୧୨ ଦିନ ପରେ ବି କୌଶଳେନ୍ଦ୍ର ଓ ଅଙ୍କିତାଙ୍କୁ ଖୋଜା ଚାଲିଛି । ସିକ୍କିମ ତିସ୍ତା ନଦୀକୁ ଖସିପଡିଥିବା ଟୁରିଷ୍ଟ ବସରେ ଥିଲେ କୌଶଳେନ୍ଦ୍ର ଓ ଅଙ୍କିତା । ବିବାହର ହାତ ଗଣତି କେତୋଟି ଦିନ ପରେ ନିଖୋଜ ହୋଇଯାଇଛନ୍ତି ଏହି ଦମ୍ପତ୍ତି।
ସିକିମ୍ ଟ୍ରାଜେଡିକୁ ସପ୍ତାହେ ବିତିଥିଲେ ବି ମିଳିପାରିନି ନିଖୋଜ ଓଡ଼ିଆଙ୍କ ପତ୍ତା । ନିଖୋଜ ମଧ୍ୟରେ ଅଛନ୍ତି ବିଜେପି ନେତ୍ରୀ ଇତିଶ୍ରୀ ଜେନା । ପ୍ରତିକୂଳ ପରିସ୍ଥିତିରେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍।
ମଙ୍ଗନ ଏସପି କହିଛନ୍ତି, ଦୁର୍ଘଟଣାସ୍ଥଳରେ ମୃତଦେହ ଭଳି କିଛି ଦେଖାଯାଉଥିଲେ ବି ଉଦ୍ଧାର କରିହେଉନି। ପ୍ରବଳ ବର୍ଷା ଏବଂ ନଦୀର ବଢିଥିବା ଜଳସ୍ତର ବାଧକ ସାଜିଛି। ନଦୀରେ ବୁଡି ରହିଥିବା ପର୍ଯ୍ୟଟକଙ୍କ ଗାଡି ବି ଆଉ ଦେଖାଯାଉନି। ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି।
ଆଖିରୁ ଲୁହ ଶୁଖୁନି କି କୋହ ସମ୍ଭାଳି ହେଉନି। ସାନ ଭଉଣୀକୁ ଝୁରି ହେଉଛନ୍ତି ଦୁଇ ବଡ଼ ଭଉଣୀ। ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪ ।
ପ୍ରତିକୂଳ ପାଗ ଭିତରେ କ୍ରମାଗତ କାଚୁଛି ବର୍ଷା, ବିଗିଡ଼ିଯାଇଛି ସିକ୍କିମର ହାଲ୍। ଏଭଳି ସ୍ଥିତିରେ ଦୁର୍ଘଟଣାକୁ ୪ ଦିନ ବିତିଲାଣି, ସାଙ୍ଗରେ ଯାଇଥିବା ଅନ୍ୟ ସଦସ୍ୟ ଘରକୁ ବାହୁଡ଼ି ଆସିଲେଣି। କିନ୍ତୁ ଇତିଶ୍ରୀଙ୍କ ସହ ୪ ଜଣଙ୍କର ଖୋଜ୍ ଖବର ମିଳୁନି। ଏଣେ ଆଜି ଘରକୁ ଫେରିଥିବା ସଦସ୍ୟଙ୍କ ମୁହଁରୁ ସେହି କାଳରାତିର ଘଟଣା ଶୁଣି ଲୋମଟାଙ୍କୁରି ଉଠୁଛି।
ଉତ୍ତର ସିକ୍କିମରେ ଘଟିଛି ଭୟଙ୍କର ଭୂସ୍ଖଳନ । ଗତ ରବିବାର ସନ୍ଧ୍ୟାରେ ଚାଟେନ୍ ଅଞ୍ଚଳରେ ଏହି ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ସୁରକ୍ଷା କର୍ମୀ ନିଖୋଜ ଅଛନ୍ତି । ସେହି ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସିକ୍କିମ ତିସ୍ତା ନଦୀରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ।
ଦେଶର ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଓ ଭୂ-ସ୍ଖଳନ ଯୋଗୁଁ ୩୦ ଜଣଙ୍କ ମୃତ୍ୟୁ ଘଟିଲାଣି । ଆସାମର ୭୮ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ସିକ୍କିମରେ ଫସି ରହିଛନ୍ତି ୧୫୦୦ ପର୍ଯ୍ୟଟକ ।
