Advertisment

Vande Bharat Express: କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ବନ୍ଦେ ଭାରତ, ଗତକାଲି ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ

ଗତକାଲି ଲୋକାର୍ପିତ ହୋଇଛି ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ବନ୍ଦେ ଭାରତ

କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ବନ୍ଦେ ଭାରତ

କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ବନ୍ଦେ ଭାରତ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବା ପରେ ଆଜି ସକାଳୁ ପ୍ରଥମ ବନ୍ଦେ ଭାରତ କଟ୍ରାରୁ ଶ୍ରୀନଗରକୁ ଯାଇଛି । ଏଣିକି ନିୟମିତ କଟ୍ରାରୁ ଶ୍ରୀନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । କଟ୍ରାରୁ ଶ୍ରୀନଗର ଯିବାକୁ ଲାଗୁଛି ମାତ୍ର ୩ ଘଣ୍ଟା । ଆଜି ଟ୍ରେନ ଯାତ୍ରା କରି ଯାତ୍ରୀମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ତାରିଖ ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

କଟ୍ରାରୁ ଶ୍ରୀନଗରକୁ ଟ୍ରେନ୍ ଯାତ୍ରା ସମୟରେ ରୋମାଞ୍ଚକର ଅନୁଭୂତି ନେଇଛନ୍ତି ଯାତ୍ରୀ । ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ ଉପରେ ଯିବାର ସୁଯୋଗ ସହିତ କଶ୍ମୀର ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି। କଟ୍ରା-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ ଲୋକୋ-ପାଇଲଟ୍ କହିଛନ୍ତି,ଏହା ଏକ ଐତିହାସିକ ମୁହୂର୍ତ୍ତ । ଚେନାବ ବ୍ରିଜ୍ ଉପରେ ଘଣ୍ଟାପ୍ରତି ୮୫ କିଲୋମିଟର ବେଗରେ ଟ୍ରେନ ଚଳାଚଳ କରୁଛି ।

Advertisment

ଗତକାଲି ଲୋକାର୍ପିତ ହୋଇଛି ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ସେତୁ । ଯାହାର ଉଚ୍ଚତା ୩୫୯ ମିଟର ଥିବା ବେଳେ ଏହି ସେତୁର ଦୈର୍ଘ୍ୟ ୧୩୧୫ ମିଟର ରହିଛି । ଚେନାବ ବ୍ରିଜ୍ ପ୍ୟାରିସର ଆଇଫେଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ ।

୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି। ଏଥିପାଇଁ ୧୪୮୬କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦ ହଜାର ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି।

ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନକୁ ସହ୍ୟ କରିପାରିବ । ତୁଷାରପାତ ସମୟରେ କାଶ୍ମୀର ଉପତ୍ୟକା ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଉଥିଲା । ୨୦୦୩ ରେ ଭାରତ ସରକାର କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସବୁ ପାଗ ଭିତ୍ତିରେ ସଂଯୋଗ କରିବା ପାଇଁ ଚେନାବ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ସେତୁ ୨୦୦୯ ସୁଦ୍ଧା ପ୍ରସ୍ତୁତ ହେବାକୁ ଥିଲା । ମାତ୍ର ଏହି ଅବଧି ମଧ୍ୟରେ ଏହା ସରିନଥିଲା । ବର୍ତ୍ତମାନ ପ୍ରାୟ ୨ ଦଶନ୍ଧି ପରେ ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ପ୍ରସ୍ତୁତ ହୋଇଛି । ଏହି ବ୍ରିଜ୍ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଏବଂ ରିକ୍ଟର ସ୍କେଲରେ ୮ ମ୍ୟାଗ୍ନିଚ୍ୟୁଡ୍ ପର୍ଯ୍ୟନ୍ତ ଭୂକମ୍ପକୁ ସହ୍ୟ କରିପାରିବ। ସେତୁଟି ଆସନ୍ତା ୧୨୦ ବର୍ଷ ପାଇଁ ନିର୍ମାଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍‌ଘାଟିତ, ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ

Narendra Modi India Rail Bridge Over Chenab River Vande Bharat Train
Advertisment
Related Articles
Advertisment