Advertisment

Ratha Tana Started: ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ତାଳଧ୍ବଜ

ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡିରେ ଟାହିଆ ହଲେଇ ହଲେଇ ରତ୍ନବେଦୀରୁ ଭକ୍ତଙ୍କ ମେଳକୁ ଆସିଥିଲେ ମଣିମା । ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସଲେ ମହାପ୍ରଭୁ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜି ଥିଲେ । ଏହା ପରେ ବଡ଼ ଠାକୁର ବଳଦେବ ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିରାଜିଥିଲେ । ଏହାପରେ ଦେବୀ ସୁଭଦ୍ରା ପହଣ୍ଡିରେ ଆସିଥିଲେ ।

author-image
Saroj Kumar Jena
ଅଦ୍ୟତନ ହୋଇଛି
ratha yatra

ratha yatra

ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଆରମ୍ଭ ହୋଇଛି ରଥ ଟଣା। ବର୍ଷକୁ ଥରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ବାହାରକୁ ଆସିଥିବା ବେଳେ ରଥଟଣା ଆରମ୍ଭ ହୋଇଛି। ଗଜପତି ମହାରାଜ ଛେରା ପହଁରା ଶେଷ କରିବା ପରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟଣାଯାଇଥିଲା। ପରେ ଶ୍ରଦ୍ଧାଳୁ ମାନେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ଟାଣି ନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲେ।

Advertisment

ଅଧିକ ପଢ଼ନ୍ତୁ: ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ, ସହର ସାରା ପଇଁତରା ମାରୁଛି ଡ୍ରୋନ୍‌

ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡିରେ ଟାହିଆ ହଲେଇ ହଲେଇ ରତ୍ନବେଦୀରୁ ଭକ୍ତଙ୍କ ମେଳକୁ ଆସିଥିଲେ ମଣିମା । ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସଲେ ମହାପ୍ରଭୁ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜି ଥିଲେ । ଏହା ପରେ ବଡ଼ ଠାକୁର ବଳଦେବ ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିରାଜିଥିଲେ । ଏହାପରେ ଦେବୀ ସୁଭଦ୍ରା ପହଣ୍ଡିରେ ଆସିଥିଲେ । ଆଉ ଶେଷରେ ଜଗତର ନାଥ ଜଗନ୍ନାଥ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ । ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ଅପୂର୍ବ ଉତ୍କଣ୍ଠା ସୃଷ୍ଟି ହୋଇଛି ।

Advertisment

ସେପଟେ ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର । ଜଳ, ସ୍ଥଳ ଓ ଆକାଶମାର୍ଗରୁ ନଜର ରହିଛି । ଏଥର ରଥଯାତ୍ରା ବେଳେ ମୁତୟନ ହୋଇଛନ୍ତି NSG ସ୍ନାଇପର୍ସ, ସୁରକ୍ଷା ନିୟନ୍ତ୍ରଣ ପାଇଁ ଅଛନ୍ତି ପ୍ରାୟ ୧୦ ହଜାର ପୋଲିସ । ଭୁବନେଶ୍ୱର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷଣ ନଜର ରଖିଛନ୍ତି। ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ। ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ। ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଭାବ ଭକ୍ତିରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ; ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ

Puri Ratha Jatra ShreeMandir
Advertisment
Advertisment