Advertisment

Massacre: ଅର୍ଦ୍ଧସାମରିକ ବାହିନୀର ଗଣହତ୍ୟା: ୫୩ ଜଣଙ୍କ ପ୍ରାଣହାନୀ

ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସ ଦ୍ୱାରା ଭୟଙ୍କର ଆକ୍ରମଣରେ ଉତ୍ତର ଦାରଫୁରର ରାଜଧାନୀ ଅଲ୍ ଫାସିରରେ ଏକ ଆଶ୍ରୟସ୍ଥଳ ଧ୍ୱଂସ ହୋଇଯାଇଛି। ୫୩ ଜଣଙ୍କର ମୃତ୍ୟୁ ହୋଇଛି।

author-image
Chinmayee Sahoo
Massacre

Massacre Photograph: (OTV)

ସୁଦାନ (Sudan) ର ସୁଦାନିଜ୍ ସଶସ୍ତ୍ର ବାହିନୀ ଦ୍ବାରା ଘେରାବନ୍ଦୀ ହୋଇଥିବା ଦାରଫୁରର ରାଜଧାନୀ ଅଲ୍ ଫାସିରର ଏକ ଆଶ୍ରୟସ୍ଥଳ ଉପରେ ଭୟାବହ ଆକ୍ରମଣ କରିଛି ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସ (RSF)। ଯାହା ଫଳରେ ୧୪ ଶିଶୁ ଏବଂ ୧୫ ମହିଳା ସମେତ ଅତି କମରେ ୫୩ ଜଣଙ୍କର ମୃତ୍ୟୁ ହୋଇଛି।
ସୁଦାନର ଗୃହଯୁଦ୍ଧ ଉପରେ ନଜର ରଖୁଥିବା ଡାକ୍ତରୀ ବୃତ୍ତିଗତଙ୍କ ଏକ ଗୋଷ୍ଠୀ ‘ସୁଦାନ ଡାକ୍ତର ନେଟୱାର୍କ’ କହିଛି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଅଲ୍-ଫାଶର ସହରରେ ରାପିଡ୍ ସପୋର୍ଟ ଫୋର୍ସ (RSF) ଦ୍ୱାରା ହୋଇଥିବା ଗୁଳିମାଡ଼ରେ ପାଞ୍ଚ ଜଣ ଶିଶୁ ଏବଂ ସାତ ଜଣ ମହିଳା ସମେତ ଆଉ ୨୧ ଜଣ ଆହତ ହୋଇଛନ୍ତି।
“ରାପିଡ୍ ସପୋର୍ଟ ଫୋର୍ସ ଦ୍ୱାରା ଅଲ୍-ଆର୍କାମ୍ ହୋମ୍ ଉପରେ ଆକ୍ରମଣ ହୋଇଥିଲା, ଯାହା ଉତ୍ତର ଦାରଫୁର ପ୍ରଦେଶର ପ୍ରାଦେଶିକ ରାଜଧାନୀ ଅଲ୍-ଫାଶରରେ ବିସ୍ଥାପିତ ପରିବାରଗୁଡ଼ିକୁ ଆଶ୍ରୟ ଦେଇଥିଲା। ଏହି ଆଶ୍ରୟସ୍ଥଳଟି ଓମଡୁରମାନ ଇସଲାମିକ୍ ବିଶ୍ୱବିଦ୍ୟାଳୟରେ ଅବସ୍ଥିତ। ଏହି ହତ୍ୟାକାଣ୍ଡ ସମସ୍ତ ଅନ୍ତର୍ଜାତୀୟ ମାନଦଣ୍ଡ ଏବଂ ଆଇନର ଖୋଲା ଉଲ୍ଲଂଘନ କରି ସାଧାରଣ ନାଗରିକଙ୍କ ବିରୁଦ୍ଧରେ ରାପିଡ୍ ସପୋର୍ଟ ଫୋର୍ସ (RSF) ଦ୍ୱାରା ଏହି ଆକ୍ରମଣ କରାଯାଉଛି," ମେଡିକାଲ୍ ଗ୍ରୁପ୍ କହିଛି।

