Advertisment

Ratna Bhandar Renovation: ରତ୍ନଭଣ୍ଡାର ମରାମତି ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା, ଏହି ଦିନ ସରିବ...

ରତ୍ନଭଣ୍ଡାର ମରାମତି ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ତାହାର ସମୀକ୍ଷା ହୋଇଛି । ନୀଳାଦ୍ରି ବିଜେ ମଧ୍ୟରେ କାମ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Law Minister On Ratnabhandar

Law Minister On Ratnabhandar

ରତ୍ନଭଣ୍ଡାର ମରାମତି କାମ ଖୁବଶୀଘ୍ର ସରିବା ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ଶେଷ ହେବ । ଚନ୍ଦନ ଯାତ୍ରା ଅବସରରେ ଠାକୁରଙ୍କ ଚାପ ଖେଳ ହେଉଥିଲା । ଯେଉଁଥିପାଇଁ ଏବେ ମରାମତି କାମ ବନ୍ଦ ଥିବା କହିଛନ୍ତି ମନ୍ତ୍ରୀ । ଏହାସହ ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, "ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଓ ସରିବ । ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ତାହାର ସମୀକ୍ଷା ହୋଇଛି ।"

Advertisment

ମନ୍ଦିରର ଆବଶ୍ୟକତା ଦୃଷ୍ଟିରୁ ମନ୍ଦିର ପ୍ରଶାସକ ଓ ଏଏସଆଇ ଡିଜିଙ୍କୁ ଏନେଇ ଅବଗତ କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ମନ୍ଦିରର ସଂରକ୍ଷଣ ପାଇଁ ଯେଉଁ ସବୁ ଜ୍ଞାନକୌଶଳର ଆବଶ୍ୟକତା ରହିଛି ସେନେଇ ମଧ୍ୟ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ମରାମତି ସମୟରେ ଯେପରି ଠାକୁରଙ୍କ ନୀତିକାନ୍ତିରେ କୌଣସି ବାଧା ନଉପୁଜେ ତାହା ଉପରେ ବିଶେଷ ଭାବେ ଦୃଷ୍ଟି ଦିଆଯାଇଛି । 

ଅଧିକ ପଢନ୍ତୁ : ଶ୍ରୀମନ୍ଦିରରେ ଅଛି କି ଆଉ ଏକ ଗୁପ୍ତ ରତ୍ନ ଭଣ୍ଡାର ? ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? 

Advertisment
Puri Jagannath Temple Ratna Bhandar ShreeMandir
Advertisment
Related Articles
Advertisment