• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲୋକସଭା ଭିତରେ ଆତଙ୍କ ଖେଳାଇବା ମାମଲାରେ ଫିଟିବାରେ ଲାଗିଛି ଗୁମର । ମାଷ୍ଟରମାଇଣ୍ଡ୍ ଲଳିତ ଝାକୁ ଧରିବା ପରେ ପୁରା ଷଡ଼ଯନ୍ତ୍ର ଉପରୁ ପରଦା ହଟୁଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ଖବର ଅନୁଯାୟୀ, A ଓ B ଭାବେ ଦୁଇଟି ଯୋଜନା ପ୍ରସ୍ତୁତ ହୋଇଥିଲା । ପ୍ଲାନ୍ A- ଲୋକସଭା ଭିତରେ ପଶିଥିବା ଦୁଇ ଜଣ ବ୍ୟକ୍ତି ଆତ୍ମାହୃତି ପାଇଁ ଉଦ୍ୟମ କରିଥାନ୍ତେ । ଏଥିପାଇଁ ସବୁ କିଛି ପୂର୍ବରୁ ଯୋଜନା ହୋଇଥିଲା । ପାର୍ଲାମେଣ୍ଟ ଭିତରେ ନହେଲେ ବାହାରେ ଆତ୍ମାହୃତି କରିଥାନ୍ତେ । ହେଲେ ନିଆଁ ଦାଉରୁ ରକ୍ଷା ପାଇଁ ଆବଶ୍ୟକ ଜେଲ୍ ନିଜ ସହ ନେଇନଥିବାରୁ ଠିକ୍ ସମୟରେ ପ୍ଲାନ୍ ବଦଳି ଯାଇଥିଲା ।

ପ୍ଲାନ୍ B ଭାବେ ଧୂଆଁ ସ୍ପ୍ରେ ଥିଲା । ଲୋକସଭା ଭିତରକୁ ଯିବା ପରେ ପ୍ଲାନ୍ B ଭାବେ ଏହାକୁ କରିଥିଲେ ଦୁଇ ଆତତାୟୀ । ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ମାଷ୍ଟରମାଇଣ୍ଡ ଲଲିତ ପାଖରେ ଥିଲା । ପୋଲିସ୍ ଗିରଫ କରିବା ଆଶଙ୍କାରେ ନିଜର ଓ ଅନ୍ୟ ସମସ୍ତଙ୍କ ମୋବାଇଲକୁ ଜାଳି ନଷ୍ଟ କରି ଦେଇଥିବା ସେ ପୋଲିସ୍ ଆଗରେ କହିଛନ୍ତି । ହେଲେ ପୋଲିସ୍ ଏହାକୁ ବିଶ୍ୱାସ କରୁନଥିବାରୁ ଲଳିତର ଅନେକ ଠିକଣା ଉପରେ ଚଢ଼ଉ କରିବା ସହ ତଦନ୍ତ ଜାରି ରଖିଛି । ଏବେ ଯାଏଁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ ।

ସୂଚନାନୁଯାୟୀ ଏହି ମାମଲାରେ ଅଭିଯୁକ୍ତ ଥିବା ସାଗର ଶର୍ମା ସଂସଦ ଗୃହ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଶନିବାର ଜଣାପଡିଛି । ଏଥିଲାଗି ସେ ସ୍ୱତନ୍ତ୍ର ଭାବେ ଉପଲବ୍ଧ ଲୋଶନ୍‌(ଜେଲ୍‌) ମଧ୍ୟ କିଣିଥିଲା । କିନ୍ତୁ ଅନ୍‌ଲାଇନ୍‌ ପେମେଣ୍ଟ ହୋଇ ପାରିନଥିଲା । ତେଣୁ ସେ ଏହି ପ୍ଲାନ୍‌କୁ ରଦ୍ଦ କରିଦେଇଥିଲା । ପୋଲିସ ପଚରାଉଚରା ବେଳେ ସାଗର ଖୋଦ୍‌ ଏହି କଥାକୁ ସ୍ୱୀକାର କରିଛି ।

ଅଭିଯୁକ୍ତ ସାଗର ହେଉଛି ଲକ୍ଷ୍ନୌର ବାସିନ୍ଦା । ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ଅଭିଯୁକ୍ତ ସାଗରକୁ ପଚରାଉଚରା କରୁଛି । ଏହି ପଚରାଉଚରା ବେଳେ ପୋଲିସ ଆଗରେ ନିଜର ସମସ୍ତ ପ୍ଲାନ ଉଗାରିଛି ଅଭିଯୁକ୍ତ ସାଗର ।