Advertisment

ପ୍ରକୃତ ଘଟଣା କ'ଣ

RSF ରାଜଧାନୀ ଖାର୍ତୁମ୍ ଏବଂ କେନ୍ଦ୍ରୀୟ ସୁଡାନର ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକୁ ପୁନର୍ବାର ଦଖଲ କରିବା ପରେ, ଆଲ୍ ଫାସିରକୁ ପୁଣି ଟାର୍ଗେଟ କରୁଛି। ଏହା ଦାରଫୁର ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ନେବାକୁ ଚାହୁଁଛି। 
ସୁଦାନରେ ଗୃହ ଯୁଦ୍ଧ ଚାଲିଥିବା ବେଳେ ଅଲ୍-ଫାଶର ଏବଂ ଆଖପାଖ ଶିବିରଗୁଡ଼ିକରେ ପ୍ରାୟ ଦଶ ଲକ୍ଷ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। RSF ସମ୍ପୂର୍ଣ୍ଣ ଅବରୋଧ ଜାରି କରିଛି, ଖାଦ୍ୟ ଆଣିବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ସ୍ୱେଚ୍ଛାସେବକ ଏବଂ ସହାୟତା କର୍ମୀଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଆରମ୍ଭ କରୁଛି। ସହର ଭିତରେ, ହଜାର ହଜାର ଲୋକ ପ୍ରାୟ ପ୍ରତିଦିନ ଆରଏସଏଫ ସୈନ୍ୟଙ୍କ ଗୁଳିର ଶିକାର ହେଉଛନ୍ତି।
ସୁଡାନ ଉତ୍ତର-ପୂର୍ବ ଆଫ୍ରିକାର ଏକ ଦେଶ। ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀୟ ଆଫ୍ରିକା, ପଶ୍ଚିମରେ ଚାଡ୍, ଉତ୍ତର-ପଶ୍ଚିମରେ ଲିବ୍ୟା, ଉତ୍ତରରେ ମିଶର, ପୂର୍ବରେ ଲୋହିତ ସାଗର, ଦକ୍ଷିଣ -ପୂର୍ବରେ ଇରିଟ୍ରିଆ ଏବଂ ଇଥିଓପିଆ ଏବଂ ଦକ୍ଷିଣରେ ଦକ୍ଷିଣ ସୁଡାନ ସହିତ ଏହାର ସୀମା ଲାଗିଛି। ୨୦୧୯ରେ ଏହାର ରାଷ୍ଟ୍ରପତି ଓମାଦ-ଅଲ୍-ବାଶିରଙ୍କୁ ସୁଦାନ ସେନା (ସୁଦାନିଜ୍ ସଶସ୍ତ୍ର ବାହିନୀ) ଦ୍ବାରା ଗାଦିଚ୍ୟୁତ କରାଯିବା ପରେ ଏହି ଦେଶକୁ ନିଜ ନିୟନ୍ତ୍ରଣରେ ନେଇଛି। କିନ୍ତୁ ୨୦୨୧ ପର ଠାରୁ ସୁଦାନିଜ୍ ସଶସ୍ତ୍ର ବାହିନୀ ଓ ଅର୍ଦ୍ଧସାମରୀକ ବାହିନୀ RSF ମଧ୍ୟରେ ଉତ୍ତେଜନା ଲାଗି ରହିଛି। 
ଅଲ୍-ଫାଶର ହେଉଛି ପଶ୍ଚିମ ଦାରଫୁର ଅଞ୍ଚଳରେ ସୁଦାନିଜ୍ ସଶସ୍ତ୍ର ବାହିନୀ (SAF) ଦ୍ୱାରା କବଜା କରାଯାଇଥିବା ଶେଷ ପ୍ରମୁଖ ସହର ଏବଂ ଚଳିତ ବର୍ଷ ମାର୍ଚ୍ଚରେ ସେନା ରାଜଧାନୀ ଖାର୍ତୁମକୁ ପୁନର୍ବାର ଦଖଲ କରିବା ପରଠାରୁ ଏହା ଅର୍ଦ୍ଧସାମରିକ RSF ର ତୀବ୍ର ଆକ୍ରମଣର ସମ୍ମୁଖୀନ ହୋଇଛି। ଆକ୍ରମଣର ଶିକାର ହେବା ଫଳରେ ଦେଶ ଛାଡି ଅଧିକାଂଶ ଜନସଂଖ୍ୟା ପଳାଇଥିବା ବେଳେ ବର୍ତ୍ତମାନ ମାତ୍ର ୨,୬୦,୦୦୦ ସାଧାରଣ ନାଗରିକ ସହରରେ ଫସି ରହିଛନ୍ତି। ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ବିସ୍ଥାପିତ ହୋଇଛନ୍ତି। ପ୍ରତିଦିନ ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି। 

Sudan
Advertisment
Related Articles
Advertisment