବ ତଳେ କିମ୍ବା ନିତମ୍ବ ପାଖରେ ରଖନ୍ତୁ
  • ଶ୍ୱାସ ଛାଡି ବାମ ହାତ କିମ୍ବା କହୁଣୀକୁ ଡାହାଣ ଆଣ୍ଠୁ ଉପରେ କିମ୍ବା ତା' ଉପରେ ରଖନ୍ତୁ ଏବଂ ଧିରେ ଧିରେ ଡାହାଣ କାନ୍ଧ ଉପରେ ମୋଡି ହୁଅନ୍ତୁ
  • କିଛି ସମୟ ପାଇଁ ଏହି ପୋଜ୍‌କୁ ଧରି ରଖନ୍ତୁ, ତା'ପରେ ପାର୍ଶ୍ୱ ପରିବର୍ତ୍ତନ କରନ୍ତୁ୍

ଭୁଜଙ୍ଗାସନ:

  • ଯୋଗ ମ୍ୟାଟ୍ ଉପରେ ପେଟ ମାଡି ଶୋଇ ଯାଆନ୍ତୁ
  • ପାପୁଲିକୁ କାନ୍ଧ ପାଖରେ ଭୂମିରେ ରଖନ୍ତୁ
  • ଶ୍ୱାସ ନେଇ ମୁଣ୍ଡକୁ ଉପରକୁ ଉଠାନ୍ତୁ, ଏବଂ ବେକକୁ ଧୀରେ ପଛକୁ ଭାଙ୍ଗନ୍ତୁ
  • ହାତକୁ ତଳେ ଚାପନ୍ତୁ, କାନ୍ଧ ଏବଂ ଶରୀରର ଉପର ଭାଗକୁ ଧୀରେ ଉପରକୁ ଉଠାନ୍ତୁ
  • ଏହି ପୋଜ୍‌ରେ କିଛି ସମୟ ପାଇଁ ରୁହନ୍ତୁ
  • ଧିରେ ଧିରେ ମୂଳ ଅବସ୍ଥାକୁ ଆସନ୍ତୁ
  • ଏହାକୁ ୮ରୁ ୧୦ ଥର ପୁନରାବୃତ୍ତି କରନ୍ତୁ

ପବନମୁକ୍ତାସନ:

  • ଯୋଗ ମ୍ୟାଟ୍‌ରେ ପିଠି ପଟିଆ ଶୋଇପଡ଼ନ୍ତୁ ଏବଂ ଆଣ୍ଠୁକୁ ଛାତି ଆଡକୁ ଆଣନ୍ତୁ
  • ଦୁଇ ହାତକୁ ଆଣ୍ଠୁ ତଳକୁ ରଖନ୍ତୁ
  • ଶ୍ୱାସ ଛାଡି ମୁହଁକୁ ଉପରକୁ ଉଠାନ୍ତୁ ଏବଂ ପିଠିକୁ ତଳେ ଚାପ ଦିଅନ୍ତୁ
  • ଧିରେ ଧିରେ ଆଣ୍ଠୁକୁ ଛାତି ଆଡକୁ ଆଣନ୍ତୁ
  • ଏହି ପୋଜରେ କିଛି ସମୟ ରୁହନ୍ତୁ, ତା'ପରେ ଛାଡିଦିଅନ୍ତୁ

ଅଧିକ ପଢ଼ନ୍ତୁ: ବିଶ୍ୱ ପାଇଁ ଚିନ୍ତାରେ କାରଣ ହୋଇଛି ବ୍ରେନ୍ ଟ୍ୟୁମର୍‌; ୩ ଯୋଗ, ଦେବ ମୁକ୍ତି

Yogasana Yoga Asanas Diarrhea Yoga Diarrhea Outbreak
Advertisment
Related Articles
Advertisment