/odishatv-khabar/media/media_files/2025/11/04/sudan-2025-11-04-08-08-07.jpg)
SUDAN Photograph: (OTV)
ସୁଦାନରେ ବିଦ୍ରୋହୀଙ୍କ ଦ୍ୱାରା ଓଡ଼ିଆ ଯୁବକ ଅପହୃତ। ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣର ଶିକାର ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଜଣେ ଯୁବକ। ତାଙ୍କ ନାଁ ଆଦର୍ଶ ବେହେରା। ସେ ୩ ବର୍ଷ ହେଲା ସୁଦାନର ଦର୍ଫୁ ର ଷ୍ଟେଟ୍ ଅଲ୍ ଫାସିରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।
ତେବେ ସେଠାରେ ଗୃହଯୁଦ୍ଧ ସ୍ଥିତି ଯୋଗୁ ଗତ କିଛି ଦିନ ହେବ କମ୍ପାନୀ ବନ୍ଦ ରହିଛି। କିନ୍ତୁ ସପ୍ତାହେ ତଳେ କମ୍ପାନୀ ମାଲିକଙ୍କ ଅନୁରୋଧ କ୍ରମେ ସେ କାର୍ଯ୍ୟାଳୟକୁ ଯାଇଥିବା ବେଳେ ବିଦ୍ରୋହୀ ମାନେ ତାଙ୍କୁ ଅପହରଣ କରି ନେଇଛନ୍ତି। ଏ ସଂପର୍କରେ ଅପହରଣକାରୀ ମାନେ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ତା ସହ ଅପହୃତ ଯୁବକଙ୍କ ହିନ୍ଦୀରେ ଏକ ଅଡ଼ିଓ ଘରକୁ ପଠାଇଛନ୍ତି।
ତା’ପରଠୁ ଆଉ କୌଣସି ସନ୍ଧାନ ମିଳୁନଥିବା କହିଛନ୍ତି ପରିବାର ଲୋକେ। ପୁଅ ଅପହରଣ ଖବର ପରେ ବାପା ମାଆ ଭାଙ୍ଗି ପଡ଼ିଛନ୍ତି। ସ୍ତ୍ରୀ ଓ ପିଲା ଆତଙ୍କରେ ରହିଛନ୍ତି। ପୁଅର ଉଦ୍ଧାର ପାଇଁ ବାପା ମାଆ ସରକାରଙ୍କୁ ଆକୁଳ ନିବେଦନ କରିବା ସହ ଏ ସଂପର୍କରେ ସୁଦାନରେ ଥିବା ଭାରତୀୟ ଦୂତାବାସକୁ ଅବଗତ କରାଯାଇଥିବା ସୂଚନା ମିଳିଛି।
• ସୁଦାନରେ ଓଡ଼ିଆ ଯୁବକ ଅପହୃତ !
• ସୁଦାନରେ ବିଦ୍ରୋହୀଙ୍କ ଦ୍ୱାରା ଓଡ଼ିଆ ଯୁବକ ଅପହୃତ ସୂଚନା
• ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣର ଶିକାର ସୂଚନା
• ଜଗତସିଂହପୁର ତିର୍ତ୍ତୋଲ ଥାନା କୋଟକଣା ଗାଁର ଯୁବକ ଅପହୃତ
• ଅପହୃତ ଯୁବକଙ୍କ ନାଁ ଆଦର୍ଶ ବେହେରା
• ୩ ବର୍ଷ ହେଲା ସୁଦାନରେ ଏକ କଂପାନୀରେ କାର୍ଯ୍ୟ କରୁଥିଲେ
• ଗୃହଯୁଦ୍ଧ ସ୍ଥିତି ଯୋଗୁ କିଛି ଦିନ ହେଲା କଂପାନୀ ବନ୍ଦ ରହିଛି
• ଅପହରଣକାରୀ ମାନେ ଭିଡ଼ିଓ ସହ ହିନ୍ଦି ଭାଷାର ଅଡ଼ିଓ ପଠାଇଛନ୍ତି
• ପୁଅର ଉଦ୍ଧାର ପାଇଁ ସରକାରଙ୍କୁ ବାପା, ମା’ଙ୍କ ଆକୁଳ ନିବେଦନ
Daily Horoscope 4th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 4th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Destiny’s Call: ୨୧ ବର୍ଷ ବୟସରେ ରଚିଦେଲେ ଇତିହାସ, ଫାଇନାଲ୍ ମ୍ୟାଚ ଖେଳି ବନିଗଲେ ଚାମ୍ପିୟନ

The AI Mirror: ସର୍ବନାଶ କରିବ ଏଆଇ ! ଅଲୋଡା ହୋଇଯାଉଛି ମଣିଷ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)