/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725207519.jpg)
Vande Bharat Express
ଯେମିତି ଆରାମ, ସେମିତି ଲୁକ୍। ଦେଖିଲେ ଲାଗୁଛି ଯେପରି ସିଧା କୌଣସି ହଲିଉଡ୍ ସାଇ-ଫାଇ ମୁଭିର ସ୍ପେଶ୍ ସିପ୍। କିନ୍ତୁ ଏହା କୌଣସି କଳ୍ପନା ନୁହେଁ, ବନ୍ଦେ ଭାରତ ହାଇ-ସ୍ପିଡ୍ ଟ୍ରେନର ଭିତରର ଦୃଶ୍ୟ ସାମ୍ନକୁ ଆସିଛି । ସାମ୍ନାକୁ ଆସିଲା ଅତ୍ୟାଧୁନିକ ବନ୍ଦେ ଭାରତ ସ୍ଲିପର କୋଚ୍ର ଏକ୍ସକ୍ଲୁସିଭ ଚିତ୍ର ।
ସୁରକ୍ଷା ସାଙ୍ଗକୁ ପାସେଞ୍ଜର ସୁବିଧା ଉପରେ ଦିଆଯାଇଛି ଗୁରୁତ୍ବ। ଏହାର ଲଞ୍ଚିଂ ପୂର୍ବରୁ ବେଙ୍ଗାଳୁରୁ ଭାରତ ଆର୍ଥ ମୁଭର୍ସ ଲିମିଟେଡ୍-BEML ଫ୍ୟାକ୍ଟ୍ରିକୁ ଯାଇ ଏହାର ନିରୀକ୍ଷଣ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନୂଆ ଡିଜାଇନରେ ତିଆରି ହୋଇଥିବା ଏହି ବନ୍ଦେ ଭାରତ ସ୍ଲିପର କୋଚ୍ର ପ୍ରଟୋଟାଇପ ଭର୍ସନର ଅନାବରଣ କରିବା ଅବସରରେ ଏହାର ଦୃଶ୍ୟ ଜାରି କରିଛନ୍ତି।
ଆସନ୍ତା ୨ ମାସ ଏହାର ଟେଷ୍ଟିଂ ହେବ ଏବଂ ୩ ମାସ ଭିତରେ ଯାତ୍ରୀଙ୍କ ପାଇଁ ସେବା ଆରମ୍ଭ କରିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ। ୮ଶହ ରୁ ୧୨ ଶହ କିଲୋମିଟର ଓଭରନାଇଟ୍ ଯାତ୍ରା ପାଇଁ ଏହାକୁ ତିଆରି କରାଯାଇଛି । ଏଥିରେ କବଚ୍ ସିଷ୍ଟମ, ଉନ୍ନତ କପଲର୍ ଏବଂ ବହୁ ଅତ୍ୟାଧୁନିକ ସେଫ୍ଟି ଫିଚର୍ ଯୋଡ଼ାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)