ଝୁରୁଛନ୍ତି କର୍ମୀ, ଝୁରୁଛନ୍ତି ଆତ୍ମୀୟ ସ୍ଵଜନ । ଇତିଙ୍କ ପାଇଁ ମନ୍ଦିରରେ ଚାଲିଛି ଦୀପଦାନ । ପୂରା ବ୍ୟାସନଗର ଯେମିତି କାନ୍ଦୁଛି । ମନେପକାଉଛନ୍ତି ସମସ୍ତେ । ସିକ୍କିମର ମର୍ମନ୍ତୁଦ ଦୁର୍ଘଟଣାରେ ଏବେ ବି ନିଖୋଜ ଅଛନ୍ତି ୪ଜଣ ।
୪୮ ଘଣ୍ଟା ହେଲାଣି ଚାଲିଛି ଅନବରତ ଉଦ୍ଧାର କାର୍ଯ୍ୟ । ତୁହାକୁ ତୁହା ବର୍ଷା ଭିତରେ ଦିନ-ରାତି ଏକ୍ କରିଦେଇଛନ୍ତି ରେସ୍କ୍ୟୁ ଟିମ୍ । ହେଲେ ଏଯାଏଁ ସିକ୍କିମରେ ନିଖୋଜ ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ତା ମିଳିପାରିନି । ନିଖୋଜ ଅଛନ୍ତି ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର।
ବିଜେପି ନେତ୍ରୀଙ୍କ ମିଳୁନି ପତ୍ତା । ଏବେ ବି ନିଖୋଜ ଇତିଶ୍ରୀ । ଦୁର୍ଘଟଣା ପରେ ମିଳିଲାଣି ଜଣକଙ୍କ ମୃତଦେହ । ଅଳ୍ପକେ ବର୍ତ୍ତିଛି ୨ ଜୀବନ । ସିକ୍କିମର ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗର ୯ ଜଣ ନିଖୋଜ ଅଛନ୍ତି । ଆଉ ଏବେ ସେହି ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଲାଣି ଛାତିଥରା କହାଣୀ ।
ସିକ୍କିମରେ ଓଡ଼ିଶାରୁ ଯାଇଥିବା ୨ ବରିଷ୍ଠ ଅଧିକାରୀଙ୍କ ଟିମ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକ୍ରମେ ପରିବହନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ ଗ୍ୟାଙ୍ଗଟକରେ ପହଞ୍ଚିଛନ୍ତି । ଚିକିତ୍ସାଧୀନ ଥିବା ଦୁଇ ଓଡ଼ିଆ ନାବାଳକଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।
ସିକ୍କିମ୍ ଟ୍ରାଜେଡିରେ ସରୁନି ଜୀବନ ଖୋଜା। ଟୁରିଷ୍ଟ ଗାଡ଼ି ତୀସ୍ତା ନଦୀକୁ ଖସିବା ଘଟଣାରେ ୨ ଓଡ଼ିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ, ଗୋଟିଏ ମୃତଦେହ ମିଳିଥିବା ସୂଚନା ମିଳିଛି। ହେଲେ ଏବେ ବି ନିଖୋଜ ଅଛନ୍ତି ଯାଜପୁର ବିଜେପି ନେତ୍ରୀ ଇତିଶ୍ରୀଙ୍କ ସମେତ ପରିବାରର ୪ ସଦସ୍ୟ। ସେପଟେ ଏହି ଘଟଣାରେ ସିକ୍କିମ୍ ସିଏମଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ କେମିତି ଗତରାତିରେ ହଜାରେ ଫୁଟ୍ ତଳକୁ ଖସିଥିଲା ଟୁରିଷ୍ଟ ଗାଡ଼ି ଏବଂ କିଭଳି ବିବଦସଂକୁଳ ସ୍ଥିତିରେ ଚାଲିଛି ରେସ୍କ୍ୟୁ ଅପରେସନ୍, ଦେଖନ୍ତୁ ଏହି ରିପୋର୍ଟରେ...
