Advertisment

Odia Leader Missing: ବର୍ଷା ରାତିର ବାରଣ ମାନିଲାନି ଡ୍ରାଇଭର,କାଳ ସାଜିଲା ଦୁର୍ଗମ ରାସ୍ତା

ପ୍ରତିକୂଳ ପାଗ ଭିତରେ କ୍ରମାଗତ କାଚୁଛି ବର୍ଷା, ବିଗିଡ଼ିଯାଇଛି ସିକ୍କିମର ହାଲ୍। ଏଭଳି ସ୍ଥିତିରେ ଦୁର୍ଘଟଣାକୁ ୪ ଦିନ ବିତିଲାଣି, ସାଙ୍ଗରେ ଯାଇଥିବା ଅନ୍ୟ ସଦସ୍ୟ ଘରକୁ ବାହୁଡ଼ି ଆସିଲେଣି। କିନ୍ତୁ ଇତିଶ୍ରୀଙ୍କ ସହ ୪ ଜଣଙ୍କର ଖୋଜ୍ ଖବର ମିଳୁନି। ଏଣେ ଆଜି ଘରକୁ ଫେରିଥିବା ସଦସ୍ୟଙ୍କ ମୁହଁରୁ ସେହି କାଳରାତିର ଘଟଣା ଶୁଣି ଲୋମଟାଙ୍କୁରି ଉଠୁଛି।

author-image
Saroj Kumar Jena
sikkim

sikkim

ସିକ୍କିମରେ ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀ, ବଡ଼ ପୁଅ ଏବଂ ଆଉ ଏକ ଓଡ଼ିଆ ଦଂପତିଙ୍କ ଫେରିବାର ଆଶା ମରିଯାଉଛି। କାରଣ ୪ ଦିନ ବିତିଲାଣି, କିଛି ଖୋଜଖବର ନାହିଁ। ପ୍ରତିକୂଳ ପାଗ ଭିତରେ କ୍ରମାଗତ କାଚୁଛି ବର୍ଷା, ବିଗିଡ଼ିଯାଇଛି ସିକ୍କିମର ହାଲ୍। ଏଭଳି ସ୍ଥିତିରେ ଦୁର୍ଘଟଣାକୁ ୪ ଦିନ ବିତିଲାଣି, ସାଙ୍ଗରେ ଯାଇଥିବା ଅନ୍ୟ ସଦସ୍ୟ ଘରକୁ ବାହୁଡ଼ି ଆସିଲେଣି। କିନ୍ତୁ ଇତିଶ୍ରୀଙ୍କ ସହ ୪ ଜଣଙ୍କର ଖୋଜ୍ ଖବର ମିଳୁନି। ଏଣେ ଆଜି ଘରକୁ ଫେରିଥିବା ସଦସ୍ୟଙ୍କ ମୁହଁରୁ ସେହି କାଳରାତିର ଘଟଣା ଶୁଣି ଲୋମଟାଙ୍କୁରି ଉଠୁଛି।

Advertisment

ଅଧିକ ପଢ଼ନ୍ତୁ: ବହିଷ୍କାର ପରେ ମୁହଁ ଖୋଲିଲେ ତେଜ ପ୍ରତାପ, ଲେଖିଲେ ଇମୋସନାଲ ନୋଟ୍...

ସେଦିନ କେତେ ଖୁସି ମଉଜରେ ଏକାଠି ମିଶି ଯାଇଥିଲେ ସିକ୍କିମ୍। କେତେ ମଉଜ କରିଥିଲେ। ପ୍ରତିଟି ମୂହୁର୍ତ୍ତକୁ ସ୍ମୁତିରେ ରଖିବାକୁ ଫଟୋ ଉଠାଇଥିଲେ ଭଳିକି ଭଳି। ହେଲେ ଏବେ ଫେରିଲାବେଳକୁ.. ଭାଗ୍ୟରେ ଯାହା ଲେଖାଥିଲା ସେହି ଫଟା କପାଳକୁ ଆଦରି ଏବେ ଯିଏ ଯାହା ବାଟରେ। ଉତ୍ତର ସକ୍କିମର ଅଙ୍କାବଙ୍କା ଘାଟି ରାସ୍ତା ଏବଂ ତିସ୍ତା ନଦୀରେ ଦୁର୍ଘଟଣା ପରଠୁ ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀ ଜେନା, ତାଙ୍କ ବଡ଼ ପୁଅ ସାହିଲ ଏବଂ ଓଡ଼ିଆ ଦଂପତି ଅଜିତ ନାୟକ ଓ ସୁନୀତାଙ୍କୁ ଛାଡ଼ି ବାହୁଡ଼ିଛନ୍ତି ଇତିଶ୍ରୀଙ୍କ ଦୁଇ ଭଉଣୀ ଏବଂ ଅନ୍ୟମାନେ। ଫେରିବା ପରେ ବି ଆଖି ସାମ୍ନାକୁ ଚାଲିଆସୁଛି ସେହି ମର୍ମନ୍ତୁଦ ଦୁର୍ଘଟଣା॥ସେହି କାଳ ରାତିର କାହାଣୀ।, ଯିଏ ଶୁଣୁଛନ୍ତି ଛାତି କୋରି ହୋଇଯାଉଛି। ଲୋମଟାଙ୍କୁରୀ ଉଠୁଛି। ମୁହଁରେ କେବଳ ସେହି ଗୋଟିଏ କଥା, ବର୍ଷା ଭିଜା ରାତିରେ ଦୁର୍ଗମ ରାସ୍ତାରେ ଯିବାକୁ ବାରଣ ପରେ ବି ଡ୍ରାଇଭର ନେଇଗଲା ତାଙ୍କୁ।

