/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704706577.jpg)
Salman Khan
ଅଭିନେତା ସଲମାନ ଖାନଙ୍କ ଫାର୍ମ ହାଉସରେ ପଶିଲେ ଅଜଣା ଦୁର୍ବୃତ୍ତ । ପାନଭେଲ୍ ଫାର୍ମ ହାଉସରେ ପଶିବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିବା ସୂଚନା ମିଳିଛି । ଫାର୍ମ ହାଉସରେ ପଶିବାକୁ ଉଦ୍ୟମ ବେଳେ ଧରାପଡ଼ିଲେ ଦୁର୍ବୃତ୍ତ । ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଘଟଣାର ଅଧିକ ଛାନଭିନ୍ ଚଳାଇଛି ପୋଲିସ । କଣ ପାଇଁ ଆସିଥିଲେ କାରଣ ଏବେ ଯାଏ ଅସ୍ପଷ୍ଟ ରହିଛି ।
ପୂର୍ବରୁ ବଲିଉଡ୍ର ଭାଇଜାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳିଛି । ଗ୍ୟାଙ୍ଗଷ୍ଟାର୍ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ପକ୍ଷରୁ ଅନେକ ଥର ହତ୍ୟା ଧମକ ମିଳିଛି । କ୍ରମାଗତ ଧମକ ମିଳିବା ପରେ ଅଭିନେତାଙ୍କୁ Y ପ୍ଲସ୍ ବର୍ଗର ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି । ସୁପରଷ୍ଟାର ସଲମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ମୁମ୍ବାଇ ପୋଲିସ୍ ତାଙ୍କୁ Y+ ସିକ୍ୟୁରିଟି ପ୍ରଦାନ କରିଛନ୍ତି ।
କଡ଼ା ସୁରକ୍ଷା ଓ ପୋଲିସ୍ରେ ଅଭିଯୋଗ ପରେ ମଧ୍ୟ ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ମିଳୁଛି । କିଛିଦିନ ପୂର୍ବେ ସଲମାନଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପାଖକୁ ଏକ ଇ-ମେଲ୍ ଆସିଥିଲା । ଏଥିରେ ସଲମାନଙ୍କୁ ହତ୍ୟା ନେଇ ଧମକ ଦିଆଯାଇଥିଲା । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ଅଭିନେତା ସଲମାନ ଖାନ୍ଙ୍କୁ ମୁମ୍ବାଇରେ ହତ୍ୟା କରିବେ ବୋଲି ଦାବି କରିଥିଲେ । ଏହାସହ ଏହି ମାମଲାରୁ ରାକ୍ଷୀଙ୍କୁ ଦୂରେଇ ରହିବାକୁ ଚେତାବନୀ ମଧ୍ୟ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)