Advertisment

Vande Bharat Express Coach Expansion: ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର କୋଚ ସଂଖ୍ୟା ବଢିଲା, ଏହି ତାରିଖରେ ସଂଯୋଗ ହେବ ନୂଆ କୋଚ

ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଅତିରିକ୍ତ କୋଚ୍ ସଂଯୋଗ ହେବ । ଫଳ ସ୍ବରୂପ ଏହାର ରେକ୍ କମ୍ପୋଜିସନ୍‌ରେ 16ଟି ଏସି ଚେୟାର କାର୍ କୋଚ୍, 2ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ 2ଟି କ୍ରୁ ଏବଂ ଏସି ଚେୟାର କାର୍ କୋଚ୍ ଉପଲବ୍ଧ ରହିବ।

author-image
Saroj Kumar Jena
ଅଦ୍ୟତନ ହୋଇଛି
vande bharat

vande bharat

ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ 22895/22896 ପୁରୀ-ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ଫଳରେ 20ଟି କୋଚ୍ ସହିତ ଏହାକୁ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ‘ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି’

ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ଘଟିଛି। ଫଳ ସ୍ବରୂପ ଏହାର ରେକ୍ କମ୍ପୋଜିସନ୍‌ରେ 16ଟି ଏସି ଚେୟାର କାର୍ କୋଚ୍, 2ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ 2ଟି କ୍ରୁ ଏବଂ ଏସି ଚେୟାର କାର୍ କୋଚ୍ ଉପଲବ୍ଧ ରହିବ।

ପୁରୀ ଓ ହାଓଡ଼ା ମଧ୍ୟରେ ଚଳାଚଳ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେମି-ହାଇ-ସ୍ପିଡ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଚାରୋଟି ଏସି ଚେୟାର କାର୍ କୋଚ୍ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି।

Advertisment

ଯାତ୍ରୀଙ୍କ ଚାହିଦା ଏବଂ ଟ୍ରେନ ଯାତ୍ରା ପରିଚାଳନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଉଭୟ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଅଧିକ ପସନ୍ଦିତ ଟ୍ରେନ ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ବର୍ଦ୍ଧିତ କୋଚ କ୍ଷମତା ଯାତ୍ରା ସୁବିଧାରେ ଉନ୍ନତି ଆଣିବ ଯାହା ଦ୍ୱାରା ପ୍ରତୀକ୍ଷା ତାଲିକା ହ୍ରାସ ପାଇବା ସହ ଏହି ପ୍ରିମିୟମ୍ ଟ୍ରେନ୍ ସେବାକୁ ଆହୁରି ଲୋକପ୍ରିୟ କରିବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୂର ପରେ ପରେ ବଦଳୁଛି ରାଜନୈତିକ ସମୀକରଣ: ଯୁଦ୍ଧ ନୁହେଁ ଶାନ୍ତିମୁହାଁ ବିଶ୍ୱ

Puri Vande Bharat Train Howrah Railway Station
Advertisment
Advertisment