ଆଜି ଓଡ଼ିଶା ଫେରୁଛନ୍ତି ସିକ୍କିମ ଦୁର୍ଘଟଣାରେ ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସାନପୁଅ ଏବଂ ପୁତୁରା । ଇତିଶ୍ରୀଙ୍କ ସାନପୁଅ ଏବଂ ପୁତୁରା ଉଭୟ ଟ୍ରେନ ଯୋଗେ ଓଡ଼ିଶା ଆସୁଛନ୍ତି । ସିକ୍କିମ ଦୁର୍ଘଟଣାରେ ଉଭୟ ଆହତ ହୋଇ ଗ୍ୟାଙ୍ଗଟକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଉଭୟଙ୍କୁ ଧରି ଇତିଶ୍ରୀଙ୍କ ବଡ ଭାଇ ଶିଶିର ନାୟକ ଫେରୁଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟାରେ ସେମାନେ ଭୁବନେଶ୍ୱରରେ ପହଞ୍ଚିବେ । ଏବେ ସୁଦ୍ଧା ନିଖୋଜ ବିଜେପି ନେତ୍ରୀଙ୍କ କୌଣସି ଖୋଜ ଖବର ମିଳିପାରିନାହିଁ ।
Also Read
ସୂଚନା ଅନୁସାରେ, ଗତ ମେ ମାସ ୨୯ ତାରିଖରେ ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଚୁବୋମ୍ବୁ ନିକଟରେ ହଜାରେ ଫୁଟ୍ ତଳକୁ ତୀସ୍ତା ନଦୀରେ ଖସିପଡ଼ିଥିଲା ପର୍ଯ୍ୟଟକଙ୍କ ଗାଡ଼ି । ଯେଉଁଥିରେ ୧୧ ପର୍ଯ୍ୟଟକ ଥିବାବେଳେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ମଧ୍ୟ ସେଥିରେ ଥିଲେ । ଏହାସହ ଯାଜପୁର ରୋଡ ଉମାପଦାରୁ ଯାଇଥିବା ୬ ଓଡ଼ିଆ ପର୍ଯ୍ୟଟକ ମଧ୍ୟ ସେହି ଗାଡ଼ିରେ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୨ ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ, ଇତିଶ୍ରୀଙ୍କ ସମେତ ବାକି ୪ ଜଣ ନିଖୋଜ ଅଛନ୍ତି। ଯେଉଁ ଦୁଇ ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ସେମାନେ ହେଉଛନ୍ତି ଇତିଶ୍ରୀଙ୍କ ପୁଅ ଏବଂ ପୁତୁରା । ଇତିଶ୍ରୀଙ୍କ ସାନପୁଅ ଏବଂ ପୁତୁରା ଉଭୟ ଆଜି ଓଡ଼ିଶା ଫେରୁଛନ୍ତି ।
ଅଧିକ ପଢନ୍ତୁ: ଇତିଶ୍ରୀଙ୍କୁ ଝୁରୁଛି ବ୍ୟାସନଗର, ମନ୍ଦିରରେ ପ୍ରଶଂସକ କରୁଛନ୍ତି ଦୀପଦାନ