• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଂସଦ ସୁରକ୍ଷାରେ ବଡ଼ ପରିବର୍ତ୍ତନ । ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ପରେ ସୁରକ୍ଷାରେ ବଡ଼ ପରିବର୍ତ୍ତନ କରାଯାଇଛି । CISFକୁ ପାର୍ଲାମେଣ୍ଟ ସୁରକ୍ଷା ନେଇ ଦାୟିତ୍ୱ ଦିଆଯଆଇଛି । ଆଗରୁ ଦିଲ୍ଲୀ ପୋଲିସ ସଂସଦ ସୁରକ୍ଷା ଦାୟିତ୍ୱରେ ଥିଲା । ତେବେ ସଂସଦରେ ସ୍ମୋକ ଆଟାକ ପରେ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

ସଂସଦର ଭିତର ଓ ବାହାର ସବୁଠି ସୁରକ୍ଷା ଦାୟିତ୍ୱରେ ରହିବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆ ସିକ୍ୟୁରିଟି ଫୋର୍ସ । ସପ୍ତାହେ ତଳେ ଦର୍ଶକ ଗ୍ୟାଲେରିରୁ ଡେଇଁ ଦୁଇ ଜଣ ଲୋକସଭାରେ ସ୍ମୋକ ଆଟାକ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ କର୍ଣ୍ଣାଟକରୁ ଜଣଙ୍କୁ ଉଠାଇ ନେଇଛି ।

ସୂଚନା ଥାଉ କି ଗତ ୧୩ ତାରିଖରେ ଲୋକସଭା ଅଧିବେଶନ ଚାଲିଥିବା ବେଳେ ଘଟିଲା ଅଭାବନୀୟ ଘଟଣା । ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଦେଇଥିଲା । ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ । ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ୨ ଅଜ୍ଞାତ ଯୁବକ ପଶି ଆତଙ୍କ ରଚାଇଥିଲେ । ପରେ ପରେ ଗୃହରେ ସ୍ମୋକ ଆଟାକ କରିଥିଲେ ।

ଗୃହରେ ଅଜ୍ଞାତ ଯୁବକଙ୍କୁ ଦେଖି ହଇଚଇ ସୃଷ୍ଟି ହୋଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର୍ ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । କିଛି ସମୟରେ ଆତଙ୍କ ପରେ ଅଜ୍ଞାତଙ୍କୁ କାବୁ କରି ବାହାରକୁ ନେଇଥିଲେ ସୁରକ୍ଷାକର୍ମୀ । ଫଳରେ ଏହି କାରଣରୁ ୨ଟା ପର୍ଯ୍ୟନ୍ତ ବାଚସ୍ପତି ଲୋକସଭାକୁ ମୁଲତବି କରିଥିଲେ ।

ସଂସଦ ଭବନ ବାହାରେ ବି ୨ ଜଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ପୋଲିସ ଉଠାଇନେଇଥିଲା । ପରିବହନ ଭବନ ସାମ୍ନାରେ ବିକ୍ଷୋଭ ବେଳେ ଏହି ଘଟଣା ନଜରକୁ ଆସିଥିଲା । ୨ ଜଣଙ୍କ ଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କରିଥିଲା ପୋଲିସ ।