• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ । ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଦେଇଛି । ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି । ଲୋକସଭା ଚାଲିଥିବା ବେଳେ ଅଚାନକ ଦର୍ଶକ ଗ୍ୟାଲେରୀରୁ ଡେଇଁପଡ଼ିଲେ ଦୁଇ ଜଣ । ନିୟନ୍ତ୍ରଣକୁ ଆଣିବାକୁ ଟିୟର୍ ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ଅଜ୍ଞାତଙ୍କୁ କାବୁ କରି ବାହାରକୁ ନେଇଛନ୍ତି ସୁରକ୍ଷାକର୍ମୀ ।

ସଂସଦ ଭବନ ବାହାରେ ବି ୨ ଜଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଉଠାଇନେଲା ପୋଲିସ । ଏହି ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟର ଦୁଇ ଜଣ ସଂସଦ ଭିତରେ ପଶିଥିବା ବେଳେ ଦୁଇ ଜଣ ବାହାରେ ଥିଲେ । ସେମାନେ ପରିବହନ ଭବନ ସାମ୍ନାରେ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ବାହାରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାଯାଇଛି । ଉଭୟଙ୍କୁ ଉଠାଇ  ନେଇଛି ପୋଲିସ୍‌ । ୨ ଜଣଙ୍କ ଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କଲା ପୋଲିସ ।

 

ସୂଚନାନୁଯାୟୀ ଲୋକସଭା ଚାଲିଥିବା ବେଳେ ହଠାତ୍‌ ଦର୍ଶକ ଗ୍ୟାଲେରିରୁ ୨ ଯୁବକ ଭିତରକୁ ଡେଇଁ ପଡ଼ିଥିଲେ । ଉକ୍ତ ସମୟରେ ଲୋକସଭା ଚାଲିଥିବା ବେଳେ ଭିତରେ ବହୁ ସାଂସଦ ଉପସ୍ଥିତ ଥିଲେ । ସେମାନେ ଲୋକସଭା ଭିତରେ ଚାରି ଆଡ଼େ ଦୌଡ଼ିବାକୁ ଲାଗିଲେ । ଏଥିସହ କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗବାକୁ ଉଦ୍ୟମ କରିଥିଲେ । ଏହା ଦେଖି ସେମାନଙ୍କୁ କାବୁ କରିଥିଲେ ଲୋକସଭା ସୁରକ୍ଷା କର୍ମୀ । ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର୍ ଗ୍ୟାସ୍‌ର ପ୍ରୟୋଗ କରାଯାଇଥିଲା । ମାତ୍ର କିଛି ସାଂସଦ ସେମାନଙ୍କୁ କାବୁ କରି ଉଭୟଙ୍କୁ ଲୋକସଭା ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ପରେ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି କରିଛନ୍ତି ।

ଉଭୟଙ୍କୁ କାବୁ କରି ପାର୍ଲାମେଣ୍ଟ ଥାନାକୁ ନିଆଯାଇଛି । ଏଥିସହ ବାହାରେ ଥିବା ଆଉ ଦୁଇ ଜଣଙ୍କୁ ବି ପୋଲିସ୍‌ ଉଠାଇ ନେଇଛି । ସମସ୍ତଙ୍କୁ ଘନଘନ ପଚରାଉଚରା କରାଯାଉଛି । ତେବେ ସେମାନେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇବାକୁ ଉଦ୍ୟମ କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ସଂସଦ ଭବନ ଆକ୍ରମଣକୁ ଆଜି ୨୨ ବର୍ଷ ପୂର୍ତ୍ତି ଥିଲା । ୨୨ ବର୍ଷ ତଳେ ସଂସଦ ଭବନ ଆକ୍ରମଣରେ ୧୪ ଜୀବନ ଯାଇଥିଲା । ଦିଲ୍ଲୀ ପୋଲିସର ୬, ସଂସଦ ଭବନର ୨ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ଆତଙ୍କୀ ହମଲାରେ ଜଣେ କର୍ମଚାରୀଙ୍କର ବି ମୃତ୍ୟୁ ଘଟିଥିଲା । ଆକ୍ରମଣକାରୀ ୫ ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ । ଠିକ୍‌ ୨୨ ବର୍ଷ ପରେ ଆଜି ପୁଣି ସଂସଦ ଭବନରେ ପଶିଲେ ୨ ଯୁବକ ।