Advertisment

Vande Bharat Sleeper Train: ଟ୍ରାକରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର କୋଚ୍, ରହିବନି ୱେଟିଂ ଲିଷ୍ଟ କି RAC

ଆଜି ଟ୍ରାକରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର କୋଚ୍। ହାୱଡା-ଗୌହାଟୀ ଭିତରେ ଆଜି ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ରହିବନି ୱେଟିଂ ଲିଷ୍ଟ କି RAC।

author-image
Chinmayee Sahoo
Vande Bharat Sleeper Train

Vande Bharat Sleeper Train Photograph: (OTV)

ଆଜି ଟ୍ରାକରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର କୋଚ୍। ହାୱଡା-ଗୌହାଟୀ ଭିତରେ ଆଜି ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆନ୍ ରେଲୱେର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଘଣ୍ଟାପ୍ରତି ୧୮୦ କିଲୋମିଟର ସ୍ପିଡରେ ଦୌଡ଼ିବ। ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ। 

Advertisment

ଥିରେ ଆରାମଦାୟକ ବର୍ଥ, ଅଟୋମେଟିକ୍ ଡୋର୍, କବଚ ସୁରକ୍ଷା ସିଷ୍ଟମ, ସିସିଟିଭି ଓ ସ୍ବଚ୍ଛତା ଭଳି ସୁବିଧା ପାଇବେ ଯାତ୍ରୀ। ବନ୍ଦେ ଭାରତ ସ୍ଲିପର କୋଚରେ ରହିବନି ୱେଟିଂ ଲିଷ୍ଟ କି RAC। ଯାତ୍ରୀଙ୍କୁ କେବଳ କନଫର୍ମ ଟିକେଟ୍ ମିଳିବ। ୧୬ କୋଚ୍ ବିଶିଷ୍ଟ ଟ୍ରେନରେ ରହିବ ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ କ୍ଲାସ ଏସି। 

ଭଡ଼ା ନିର୍ଣ୍ଣୟ ପାଇଁ ସର୍ବନିମ୍ନ ଦୂରତା ୪୦୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ଥାର୍ଡ ଏସିରେ କିଲୋମିଟର ପ୍ରତି ୨ଟଙ୍କା ୪୦ ପଇସା, ସେକେଣ୍ଡ ଏସିରେ ୩ଟଙ୍କା ୧୦ ପଇସା ଓ ଫାଷ୍ଟ କ୍ଲାସ ଏସିରେ କିଲୋମିଟର ପ୍ରତି ଯାତ୍ରୀ ଗଣିବେ ୩ଟଙ୍କା ୮୦ ପଇସା। 

Advertisment

ଏହି ହିସାବରେ ଦେଖିଲେ ଥାର୍ଡ ଏସିରେ ଜଣେ ଯାତ୍ରା କଲେ ସର୍ବନିମ୍ନ ଭଡ଼ା ୯୬୦, ସେକେଣ୍ଡ କ୍ଲାସରେ ୧୨ଶହ ୪୦ ଓ ଫାଷ୍ଟ ଏସିରେ ଭଡ଼ା ୧୫ଶହ ୨୦ ଟଙ୍କା ଦେବାକୁ ପଡ଼ିବ। ଏଥିସହ ଯାତ୍ରୀ ୫ ପ୍ରତିଶତ ଜିଏସଟି ଦେବେ। ବନ୍ଦେ ଭାରତର ଏହି ସ୍ଲିପର କୋଚରେ ଅଫିସର କୋଟାକୁ ଉଚ୍ଛେଦ କରାଯାଇଛି।

ଆଜି ଟ୍ରାକରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର କୋଚ୍
ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ହାୱଡା-ଗୌହାଟୀ ଭିତରେ ଗଡ଼ିବ ପ୍ରଥମ ଟ୍ରେନ୍
ଘଣ୍ଟାପ୍ରତି ୧୮୦ କିମି ସ୍ପିଡରେ ଟ୍ରାକରେ ଦୌଡ଼ିବ
ରହିବନି ୱେଟିଂ ଲିଷ୍ଟ କି RAC
ଯାତ୍ରୀଙ୍କୁ ମିଳିବ କନଫର୍ମ ଟିକେଟ୍
୧୬ କୋଚ୍ ଟ୍ରେନରେ AC-3, AC-2 ଓ AC ଫାଷ୍ଟ କ୍ଲାସ୍
ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ

Vande Bharat Train
Advertisment
Related Articles
Advertisment