/odishatv-khabar/media/media_files/2026/01/13/vande-bharat-2026-01-13-09-33-55.jpg)
vande-bharat Photograph: (OTV)
ଟ୍ରାକରେ ଦୌଡ଼ିବାକୁ ଆସୁଛି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍। ନା ରହିବ RAC ନା ରହିବ ୱେଟିଂ ଲିଷ୍ଟ ବ୍ୟବସ୍ଥା। ରେଲୱେ ବିଭାଗର ଅଫିସର କୋଟାର ହେବ ଉଛେଦ। ଏଭଳି ବଡ଼ ପରିବର୍ତ୍ତନ ସହିତ କୋଲକାତା-ଗୌହାଟୀ ଭିତରେ ଗଡ଼ିବ ଦେଶର ପ୍ରଥମ ସ୍ଲିପର୍ ବନ୍ଦେ ଭାରତ। ତାପୂର୍ବରୁ ଘୋଷଣା ହୋଇଛି ଟିକେଟ୍ ଦର।
୧୬ କୋଚ୍ ବିଶିଷ୍ଟ ଟ୍ରେନରେ ରହିବ ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ କ୍ଲାସ ଏସି। ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ। ଭଡ଼ା ନିର୍ଣ୍ଣୟ ପାଇଁ ସର୍ବନିମ୍ନ ଦୂରତା ୪୦୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ଥାର୍ଡ ଏସିରେ କିଲୋମିଟର ପ୍ରତି ୨ଟଙ୍କା ୪୦ ପଇସା, ସେକେଣ୍ଡ ଏସିରେ ୩ଟଙ୍କା ୧୦ ପଇସା ଓ ଫାଷ୍ଟ କ୍ଲାସ ଏସିରେ କିଲୋମିଟର ପ୍ରତି ଯାତ୍ରୀ ଗଣିବେ ୩ଟଙ୍କା ୮୦ ପଇସା।
ଏହି ହିସାବରେ ଦେଖିଲେ ଥାର୍ଡ ଏସିରେ ଜଣେ ଯାତ୍ରା କଲେ ସର୍ବନିମ୍ନ ଭଡ଼ା ୯୬୦, ସେକେଣ୍ଡ କ୍ଲାସରେ ୧୨ଶହ ୪୦ ଓ ଫାଷ୍ଟ ଏସିରେ ଭଡ଼ା ୧୫ଶହ ୨୦ ଟଙ୍କା ଦେବାକୁ ପଡ଼ିବ। ଏଥିସହ ଯାତ୍ରୀ ୫ ପ୍ରତିଶତ ଜିଏସଟି ଦେବେ। ବନ୍ଦେ ଭାରତର ଏହି ସ୍ଲିପର କୋଚରେ ୱେଟିଂ ଲିଷ୍ଟ କି RAC ରହିବନି ।
ଯାତ୍ରୀଙ୍କୁ କେବଳ କନଫର୍ମ ଟିକେଟ୍ ମିଳିବ। ଆଗୁଆ ସଂରକ୍ଷଣ ଅବଧିର ପ୍ରଥମ ଦିନରୁ ସମସ୍ତ ବର୍ଥ ବୁକିଂ ପାଇଁ ଖୋଲା ରହିବ। ଅଫିସର କୋଟାକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଇଣ୍ଡିଆନ୍ ରେଲୱେର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଘଣ୍ଟାପ୍ରତି ୧୮୦ କିଲୋମିଟର ସ୍ପିଡରେ ଦୌଡ଼ିବ।
ଏଥିରେ ଆରାମଦାୟକ ବର୍ଥ, ଅଟୋମେଟିକ୍ ଡୋର୍, କବଚ ସୁରକ୍ଷା ସିଷ୍ଟମ, ସିସିଟିଭି ଓ ସ୍ବଚ୍ଛତା ଭଳି ସୁବିଧା ପାଇବେ ଯାତ୍ରୀ। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀ- କୋଲକାତା ମଧ୍ୟରେ ଏହାର ଶୁଭାରମ୍ଭ କରିପାରନ୍ତି।
