Sikkim Tragedy
ସିକିମ୍ ଟ୍ରାଜେଡିକୁ ବିତିଲାଣିି ସପ୍ତାହେ। ହେଲେ ଏଯାଏଁ ମିଳିନି ୪ ନିଖୋଜ ଓଡ଼ିଆଙ୍କର ପତ୍ତା । ପୋଲିସ ସହ ଏନଡିଆରଏଫ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ହେଲେ ନିଖୋଜଙ୍କର କୌଣସି ସୂଚନା ମିଳିପାରିନାହିଁ । ଲଗାଣ ବର୍ଷା, ଭୂସ୍ଖଳନ ଯୋଗୁ ରେସ୍କ୍ୟୁରେ ବାଧା ଉପୁଜିଛି । ଏପରିକି ତୀସ୍ତା ନଦୀରେ ଜଳସ୍ତର ବଢିଯିବା ମଧ୍ୟ ସମସ୍ୟା ସୃଷ୍ଟି କରିଛି । ପରିବହନ ସଚିବ ଉଷା ପାଢୀ କହିଛନ୍ତି, ରାଜ୍ୟ ସରକାର ସିକ୍କିମ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍।
ଗତ ଗୁରୁବାର ରାତିରେ ସିକ୍କିମରେ ଘଟିଥିଲା ଛାତିଥରା ଦୁର୍ଘଟଣା । ଲାଚେନରୁ ଲାଚୁଙ୍ଗ ଫେରୁଥିବାବେଳେ ତୀସ୍ତା ନଦୀକୁ ଖସିପଡ଼ିଥିଲା ଟୁରିଷ୍ଟ କାର୍ । ସେବେଠୁ ଆଜି ପର୍ଯ୍ୟନ୍ତ ନିଖୋଜ ୪ ଓଡ଼ିଆଙ୍କ ପତ୍ତା ମିଳିନାହିଁ । ନିଖୋଜଙ୍କ ଭିତରେ ଅଛନ୍ତି ଯାଜପୁର ବିଜେପି ନେତ୍ରୀ ଇତିଶ୍ରୀ ଜେନା, ତାଙ୍କ ବଡ଼ ପୁଅ ସାହିଲ ଏବଂ ଓଡ଼ିଆ ଦମ୍ପତି ଅଜିତ ନାୟକ ଓ ସୁନୀତା । ଗତ ରବିବାର ସନ୍ଧ୍ୟାରେ ସିକ୍କିମର ଚାଟେନ୍ ଅଞ୍ଚଳରେ ଏହି ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ସୁରକ୍ଷା କର୍ମୀ ନିଖୋଜ ହୋଇଯାଇଥିଲେ । ସିକ୍କିମରେ ଘନଘନ ବର୍ଷା ଓ ଭୂସ୍ଖଳନ ହେଉଥିବାବେଳେ ଏହାରି ଭିତରେ ଜୀବନକୁ ବାଜି ଲଗାଇ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)