ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଲେ ମହିଳା। ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍କେଡ୍ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍କେଡ୍ ଗଲା ।
ସଲମାନ ଖାନଙ୍କ ପାନଭେଲ୍ ଫାର୍ମ ହାଉସରେ ପଶିଗଲେ ୨ ଦୁର୍ବୃତ୍ତ । ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ସଂସଦର ଭିତର ଓ ବାହାର ସବୁଠି ସୁରକ୍ଷା ଦାୟିତ୍ୱରେ ରହିବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ । ସପ୍ତାହେ ତଳେ ଦର୍ଶକ ଗ୍ୟାଲେରିରୁ ଡେଇଁ ଦୁଇ ଜଣ ଯୁବକ ଲୋକସଭାରେ ସ୍ମୋକ ଆଟାକ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।
ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତନାଘନା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି । ଘଟଣାରେ କର୍ଣ୍ଣାଟକର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।
ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।
ସଂସଦ ଭବନ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରାୟ ଅଠର ମାସ ତଳୁ ଯୋଜନା କରିଥିଲା ଲଲିତ । ତେବେ କିଏ ଏହି ଲଳିତ ଝା .. ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି ।
ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।
ସଂସଦ ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ପରାମର୍ଶ ଦେବ କମିଟି...ଜଣେ ମହିଳା ସହ ୫ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍...
ସଂସଦ ଭବନ ଆକ୍ରମଣକୁ ଆଜି ୨୨ ବର୍ଷ ପୂର୍ତ୍ତି ଥିଲା । ଠିକ୍ ୨୨ ବର୍ଷ ପରେ ଆଜି ପୁଣି ସଂସଦ ଭବନରେ ପଶିଲେ ୨ ଯୁବକ ।
୨୦୨୨ ଜାନୁଆରି ୫ ତାରିଖ ଦିନ ବଠିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍ ଉପରେ ପ୍ରଧାନମନ୍ତ୍ରୀ ମୋଦି ଅଧଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ।