Advertisment

World No Tobacco Day 2025: ଆପଣ ତମାଖୁ ଛାଡିବାକୁ ଚାହୁଁଛନ୍ତି କିନ୍ତୁ ପାରୁ ନାହାନ୍ତି; କରନ୍ତୁ ଏହି ଯୋଗ

ଯୋଗ ସାହାଯ୍ୟରେ ତମାଖୁ ନିଶା ଧୀରେ ଧୀରେ ଛାଡିହେବ। କିଛି ଯୋଗାସନ ଏବଂ ପ୍ରାଣାୟାମ ମନକୁ ଶାନ୍ତ କରିଥାଏ, ଚାପ କମ କରିଥାଏ ଏବଂ ନିକୋଟିନ୍ ଲାଳସାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ତମାଖୁ ଛାଡିବାରେ ସହାୟକ ହେଉଥିବା ଯୋଗାସନ ବିଷୟରେ।

author-image
Pramod Behera
ଅଦ୍ୟତନ ହୋଇଛି
World No Tobacco Day 2025

World No Tobacco Day 2025

ତମାଖୁ ଏବଂ ଧୂମପାନ ସ୍ୱାସ୍ଥ୍ୟ ପାଇଁ ସବୁ ଦୃଷ୍ଟିରୁ କ୍ଷତିକାରକ। ପରିସଂଖ୍ୟାନ ଅନୁସାରେ, ଭାରତ ବିଶ୍ୱରେ ସର୍ବାଧିକ ଧୂମପାନକାରୀର ଦେଶ। ଦେଶରେ ପ୍ରାୟ ୨୫.୩ କୋଟିରୁ ଅଧିକ ଲୋକ କୌଣସି ନା କୌଣସି ପ୍ରକାରରେ ତମାଖୁ ସେବନ କରନ୍ତି। ଯେକୌଣସି ପ୍ରକାରର ତମାଖୁ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ହୃଦ୍‌ରୋଗ, ମୁଖ ସ୍ୱାସ୍ଥ୍ୟ, ଶ୍ୱାସକ୍ରିୟା ସମସ୍ୟା, ଚର୍ମ ରୋଗ ଏବଂ ଅନେକ ପ୍ରକାରର କର୍କଟ ରୋଗର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରେ।

Advertisment

ତେଣୁ ଏ ବିଷୟରେ ସଚେତନ କରିବା ନେଇ ପ୍ରତିବର୍ଷ ମେ ୩୧ ତାରିଖରେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ସଚେତନ କରିବା ଏବଂ ଧୂମପାନର ନିଶା ଛାଡିବା ପାଇଁ ପ୍ରେରଣା ଦେବା।

ଯଦି ଆପଣ କିମ୍ବା ଆପଣଙ୍କର ଜଣାଶୁଣା କେହି ଧୂମପାନ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଉତ୍ସାହିତ କରନ୍ତୁ। ଧୂମପାନ ନିଶାରୁ ମୁକ୍ତି ପାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆତ୍ମନିର୍ଣ୍ଣୟ। ଏହା ପରେ, କିଛି ଘରୋଇ ଉପଚାର ଗ୍ରହଣ କରି ଧୂମପାନରୁ ମୁକ୍ତି ପାଇପାରିବେ। ଧୂମପାନ ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଯୋଗ ମଧ୍ୟ ଏକ ପ୍ରଭାବଶାଳୀ ଉପାୟ।

Advertisment

ଧୂମପାନ ନିଶା ଗୋଟିଏ ଦିନରେ ଦୂର ହୁଏ ନାହିଁ, କିନ୍ତୁ ଯୋଗ ସାହାଯ୍ୟରେ ଏହାକୁ ଧୀରେ ଧୀରେ ଛାଡିହେବ। କିଛି ଯୋଗ ଆସନ ଏବଂ ପ୍ରାଣାୟାମ ମନକୁ ଶାନ୍ତ କରିଥାଏ, ଚାପ କମ କରିଥାଏ ଏବଂ ନିକୋଟିନ୍ ଲାଳସାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଧୂମପାନ ଛାଡିବାରେ ସହାୟକ ହେଉଥିବା ଯୋଗାସନ ବିଷୟରେ।

ଅଧିକ ପଢ଼ନ୍ତୁ: ଆପଣଙ୍କ ତଳିପାଦ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଯୋଗ, ମିଳିବ ଆରାମ

ଭସ୍ତ୍ରିକା ପ୍ରାଣାୟାମ:

yoga asanas help to quit tobacco easilyଭସ୍ତ୍ରିକା ପ୍ରାଣାୟାମ

ଏହି ପ୍ରାଣାୟାମ ଫୁସ୍‌ଫୁସ୍‌ର କ୍ଷମତା ବୃଦ୍ଧି କରେ ଏବଂ ନିକୋଟିନ ଯୋଗୁଁ ଜମା ହୋଇଥିବା ବିଷାକ୍ତ ଉପାଦାନଗୁଡ଼ିକୁ ବାହାର କରିଦିଏ। ଏହି ପ୍ରାଣାୟାମ କରିବା ପାଇଁ ମେରୁଦଣ୍ଡ ସିଧା କରି ବସନ୍ତୁ। ଗଭୀର ଶ୍ୱାସ ନିଅନ୍ତୁ ଏବଂ ଜୋରରେ ଶ୍ୱାସ ଛାଡ଼ନ୍ତୁ। ଏହା ଶୀଘ୍ର ଶୀଘ୍ର କରନ୍ତୁ, କିନ୍ତୁ ଅଧିକ ବଳ ପ୍ରୟୋଗ କରନ୍ତୁ ନାହିଁ। ଏହାକୁ ୨-୫ ମିନିଟ୍ ପାଇଁ କରନ୍ତୁ।

