/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751370672.jpg)
Vigilance Arrests Soil Dept Official
ବନ୍ଧା ହେଲେ ଜମିଦାର ବାବୁ । ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ରେଡ୍ ପରେ ସାମ୍ନାକୁ ଆସିଥିଲା ଦୟାନିଧି ବାଗଙ୍କ ଆଖି ଖୋସିହେଲା ଭଳି ସମ୍ପତ୍ତି। ଯୁଗ୍ମ ନିର୍ଦ୍ଦେଶକଙ୍କର ୨ଟି ଫାର୍ମହାଉସ୍ ସମେତ ୮୪ ଏକର ଜମି ମିଳିଥିଲା ।
Advertisment
ତେବେ ୫୮ ଲକ୍ଷର ବ୍ୟାଙ୍କ ଜମା, ୩୧୨ ଗ୍ରାମର ସୁନାଗହଣା ମଧ୍ୟ ଠାବ ହୋଇଥିଲା । ଏଥିସହ ଭୁବନେଶ୍ବର ଗୋଠପାଟଣାରେ 3-BHK ସହ ଚନ୍ଦ୍ରଶେଖରପୁରରେ କୋଠା, ନବରଙ୍ଗପୁରରେ ୩ହଜାର ସ୍କୋୟାରଫୁଟର ନିର୍ମାଣାଧୀନ କୋଠା, ନବରଙ୍ଗପୁରରେ ୫ଟି ଦୋକାନ ଥିବା ସପିଂ କମ୍ପ୍ଲେକ୍ସ ସହ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା । ଏଥିସହିତ ବିପୁଳ ପରିମାଣର ସୁନା ଓ ଏକାଧିକ ବେନାମୀ ଗାଡ଼ି ଠାବ କରିଛି ଭିଜିଲାନ୍ସ ।
ଅଧିକ ପଢନ୍ତୁ: ଫାର୍ମା ଫାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ମୃତକଙ୍କୁ ମିଳିବ ୧ କୋଟି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)