/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753946430.jpg)
Vigilance Arrests Engineer Raj Kishore Jena
ଭୁବନେଶ୍ବର କୋଠାବାଡି ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନା ଠୁଳ କରିଥିଲେ ଆୟଠୁ ୩ ଗୁଣ ଅଧିକ ସମ୍ପତ୍ତି। ଆୟଠାରୁ ୩୧୭% ପ୍ରତିଶତ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ୨ ଦିନର ମାରାଥନ୍ ରେଡ୍ ପରେ ରାଜକିଶୋର ଜେନାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ରେଡ୍ ବେଳେ ଠାବ ହୋଇଥିଲା ଭୁବନେଶ୍ବରରେ ଗୋଟିଏ ବହୁତଳ କୋଠା ସହ ୨ଟି ଫ୍ଲାଟ୍। ଭୁବନେଶ୍ବର ଗ୍ୟାଲେରିଆ ଓ ସିମ୍ଫୋନୀ ମଲରେ ୨ଟି ଦୋକାନ ଅଛି। ୧୩ଟି ଦାମୀ ପ୍ଲଟ୍ ସହ ଠାବ ହୋଇଛି ୭୫ ଲକ୍ଷ ଟଙ୍କାର ଜମା। ୨ ପିଲାଙ୍କ ପାଠପଢ଼ାରେ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜକିଶୋର। ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସେହିପରି ରାଜକିଶୋରଙ୍କ ସହଯୋଗୀ ଆଉ ଜଣେ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ରେଡ୍ ଜାରି ରଖିଛି ଭିଜିଲାନ୍ସ। ତାଙ୍କର ଭୁବନେଶ୍ବରରେ ୨ଟି ବିଲଡିଂ, କସମୋପଲିସରେ ଫୋର୍ BHK ଫ୍ଲାଟ ଅଛି। ଭୁବନେଶ୍ବର ଗ୍ୟାଲେରିଆ ଓ ସିମ୍ଫୋନୀ ମଲରେ ୩ଟି ଦୋକାନ ଅଛି। ୮ଟି ପ୍ଲଟ ଠାବ ହୋଇଥିବା ବେଳେ ଘରୁ ମିଳିଛି ନଗଦ କୋଟିଏ ୩୩ ଲକ୍ଷ କ୍ୟାସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)