Advertisment

Military plane crashes: ବଡଧରଣର ବିମାନ ଦୁର୍ଘଟଣା ; ୪୬ ମୃତ

ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଦୁର୍ଘଟଣାରେ ଅନେକ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପଛର ମୁଖ୍ୟ କାରଣ ବିଷୟରେ କୌଣସି ସୂଚନା ନାହିଁ।

author-image
Tapaswini Nayak
military plane crashes

military plane crashes

ସୁଦାନରେ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ସୈନ୍ୟମାନଙ୍କୁ ନେଇ ଯାଉଥିବା ବିମାନଟି ଓମଡୁରମାନ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଦୁର୍ଘଟଣାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। 

Advertisment

ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଦୁର୍ଘଟଣାରେ ଅନେକ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।  ହେଲେ ଏହି ଦୁର୍ଘଟଣା ପଛର ମୁଖ୍ୟ କାରଣ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।

 ଅଧିକ ପଢ଼ନ୍ତୁ:  F-35 Fighter Jet Crash News:ସକାଳୁ ସକାଳୁ ବଡ଼ ବିମାନ ଦୁର୍ଘଟଣା; ଚାଲିଗଲା ୧୯ ଜୀବନ

Advertisment

ସୁଦାନ ସେନା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ୱାଡି ସୟଦନା ଏୟାରବେସରୁ ଉଡ଼ାଣ ଭରିବା ସମୟରେ ସେନାର ଆଣ୍ଟୋନୋଭ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଥିଲେ। ଆହତମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ସୁଦାନରେ ୨୦୨୩ ମସିହାରୁ ଗୃହଯୁଦ୍ଧ ଜାରି ରହିଛି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ଅଧିକାର ସଂଗଠନଗୁଡ଼ିକ ଏହି ଘଟଣାଗୁଡ଼ିକୁ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ବୋଲି କହିଛନ୍ତି।

 ଅଧିକ ପଢ଼ନ୍ତୁ: ଆମେରିକାରେ ଆତଙ୍କ ସୃଷ୍ଟି କରୁଛି ଏହି ଚାଇନିଜ୍‌ ଆପ୍‌; ଜାଣନ୍ତୁ କାହିଁକି...

 

Sudan Plane Crashes
Advertisment
Advertisment