/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702521290.jpg)
Parliament Security Breach
ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ତଦନ୍ତ କମିଟି । ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସିଆରପିଏଫ୍ ଡିଜି ଅନୀଶ ଦୟାଲ ସିଂ ଏହାର ନେତୃତ୍ୱ ନେବେ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସି ଓ ବିଶେଷଜ୍ଞ ଏଥିରେ ସାମିଲ ରହିବେ । ଏହି କମିଟି ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟିର କାରଣ ଖୋଜିବ, କେଉଁଠି ଭୁଲ୍ ରହିଲା ତାହା ନିର୍ଦ୍ଧାରଣ କରିବ ଏବଂ ସଂସଦର ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ସଂପର୍କିତ ରିପୋର୍ଟ ଦେବ। ...
ସେପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏହି ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି । ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରୋଟକଲ ସଂଶୋଧନ କରାଯିବ । ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ରହିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପଶିବେ । ଭିଜିଟର୍ସ ଗ୍ୟାଲେରି ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ।
ସେପଟେ ସଂସଦରେ ସ୍ମୋକ୍ ଆଟାକ୍ ଘଟଣାରେ ବଡ଼ ଖୁଲାସା ହୋଇଛି । ଘଟଣାରେ ୪ ଜଣ ନୁହେଁ, ୬ ଜଣଙ୍କର ରହିଛି ସଂପୃକ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଗିରଫ ହୋଇଥିବା ବେଳେ, ଆଉ ଜଣେ ଫେରାର୍ ଥିବା ସୂଚନା ମିଳିଛି । ୬ ଅଭିଯୁକ୍ତ ହେଲେ ଲୋକସଭାରେ ପଶିଥିବା ସାଗର ଶର୍ମା ଓ ଡି. ମନୋରଞ୍ଜନ, ସଂସଦ ଭବନ ବାହାରେ ସ୍ମୋକ୍ କ୍ୟାନ୍ ଫୁଟାଇଥିବା ନୀଲମ ଦେବୀ ଓ ଅମୋଲ ସିନ୍ଦେ, ସେମାନଙ୍କ ସହଯୋଗୀ ଭିକି ଶର୍ମା ଏବଂ ଏହି ୫ ଜଣ ରହୁଥିବା ଘରର ମାଲିକ ଲଳିତ ଝା ।
ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ତଦନ୍ତ କମିଟି .... ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି...#ParliamentSecurityBreach#OTVpic.twitter.com/n7azQTCYKJ
— ଓଟିଭି (@otvkhabar) December 14, 2023
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସୋସିଆଲ ମିଡିଆରେ ବନ୍ଧୁତ୍ୱ ପରେ ୬ ଜଣ ଯାକ ୪ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ । ସେମାନେ ଗୁରଗାଓଁର ଗୋଟିଏ ଘରେ ରହି ଗତ ୩ ମାସ ହେଲା ଏହାର ପ୍ଲାନିଂ କରୁଥିଲେ । ୬ ଜଣ ଯାକ ସଂସଦ ଭବନ ଭିତରକୁ ଯିବାକୁ ଚାହୁଁଥିଲେ । ହେଲେ ୨ ଜଣଙ୍କୁ ପାସ୍ ମିଳିଥିଲା । ତେବେ କୌଣସି ଆତଙ୍କୀ ସଂଗଠନ ସହ ସେମାନଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ମିଳିନଥିବା ପୋଲିସ କହିଛି ।...
ଅନ୍ୟ ଅଭିଯୁକ୍ତ ସାଗର ଶର୍ମାଙ୍କୁ ଭିଜିଟର୍ସ ପାସ୍ ଦେଇଥିବା ମହିଶୂର୍ ସାଂସଦ ପ୍ରତାପ ସିହ୍ମା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତି । ସାଗରଙ୍କ ବାପା ତାଙ୍କ ନିର୍ବାଚନମଣ୍ଡଳୀ ବାସିନ୍ଦା ଏବଂ ତାଙ୍କ ଅନୁରୋଧ କ୍ରମେ ସେ ସାଗରଙ୍କୁ ପାସ୍ ଦେଇଥିଲେ ବୋଲି କହିଛନ୍ତି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)