ଅନୁଲୋମ-ବିଲୋମ ପ୍ରାଣାୟାମ:

yoga asanas help to quit tobacco easilyଅନୁଲୋମ-ବିଲୋମ ପ୍ରାଣାୟାମ

ଅନୁଲୋମ-ବିଲୋମ ଅଭ୍ୟାସ ମାନସିକ ସନ୍ତୁଳନ ବଜାୟ ରଖେ ଏବଂ ତମାଖୁର ଲାଳସାକୁ ହ୍ରାସ କରେ। ଏହାକୁ ନାଡ଼ି ଶୋଦ୍ଧନ ପ୍ରାଣାୟାମ ମଧ୍ୟ କୁହାଯାଏ। ଏହି ଶ୍ୱାସକ୍ରିୟା ବ୍ୟାୟାମ କରିବା ପାଇଁ, ଏକ ଶାନ୍ତ ସ୍ଥାନରେ ସୁଖାସନ କିମ୍ବା ପଦ୍ମାସନରେ ବସି, ଡାହାଣ ହାତର ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଡାହାଣ ନାସିକା ବନ୍ଦ କରନ୍ତୁ ଏବଂ ବାମ ନାକପୁଡା ମାଧ୍ୟମରେ ଶ୍ୱାସ ନିଅନ୍ତୁ। ଏବେ ଅନାମିକା ଏବଂ କନିଷ୍ଠ ଆଙ୍ଗୁଠି ସାହାଯ୍ୟରେ ବାମ ନାକପୁଡା ବନ୍ଦ କରନ୍ତୁ ଏବଂ ଡାହାଣ ନାକପୁଡା ଦେଇ ଶ୍ୱାସ ଛାଡ଼ନ୍ତୁ। ସମାନ ପ୍ରକ୍ରିୟାକୁ ବିପରୀତ ଦିଗରେ ପୁନରାବୃତ୍ତି କରନ୍ତୁ। ଏହି ପ୍ରକ୍ରିୟାକୁ ଅତିକମ୍‌ରେ ୫-୧୦ ମିନିଟ୍ ପାଇଁ କରନ୍ତୁ। ଅଧିକ କଲେ ଭଲ।

କପାଳଭାତି ପ୍ରାଣାୟାମ:

yoga asanas help to quit tobacco easilyକପାଳଭାତି ପ୍ରାଣାୟାମ

ଏହି ପ୍ରାଣାୟାମ ଶରୀରକୁ ବିଷମୁକ୍ତ କରେ ଏବଂ ଫୁସ୍‌ଫୁସ୍‌କୁ ସଫା କରିବାରେ ସାହାଯ୍ୟ କରେ। ଏହା ଅଭ୍ୟାସ କରିବାକୁ ହେଲେ ପଦ୍ମାସନରେ ବସି ଅଣ୍ଟାରୁ ମେରୁଦଣ୍ଡ ସିଧା ରଖନ୍ତୁ। ତା'ପରେ ଏକ ଗଭୀର ଶ୍ୱାସ ନିଅନ୍ତୁ ଏବଂ ପେଟକୁ ଭିତରକୁ ଟାଣି ଶୀଘ୍ର ଶ୍ୱାସ ଛାଡ଼ନ୍ତୁ। ଏହି ପ୍ରକ୍ରିୟାକୁ ନିରନ୍ତର କରନ୍ତୁ। ଏହାକୁ ଅତି କମ୍‌ରେ ୫ ମିନିଟ୍ ପାଇଁ କରନ୍ତୁ। ଅଧିକ କଲେ ଭଲ।

ସେତୁବନ୍ଧାସନ:

yoga asanas help to quit tobacco easilyସେତୁବନ୍ଧାସନ

ସେତୁବନ୍ଧାସନର ନିୟମିତ ଅଭ୍ୟାସ ଚାପରୁ ମୁକ୍ତି ଦିଏ ଏବଂ ମନକୁ ଶାନ୍ତ କରେ, ଯାହା ଦ୍ଵାରା ଇଛା ହ୍ରାସ ପାଏ। ସେତୁବନ୍ଧାସନ ଅଭ୍ୟାସ କରିବାକୁ ହେଲେ ପିଠି ପଟିଆ ଶୋଇ ଆଣ୍ଠୁକୁ ଭାଙ୍ଗିକି ପାଦକୁ ପିଚା ପାଖକୁ ଆଣନ୍ତୁ। ଦୁଇ ହାରେ ବଳାଗଣ୍ଠିକୁ ଧରନ୍ତୁ ଏବଂ ଧୀରେ ଧୀରେ ଅଣ୍ଟାକୁ ଉପରକୁ ଉଠାନ୍ତୁ। ଏହି ସ୍ଥିତିରେ କିଛି ସମୟ ରହିବା ପରେ ପୂର୍ବାବସ୍ଥାକୁ ଆସନ୍ତୁ। ଏହାକୁ ୫ରୁ ୮ ଥର ଅଭ୍ୟାସ କରନ୍ତୁ।

ଅଧିକ ପଢ଼ନ୍ତୁ: ଶୋଇବା ପୂର୍ବରୁ କରନ୍ତୁ ଏହି ୩ ଯୋଗ; କମିବ ଓଜନ, ଶୀଘ୍ର ହେବ ଗର୍ଭଧାରଣ

Yogasana Yoga Asanas Yoga World No Tobacco Day
Advertisment
Related Articles
Advertisment