ଆସନ୍ତା ଛଅ ମାସ ମଧ୍ୟରେ ଆଠଟି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ କାର୍ଯ୍ୟକ୍ଷମ ହେବ। ବର୍ଷ ଶେଷ ସୁଦ୍ଧା ୧୨ଟି ନୂତନ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।
କୋଲକାତା-ଗୌହାଟୀ ଭିତରେ ଗଡ଼ିବ ପ୍ରଥମ ଟ୍ରେନ୍
ଶୁଭାରମ୍ଭ ପୂର୍ବରୁ ଜାରି ହେଲା ଟିକେଟ୍ ଦାମ୍
ରହିବନି ୱେଟିଂ ଲିଷ୍ଟ କି RAC
ଯାତ୍ରୀଙ୍କୁ ମିଳିବ କନଫର୍ମ ଟିକେଟ୍
୧୬ କୋଚ୍ ବିଶିଷ୍ଟ ଟ୍ରେନରେ AC-3, AC-2 ଓ AC ଫାଷ୍ଟ କ୍ଲାସ୍
ଭଡ଼ା ନିର୍ଣ୍ଣୟ ପାଇଁ ସର୍ବନିମ୍ନ ଦୂରତା ୪୦୦ କିମି ଧାର୍ଯ୍ୟ
AC-3ରେ କିମି ପ୍ରତି ଦେବେ ୨ଟଙ୍କା ୪୦ ପଇସା
AC-2ରେ କିମି ପ୍ରତି ଭଡ଼ା ୩ଟଙ୍କା ୧୦ ପଇସା
ଫାଷ୍ଟ କ୍ଲାସ ACରେ କିମି ପ୍ରତି ଗଣିବେ ୩ଟଙ୍କା ୮୦ ପଇସା
AC-3ରେ ସର୍ବନିମ୍ନ ଭଡ଼ା ୯୬୦ ଟଙ୍କା ରହିବ
AC-2ରେ ସର୍ବନିମ୍ନ ଭଡ଼ା ୧୨୪୦ ଟଙ୍କା ଦେବେ ଯାତ୍ରୀ
ଫାଷ୍ଟ କ୍ଲାସ ACରେ ସର୍ବନିମ୍ନ ଭଡ଼ା ରହିବ ୧୫୨୦ ଟଙ୍କା
ଭଡ଼ା ସହ ୫ ପ୍ରତିଶତ ଜିଏସଟି ଦେବେ ଯାତ୍ରୀ
ବନ୍ଦେ ଭାରତ ସ୍ଲିପର କୋଚରେ ଅଫିସର କୋଟାକୁ ଉଚ୍ଛେଦ
ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ
ଘଣ୍ଟାପ୍ରତି ୧୮୦ କିମି ସ୍ପିଡରେ ଟ୍ରାକରେ ଦୌଡ଼ିବ
ଆସନ୍ତା ୧୭ରେ ଶୁଭାରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ
ଟ୍ରାକରେ ଦୌଡ଼ିବାକୁ ତୟାର ବନ୍ଦେ ଭାରତ ସ୍ଲିପର କୋଚ୍
Middle East Tensions Rise: ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧ ଘନଘଟା; ଇରାନର ବନ୍ଧୁଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ

Donald Trump to Visit India: ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ମୋଦିଙ୍କ ସହିତ ଟ୍ରମ୍ପଙ୍କର ରହିଛି ବାସ୍ତବ ବନ୍ଧୁତା

Bone-Chilling Cold: ପୁଣି ସାରା ରାଜ୍ୟରେ ଅସହ୍ୟ ଶୀତ, ଆହୁରି ଖସିବ ରାତି ତାପମାତ୍ରା

Daily Horoscope 13th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)