ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?
କେଉଁ ଉପାୟରେ ଏତେ ସମ୍ପତ୍ତି ଠୁଳ କଲେ ? ୩୩ ବର୍ଷ ଚାକିରୀରେ କେମିତି ଏବଂ କେଉଁ ବାଟ ଦେଇ ଅମାପ କଳାଧନ ସଞ୍ଚିଥିଲେ ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ।
ଭିଜିଲାନ୍ସ ଜାଲରେ ରାମ-ଲକ୍ଷ୍ମଣ । ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ । ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଭାଇଙ୍କ କଳା କାରବାର ସଂପର୍କରେ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ । ଲାଞ୍ଚ ନେଇ ଧରାପଡ଼ିଲେ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର । ଜଣେ ଗାଡ଼ି ମାଲିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି ।
ନିଯୁକ୍ତି ପ୍ରକ୍ରିୟାରେ ଯଦି ଅନିୟମିତତା ହେଉଥିଲା, ତାପଛରେ ପିଏସ୍ ବିରଞ୍ଚି ନାରାୟଣ ସାହୁ ସାଜିଥିଲେ କି କାର୍ପଟଦାର୍ ? କାରଣ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡ୍ମିଟ୍ କାର୍ଡ ପାଇଛି ଭିଜିଲାନ୍ସ। ବିରଞ୍ଚିଙ୍କ ପଛରେ ଅଛନ୍ତି କି ବଡ଼ମୁଣ୍ଡ? ବର୍ଷ ବର୍ଷ ଧରି ଆଶାୟୀ ଅଭିଯୋଗ କରୁଥିଲେ ବି କାହିଁକି କାହା ବିରୋଧରେ ହୋଇନଥିଲା କାର୍ଯ୍ୟାନୁଷ୍ଠାନ?
ରାଉରକେଲା: ରାଉରକେଲା ଲିଗାଲ୍ ମେଟ୍ରୋଲୋଜି ବିଭାଗର ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ରେଡ଼୍ରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି।ଗତକାଲି ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭୁବନେଶ୍ୱର ବାସଭବନରେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ । ଆଉ ୧ କୋଟି ୨୩ ଲକ୍ଷ ୪୨ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି […]
ଭଦ୍ରକ: ଭଦ୍ରକରେ ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ସାଳନ୍ଦୀ ଡିଭିଜନର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। କମଳାକାନ୍ତଙ୍କ ଗବସାହି ସ୍ଥିତ ବାସଭବନ, ରାହାଞ୍ଜରେ ପୈତୃକ ଘର, ଭଦ୍ରକ ସ୍ଥିତ କାର୍ଯ୍ୟାଳୟ ଏବଂ ମୟୂରଭଞ୍ଜ ମୋରଡ଼ାରେ ଶ୍ୱଶୂର ଘରେ ଭିଜିଲାନ୍ସ ଚଢ଼ାଉ କରିଛି।
କଳାହାଣ୍ଡି: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡି ASI ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟ୍ରରକୁ ରିଲିଜ୍ କରିବା ପାଇଁ ASI ମଳୟ ରଣା ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ […]
ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି । ନିଲମ୍ବିତ ଜଣେ ପୋଲିସ ASIଙ୍କ ମାମାଲାକୁ ରଫାଦଫା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି…