Advertisment

International Yoga Day 2025: କରନ୍ତୁ ଏହି ୨ ଆସନ; ସବୁଦିନ ରହିବେ ଯୁବକ

ଏପରି କିଛି ଆସନ ଅଛି ଯାହା ଦ୍ୱାରା ବୃଦ୍ଧାବସ୍ଥାରେ ମଧ୍ୟ ଯୁବକ ଦେଖାଯିବେ । ଏ ସବୁ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ମିଳେ । ଅନେକ ବଡ ବଡ ରୋଗ ପାଇଁ ଆମେ ଔଷଧ ଖାଇଥାଉ । ଏହା କେବଳ ଏହିସବୁ ଯୋଗ ଦ୍ୱାରା ମଧ୍ୟ ଭଲ ହୋଇପାରିବ ।

author-image
Pramod Behera
ଅଦ୍ୟତନ ହୋଇଛି
International Yoga Day 2025

International Yoga Day 2025

ପ୍ରତ୍ୟେକ ସମସ୍ୟାର ସମାଧାନର ବାଟ ହେଉଛି ଯୋଗ। ଏହି କଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ନେଇ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରାଯାଏ । ଏହି ଦିନରେ, ନିଜ ଜୀବନରେ ଯୋଗକୁ ଗ୍ରହଣ କରିବା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାର ବାର୍ତ୍ତା ଦିଆଯାଏ।

Advertisment

ଆଜିର ସମୟରେ, ଲୋକମାନଙ୍କର ଖାଧ୍ୟ ଅଭ୍ୟାସ ସଂପୂର୍ଣ୍ଣ ବିଗିଡି ଯାଇଛି, ଯାହା ଶରୀରକୁ ସିଧାସଳଖ ପ୍ରଭାବ ପକାଉଛି । ଚାଷରେ ଆଖିବୁଝା ସାର ବ୍ୟବହାର ହେଉଛି, ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । କିନ୍ତୁ ଆମେ ଦୈନନ୍ଦୀନ ଯୋଗ ଓ ପ୍ରାଣାୟାମ କରି ନିଜକୁ ସୁସ୍ଥ ରଖିପାରିବା । ଏପରି ଅନେକ ଆସନ ଅଛି ଯାହାକୁ କରିବା ଦ୍ୱାରା ବୃଦ୍ଧାବସ୍ଥାରେ ମଧ୍ୟ ଜଣେ ଯୁବକ ପରି ଦେଖାଯାଇପାରିବ ।

ତେବେ ଯେକୌଣସି ପ୍ରାଣାୟାମ କିମ୍ବା ଆସନ କରିବାବେଳେ ପ୍ରଥମେ ମନେରଖିବାକୁ ହେବ ଯେ ଏହା ସର୍ବଦା ସକାଳେ ଖାଲି ପେଟରେ କରାଯିବା ଉଚିତ । ତେଣୁ ସବୁବେଳେ ସକାଳେ ମଳତ୍ୟାଗ ପରେ ଯୋଗ କରିବା ଉଚିତ । ଅନ୍ୟଥା ଏହା ଲାଭ ବଦଳରେ କ୍ଷତି କରିପାରେ । ସମସ୍ତ ପିଲା, ବୃଦ୍ଧ ଏବଂ ମହିଳାମାନେ ଗୋମୁଖାସନ କରିପାରିବେ ।

Advertisment

ତେବେ ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଥିବ, ଯେଉଁ ମହିଳା ଗର୍ଭବତୀ ଥିବେ କିମ୍ବା ଋତୁସ୍ରାବ ହେଉଥିବ ସେମାନେ କେବଳ ଏହି ଆସନ କରିବେ ନାହିଁ ।

ଅଧିକ ପଢ଼ନ୍ତୁ: ଯୋଗ କରିବାକୁ ଚାହୁଁଛନ୍ତି, ଜାଣିପାରୁ ନାହାନ୍ତି କ’ଣ କରିବେ; ଜାଣନ୍ତୁ ଆପଣଙ୍କ ଶରୀର ପାଇଁ କେଉଁ ଆସନ

ସେହିପରି ସମସ୍ତେ ସର୍ବାଙ୍ଗାସନ ମଧ୍ୟ କରିପାରିବେ। କିନ୍ତୁ ଯେଉଁମାନଙ୍କର ବିପି ସମସ୍ୟା ଥିବ, ଯେଉଁମାନଙ୍କର ଆଖି ଲାଲ ପଡିଯାଉଥିବ। ଯେଉଁମାନେ ହୃଦ୍ ରୋଗରେ ପୀଡିତ ଥିବେ ସେମାନେ ଏହି ଆସନ କରିବା ଉଚିତ ନୁହେଁ ।