Advertisment

ଇତିଶ୍ରୀଙ୍କ ଭଉଣୀଙ୍କ କହିବା କଥା, ଗୁରୁବାର, ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଘଟିଥିଲା ଦୁର୍ଘଟଣା। ୨ଟି ଗାଡ଼ିରେ ଲାଚେନରୁ ଲାଚୁଙ୍ଗ ଫେରୁଥିଲେ ଇତିଶ୍ରୀଙ୍କ ସହ ଯାଜପୁର ରୋଡ୍ ଉମାପଦାର ୧୧ ଜଣ ଲୋକ। ଏମାନେ ସମସ୍ତେ ଗୋଟିଏ ପରିବାରର। ବର୍ଷା ରାତିରେ ଆଗପଛ ହୋଇ ଯାଉଥିଲା ୨ଟି ଗାଡ଼ି। କିଛି ବାଟ ପରେ ସାମ୍ନା ପଟୁ ଅନ୍ୟ ଏକ ଟୁରିଷ୍ଟ ଗାଡ଼ି ଅତିକ୍ରମ କରିଥିଲା। ଏହି ଗାଡ଼ି ଅତିକ୍ରମ କରିବାର କେଇଟା ସମୟ ପରେ ଇତିଶ୍ରୀଙ୍କ ସହ ବସିଥିବା ଅନ୍ୟ ୪ ଜଣଙ୍କ ଗାଡ଼ିର ଲାଇଟ୍ ଆଉ ଦୃଶ୍ୟମାନ ହେଲାନାହିଁ। ତେଣୁ ପ୍ରଥମ ଗାଡ଼ିର ଡ୍ରାଇଭର ସନ୍ଦେହ ବଢ଼ିଲା। ଇତିଶ୍ରୀ ଏବଂ ଅନ୍ୟମାନଙ୍କୁ ଫୋନ ଲଗାଇଥିଲେ ପ୍ରଥମ ଗାଡ଼ିରେ ଥିବା ସଂପର୍କୀୟ। କିନ୍ତୁ ଦୁର୍ଭାଗ୍ୟ, ସବୁ ମୋବାଇଲ୍ ସୁଇଚ୍ ଅଫ୍ ଥିବାବେଳେ କେବଳ ଗୋଟିଏ ହିଁ ରିଂ ହେଉଥିଲା। ତାକୁ ବି କେହି ରିସିଭ୍ କଲେନି। ଏହାପରେ ସାଥୀ ଡ୍ରାଇଭରଙ୍କୁ ଡାକି ଖୋଜାଖୋଜି ବି କରିଥିଲେ ଦ୍ବିତୀୟ ଗାଡ଼ିର ଡ୍ରାଇଭର୍। ପରେ ମୋବାଇଲକୁ ଟ୍ରାକ୍ କରି ପୋଲିସ ଏବଂ ପ୍ରଶାସନ ଗାଡ଼ିଟି ତିସ୍ତା ନଦୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣିପାରିଥିଲା।

ଗୁରୁବାର ଯାଇ ସୋମବାର ଆସିଲା। ଏବେ ବି ମିଳିନି ଇତିଶ୍ରୀଙ୍କ ସମେତ ୪ ଓଡ଼ିଆଙ୍କ ପତ୍ତା। ହେଲେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ଇତିଶ୍ରୀଙ୍କ ସାନପୁଅର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ପୁତୁରାଙ୍କ ଅବସ୍ଥା ଗୁରୁତର ରହିଛି। ଗ୍ୟାଙ୍ଗଟକରେ ଚିକିତ୍ସା ଚାଲିଛି ୨ ଜଣଙ୍କର। ଅପରପକ୍ଷେ ତିସ୍ତା ନଦୀ ସମେତ ଆଖପାଖରେ ନିଖୋଜଙ୍କୁ ଠାବ ପାଇଁ ଛାନଭିନ୍ ଚଳାଇଥିବା ପୋଲିସ, ୬ଟି ମୋବାଇଲ୍ ସହ ଏକ ପର୍ସ ଉଦ୍ଧାର କରିଛି। କିନ୍ତୁ ଏବେ ପ୍ରବଳ ବର୍ଷା ଏବଂ ବନ୍ୟା ପାଣି ମାଡ଼ିବାରୁ ଦୁର୍ଘଟଣାଗ୍ରସ୍ତର ଗାଡ଼ିର ଆଉ ପତ୍ତା ମିଳୁନାହିଁ।

ଅଧିକ ପଢ଼ନ୍ତୁ: ଲୁଚକାଳି ଖେଳୁଛି ମୌସୁମୀ, ୫ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

Accident North Sikkim Sikkim
Advertisment
Advertisment