/odishatv-khabar/media/media_files/2025/12/09/vigilance-2025-12-09-11-49-17.jpg)
Vigilance Photograph: (OTV)
ଲାଞ୍ଚୁଆ ହେଉଛି ପୋଲିସ, ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନ୍ସ। ଦେଢ ବର୍ଷ ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୨୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ସେହିପରି ଦେଢ଼ ବର୍ଷ ମଧ୍ୟରେ ୨୭୧ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ମକଦ୍ଦମାରେ ଗିରଫ କରାଯାଇଛି ।
୧୭୪ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି । ୩୩ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ୬୫ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପେନସନ ବନ୍ଦ କରିଦିଆଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
• ଲାଞ୍ଚୁଆ ହେଉଛି ପୋଲିସ
• ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନସ
• ଦେଢ ବର୍ଷ ମଧ୍ୟରେ ଧରା ହେଲେଣି ୨୦ ପୋଲିସ ଅଧିକାରୀ
• ଦେଢ଼ ବର୍ଷ ମଧ୍ୟରେ ୨୭୧ ଜଣଙ୍କୁ ଗିରଫ କରାଗଲାଣି
• ୧୭୪ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି
• ୩୩ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି
• ୬୫ ଜଣ ସରକାରୀ ଅଧିକାରୀଙ୍କ ପେନସନ ବନ୍ଦ କରାଯାଇଛି
• ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
Malkangiri Violence: MV-26 ଓ ରାଖେଳଗୁଡ଼ା ମଧ୍ୟରେ ଥମୁନି ଉତ୍ତେଜନା, ଲୋକଙ୍କ ଘରଦ୍ବାର ଜାଳିଦେଲେ

Andhra Agent Smashes Odia Nameplate: ପୁଣି ଦାଦାଗିରି; ଓଡ଼ିଆ ନାମ ଫଳକ ଭାଙ୍ଗିଲେ ଆନ୍ଧ୍ର ଏଜେଣ୍ଟ

Odisha Shivers: ଶୀତରେ ଥରହର ସାରା ଓଡ଼ିଶା; ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଶୀତ

Japan Earthquake: ଭୂକମ୍ପରେ ଥରିଲା ଜାପାନ୍; ସୁନାମୀ ସତର୍କତା ଜାରି, ୩ ମିଟର ଉଚ୍ଚର ଜୁଆର ଉଠିବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)