କିପରି କରିବେ ଗୋମୁଖାସନ:

International Yoga Day 2025 ଗୋମୁଖାସନ
  • ଭୂମିରେ କିଛି ପାରି ଦିଅନ୍ତୁ
  • ଏହା ପରେ, ଦୁଇ ଗୋଡକୁ ସିଧା କରି ଦଣ୍ଡାସନାରେ ବସନ୍ତୁ
  • ଏହା ପରେ, ଡାହାଣ ଗୋଡକୁ ଭାଙ୍ଗି ବାମ ଜଙ୍ଘ ତଳେ ଆଣି ରଖନ୍ତୁ
  • ବାମ ପାଦକୁ ଉଠାଇ ଡାହାଣ ଜଙ୍ଘ ଉପରେ ରଖନ୍ତୁ
  • ଏହା ପରେ, ବାମ ହାତକୁ ଉପରକୁ ଉଠାନ୍ତୁ ଏବଂ ହାତକୁ ପଛକୁ ନିଅନ୍ତୁ
  • ସେହିପରି ଡାହାଣ ହାତକୁ ତଳ ପଟେ ପଛକୁ ନିଅନ୍ତୁ
  • ଏହା ପରେ ଉଭୟ ହାତରେ ଛନ୍ଦି ଦିଅନ୍ତୁ
  • ମୁଣ୍ଡକୁ ସିଧା ରଖନ୍ତୁ ଏବଂ ସାଧାରଣ ଶ୍ୱାସ ଜାରି ରଖନ୍ତୁ
  • ଶ୍ୱାସ ଉପରେ ଧ୍ୟାନରେ ରଖନ୍ତୁ
  • ଅଣ୍ଟା ସିଧା ରହିବା ଉଚିତ
  • ପ୍ରଥମେ ଆସନୁ ୧୦ ରୁ ୨୦ ସେକେଣ୍ଡ ରଖିବାକୁ ଚେଷ୍ଟା କରନ୍ତୁ
  • ଏହା ପରେ, ଧୀରେ ଧୀରେ ଏହାକୁ ୨ ମିନିଟ୍‌କୁ ବୃଦ୍ଧି କରନ୍ତୁ

କିପରି କରିବେ ସର୍ବାଙ୍ଗାସନ:

International Yoga Day 2025 ସର୍ବାଙ୍ଗାସନ
  • ଯୋଗ ମ୍ୟାଟ୍ ଉପରେ ପିଠି ପଟେ ଶୋଇ ପଡନ୍ତୁ
  • ଧୀରେ ଧୀରେ ଗୋଡକୁ ଉପରକୁ ଉଠାନ୍ତୁ
  • ଏହା ପରେ ଦୁଇ ହାତକୁ ଅଣ୍ଟାରେ ରଖନ୍ତୁ, ଯାହା ଏକ ଷ୍ଟାଣ୍ଡ ଭାବରେ କାମ କରିବ
  • ଶରୀରକୁ ଉପରକୁ ଭିଡି ରଖନ୍ତୁ, କେବଳ ବେକ ଉପରେ ଭାର ପଡିବ
  • ଏଭଳି ଅବସ୍ଥାରେ ଶରୀର ଓଲଟା ରହୁଥିବାରୁ ଶରୀରର ରକ୍ତ ମସ୍ତିଷ୍କ ଆଡକୁ ପ୍ରବାହିତ ହୁଏ
  • ପ୍ରଥମରେ ଏହି ଆସନକୁ ୧୦ ରୁ ୨୦ ସେକେଣ୍ଡ ରଖିପାରିବେ
  • ଏହା ପରେ, ଧୀରେ ଧୀରେ ଏହାକୁ ୨ ମିନିଟ୍‌କୁ ବୃଦ୍ଧି କରନ୍ତୁ

ଅଧିକ ପଢ଼ନ୍ତୁ: ବିଶ୍ୱ ପାଇଁ ଚିନ୍ତାରେ କାରଣ ହୋଇଛି ବ୍ରେନ୍ ଟ୍ୟୁମର୍‌; ୩ ଯୋଗ, ଦେବ ମୁକ୍ତି

Yogasana Yoga Asanas Yoga International Yoga Day Celebration
Advertisment
Related Articles
Advertisment