ସିକ୍କିମ ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କୌଣସି ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡ଼େ ନାହିଁ। ଭାରତୀୟ ଆୟକର ଆଇନର ଧାରା ୧୦ (26AAA) ଅନୁସାରେ ପ୍ରତ୍ୟେକ ଆୟକରଦାତାଙ୍କୁ ଏଥିରୁ ମୁକ୍ତି ଦିଆଯାଇଛି।
ବିଜେପି ନେତ୍ରୀଙ୍କ ମିଳୁନି ପତ୍ତା । ଏବେ ବି ନିଖୋଜ ଇତିଶ୍ରୀ ଜେନା । ସିକ୍କିମର ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗର ୯ ଜଣ ନିଖୋଜ ଅଛନ୍ତି । ଆଉ ଏବେ ସେହି ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଲାଣି ଛାତିଥରା କହାଣୀ ।
ହଜାରେ ଫୁଟ ତଳକୁ କାର୍ ଖସି ଯାଇ ନଦୀରେ ପଡିଥିଲା। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି।
ବୟସ ମାତ୍ର ୨୩ । ୬ ମାସ ତଳେ ସେନାବାହିନୀରେ ଯୋଗ ଦେଇଥିଲେ । ନିଜ ଜୀବନକୁ ବାଜିରେ ଲଗାଇ ସହକର୍ମୀକୁ ବଞ୍ଚାଇବାକୁ ଯାଇ ସହିଦ ହୋଇଗଲେ ବୀର ଯବାନ । ଆଉ ନିଜର ମହାନ କାର୍ଯ୍ୟ ପାଇଁ ଉଦାହରଣ ସାଜିଲେ ।
ପୀଡିତାଙ୍କୁ ଏବେ ଶିଶୁ କଲ୍ୟାଣ କମିଟିରେ ଚିକିତ୍ସା ଯୋଗାଇ ଦିଆଯାଉଛି । BNS ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି । ଏହି ମାମଲାର ତଦନ୍ତ ଜାରି ରଖିଛି ପୋଲିସ।
ଭାରତୀୟ ସେନାର ତ୍ରିଶକ୍ତି କୋର ଦେଖାଉଛି ପରାକ୍ରମ । ବିଛିନ୍ନ ଅଞ୍ଚଳକୁ କରାଯାଉଛି ଯୋଗାଯୋଗ ।
ଇଏ ସେଇ ସ୍ଥାନ ଯେଉଁଠି ୨୩ ଯବାନଙ୍କୁ ଗିଳି ଦେଇଥିଲା ତିସ୍ତାର ବନ୍ୟା । ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ, ଏବେବି ପ୍ରାୟ ଅଧାରୁ ଅଧିକଙ୍କ ପତ୍ତା ମିଳୁନି। ୫-୬ଟି ଜେସିବି ଅହରହ ଅଣ୍ଡାଳି ଚାଲିଥିଲେ ବି, ସମୟ ଗଡ଼ିବା ସହ ଆଶା ବି ମଉଳି ମଉଳି ଯାଉଛି ।
ପାଣିର ଗର୍ଜନ ଶାନ୍ତ ପଡ଼ିବା ପରେ, କାନରେ ବାଜିଲା କୁନି ପିଲାର କଇଁ କଇଁ କାନ୍ଦ । ଜରାଜୀର୍ଣ୍ଣ ଘରର ଲୁହା ଝରକା କାଟି, ନିଷ୍ପାପ ଜୀବନଟିକୁ ଛାତିରେ ଜାବୁଡ଼ି ଧରିଲେ ଦେବଦୂତ । କାଠପଟା ଓ ବାଉଁଶ ଉପରେ ପାଦ ଥାପି ଦଉଡ଼ି ଧରି ଧରି ପାରି ହେଉଛନ୍ତି ପଙ୍କକାଦୁଅର ଚୋରାବାଲି ।
ତିସ୍ତା ବନ୍ୟାର କରାଳ ରୂପ ସିକିମବାସୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ଜନ୍ମମାଟିକୁ ଫେରିବ ସରୋଜଙ୍କ ପାର୍ଥିବ ଶରୀର । କେନ୍ଦୁଢିପ ଗାଁରେ ପାର୍ଥିବ ଶରୀରକୁ ନେଇ ଶୋଭାଯାତ୍ରା ହେବ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ ।
ଦୁଇ ଦିନ ଧରି ନିଖୋଜ ଥିବା ସରୋଜଙ୍କ ମୃତଦେହ ମିଳିବା ପରେ ଆଜି ତାଙ୍କ ପରିବାରକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ଆଉ ଏ ଖବର ମିଳିବା ପରେ ସରୋଜଙ୍କ ପରିବାର ଉପରେ ଛିଡ଼ି ପଡ଼ିଛି ଆକାଶ । ହସଖୁସିର ସାଂସାର ଭିତରକୁ ମାଡ଼ି ଆସିଛି ଲୁହର ବନ୍ୟା ।
ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା