Advertisment

Vigilance Raids: ୫୭ ଏକର ଜମି, ୨ ଫାର୍ମହାଉସ୍‌; ଯୁଗ୍ମ ନିର୍ଦ୍ଦେଶକ ନା ଜମିଦାର ?

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ରହିଛନ୍ତି ଦୟାନିଧି ବାଗ । ଭୁବନେଶ୍ବର ଗୋଠପାଟଣାରେ 3-BHK, ଚନ୍ଦ୍ରଶେଖରପୁରରେ ରହିଛି ବିଲ୍ଡିଂ । ନବରଙ୍ଗପୁରରେ ୩ ହଜାର ବର୍ଗଫୁଟର ଏକ ନିର୍ମାଣାଧୀନ କୋଠା ମଧ୍ୟ ରହିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Vigilance raids Dayanidhi Bagh’s properties

Vigilance raids Dayanidhi Bagh’s properties

ବଡ଼ ଖବର । ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍ । ରେଡ୍ ବେଳେ ଠାବ ହେଲା ୫୭ ଏକର ଜମି, ୨ଟି ଫାର୍ମହାଉସ୍‌  । ଇଏ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନା ଜମିଦାର ? ଏତେ ଜମି କେମିତି କଲେ ? କେଉଁଠି ଆସିଲା ଟଙ୍କା ? ଯାହାକୁ ନେଇ ଏବେ ନାନା ପ୍ରଶ୍ନ....

Advertisment

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ରହିଛନ୍ତି ଦୟାନିଧି ବାଗ । ଭୁବନେଶ୍ବର ଗୋଠପାଟଣାରେ 3-BHK, ଚନ୍ଦ୍ରଶେଖରପୁରରେ ରହିଛି ବିଲ୍ଡିଂ । ନବରଙ୍ଗପୁରରେ ୩ ହଜାର ବର୍ଗଫୁଟର ଏକ ନିର୍ମାଣାଧୀନ କୋଠା ମଧ୍ୟ ରହିଛି । ନବରଙ୍ଗପୁରରେ ସପିଂ କମ୍ପ୍ଲେକ୍ସ, ୪୦ ଏକରର ଫାର୍ମ ହାଉସ୍‌ ମଧ୍ୟ ରହିଛି । ୪୦ ଏକରର ଫାର୍ମ ହାଉସ୍‌ରେ ପ୍ରାୟ ୧ କୋଟିର ବିନିଯୋଗ ହୋଇଛି ବୋଲି ସୂଚନା ମିଳିଛି। 

ତେବେ ୬ ଏକରର ଆଉ ଏକ ଫାର୍ମ ହାଉସରେ ପ୍ରାୟ ୩୪ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ଭବାନୀପାଟଣା ଟାଉନ ଉପକଣ୍ଠରେ ଆଉ ୧୧ ଏକର ଜମି ରହିଥିବା ସୂଚନା । ୫୫ ଲକ୍ଷର ବ୍ୟାଙ୍କ ଜମା, ଏକ ଚାରି ଚକିଆ ବେନାମୀ ଗାଡ଼ି ଠାବ ମଧ୍ୟ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ।

Advertisment

ଅଧିକ ପଢ଼ନ୍ତୁ: ଭଡ଼ା ଛାଡନ୍ତୁ, ସିକ୍ୟୁରିଟି ଡିପୋଜିଟ ଶୁଣିଲେ ମୁଣ୍ଡ ବୁଲେଇଦବ....ଏହି ସହରରେ ଏମିତି ଚାଲିଛି

Vigilance Vigilance Raid Vigilance Raids Odisha Vigilance Raids
Advertisment
Related Articles
Advertisment