/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747557313.jpg)
Shree Jagannath Temple Property Issue
ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ହସ୍ତାନ୍ତର ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ । ମାର୍ଗଦର୍ଶିକା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟାଳୟ । ଏହି ରାୟକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରତିକ୍ରିୟା ସାମନାକୁ ଆସିଛି । "ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବ । କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବନାହିଁ । ଏହାସହ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତିରେ ଜମିର ସୁରକ୍ଷା କରାଯିବ" ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ହାଇକୋର୍ଟଙ୍କ ରାୟକୁ ସ୍ୱାଗତ ଜଣାଇ ଶ୍ରୀମନ୍ଦିର ପ୍ରଶାସନ ଆହୁରି ମଧ୍ୟ କହିଛି, "ହାଇକୋର୍ଟଙ୍କ ରାୟ ଆଗାମୀ ଦିନରେ ମାର୍ଗଦର୍ଶକ ସାଜିବ । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ଦିର ପ୍ରଶାସନ ବଦ୍ଧପରିକର ।" ଶ୍ରୀମନ୍ଦିର ସମ୍ପତ୍ତି ବିବାଦ ନେଇ ପୂର୍ବରୁ ମାମଲା ରହିଥିଲା । ଯାହାର ଶୁଣାଣି କରି ଶ୍ରୀମନ୍ଦିର ସୁରକ୍ଷା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସମ୍ପତ୍ତି ତାଲିକାର ଡିଜିଟାଲାଇଜେସନ ସହ ମ୍ୟୁଟେସନ ଓ ହସ୍ତାନ୍ତର ନେଇ ମାର୍ଗଦର୍ଶିକା ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ AG ପୀତାମ୍ବର ଆଚାର୍ଯ୍ୟ ମାମଲା ଲଢ଼ିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)