Advertisment

Odia Family Tragedy in Sikkim: ହୃଦୟବିଦାରକ...ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪

ମଙ୍ଗନ ଏସପି କହିଛନ୍ତି, ଦୁର୍ଘଟଣାସ୍ଥଳରେ ମୃତଦେହ ଭଳି କିଛି ଦେଖାଯାଉଥିଲେ ବି ଉଦ୍ଧାର କରିହେଉନି। ପ୍ରବଳ ବର୍ଷା ଏବଂ ନଦୀର ବଢିଥିବା ଜଳସ୍ତର ବାଧକ ସାଜିଛି। ନଦୀରେ ବୁଡି ରହିଥିବା ପର୍ଯ୍ୟଟକଙ୍କ ଗାଡି ବି ଆଉ ଦେଖାଯାଉନି। ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି।

author-image
Prasan Subudhi
ଅଦ୍ୟତନ ହୋଇଛି
ସେଇ କାଳରାତିର କାହାଣୀ

ସେଇ କାଳରାତିର କାହାଣୀ

ଆଖିରୁ ଲୁହ ଶୁଖୁନି କି କୋହ ସମ୍ଭାଳି ହେଉନି। ସାନ ଭଉଣୀକୁ ଝୁରି ହେଉଛନ୍ତି ଦୁଇ ବଡ଼ ଭଉଣୀ। ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪ । ସୋମବାର ସକାଳେ ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ ,ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେଦିନର ସେହି ଛାତିଥରା ଘଟଣାକୁ ଗୋଟି ଗୋଟି କରି ବଖାଣିଛନ୍ତି। ଆଉ ସେହି କାଳ ରାତି କଥା ମନରୁ ଲିଭୁନଥିବା କହି ଥରି ଉଠିଛନ୍ତି।

Advertisment

ସିକ୍କିମ୍‌ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ୬ ଜଣ ଓଡ଼ିଆଙ୍କ ଏଯାଏଁ ମିଳିନି ପତ୍ତା। ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ଖୋଜଖବର ନାହିଁ। ହେଲେ ତିସ୍ତା ନଦୀ କୂଳରୁ ମିଳିଛି ସେମାନଙ୍କ ମୋବାଇଲ୍ ଆଉ କିଛି ପରିଚୟ ପତ୍ର, ହ୍ୟାଣ୍ଡ ବ୍ୟାଗ୍‌ ଓ ନଗଦ ଟଙ୍କା। ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ଭାଇ ଶିଶିର କୁମାର ନାୟକ, ଭଉଣୀ ଏବଂ ଅନ୍ୟ ସମ୍ପର୍କୀୟଙ୍କ ମୋବାଇଲ୍ ଚିହ୍ନଟ କରିଛନ୍ତି। ସେପଟେ ଦୁର୍ଘଟଣାରେ ଗୁରୁତର ଦୁଇ ପୁତୁରାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ସେ କହିଛନ୍ତି।

ମେ’ ୨୯ ତାରିଖ। ବ୍ୟାସନଗର ପୌରାଞ୍ଚଳ ସ୍ଥିତ ଉମାପଦା ଗ୍ରାମର ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଲୋକେ ଗ୍ୟାଙ୍ଗଟକ ବୁଲିବାକୁ ଯାଇଥିଲେ । ଯିବା ବାଟରେ ରାତିରେ ଘାଟିରୁ ତଳକୁ ଖସି ପଡ଼ିଥିଲା ତାଙ୍କ ଟୁରିଷ୍ଟ ଗାଡ଼ି । ଫଳରେ ଇତିଶ୍ରୀଙ୍କ ସହ ୫ଜଣ ନିଖୋଜ ହୋଇଯାଇଥିଲେ । ତେବେ ଖୋଜାଖୋଜି ପରେ ଇତିଶ୍ରୀଙ୍କ ସାନପୁଅ ଓ ତାଙ୍କ ଭାଇଙ୍କ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଏଯାଏଁ ଅନ୍ୟ ନିଖୋଜ ଓଡିଆଙ୍କ ପତ୍ତା ମିଳିପାରୁନାହିଁ।

Advertisment

ମଙ୍ଗନ ଏସପି କହିଛନ୍ତି, ଦୁର୍ଘଟଣାସ୍ଥଳରେ ମୃତଦେହ ଭଳି କିଛି ଦେଖାଯାଉଥିଲେ ବି ଉଦ୍ଧାର କରିହେଉନି। ପ୍ରବଳ ବର୍ଷା ଏବଂ ନଦୀର ବଢିଥିବା ଜଳସ୍ତର ବାଧକ ସାଜିଛି। ନଦୀରେ ବୁଡି ରହିଥିବା ପର୍ଯ୍ୟଟକଙ୍କ ଗାଡି ବି ଆଉ ଦେଖାଯାଉନି। ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ପ୍ରତିକୂଳ ପରିସ୍ଥିତିରେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍। ଓଡ଼ିଶା ପକ୍ଷରୁ ସିକ୍କିମ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଘଟଣା ଉପରେ ନଜର ରଖିଛନ୍ତି। ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଏହି ଘଟଣା ସମଗ୍ର ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି କରିଛି। କେବେ ମିଳିବ ନିଖୋଜ ଓଡ଼ିଆଙ୍କ ପତ୍ତା? ସେମାନେ ଜୀବିତ ଅଛନ୍ତି ନା ନାହିଁ। ସେ ନେଇ ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

Sikkim Tourists Stranded In Sikkim Land Slide
Advertisment
Advertisment