• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସଂସଦ ଭବନ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରାୟ ଅଠର ମାସ ତଳୁ ଯୋଜନା କରିଥିଲା ଲଲିତ । ତେବେ କିଏ ଏହି ଲଳିତ ଝା .. ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି ।

ବିହାର ବାସିନ୍ଦା ଲଳିତ ବର୍ତ୍ତମାନ କୋଲକାତାରେ ରହି ଶିକ୍ଷକତା କରୁଛି । ତେବେ ଏହି ଆକ୍ରମଣ ସହ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନର ହାତ ଅଛି କି ନାହିଁ, ଜଣା ପଡ଼ି ନାହିଁ । ବେରୋଜଗାର, ମଣିପୁର ହିଂସା, ଚାଷୀ ସମସ୍ୟା ଆଦି ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି କାଣ୍ତ ଭିଆଇଥିଲେ ବୋଲି ଅଭିଯୁକ୍ତମାନେ କହିଛନ୍ତି ।

ବର୍ତ୍ତମାନ ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ ହୋଇ ସାରିଛି । ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହା ଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସେ ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ଲଳିତକୁ ଗିରଫ କରିଛି ପୋଲିସ୍ ।

ଏହାପରେ ତାକୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି । ଘଟଣା ପରଠୁ ଫେରାର୍ ଥିଲା ଲଳିତ ଝା । ତାକୁ ଧରିବା ପାଇଁ ବ୍ୟାପକ ଖୋଳତାଡ଼ ଚଲାଇଥିଲା ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ । ଖାଲି ଏତିକି ନୁହେଁ ସଂସଦ ଭବନ ପରିସରରୁ ଧରାପଡ଼ିଥିବା ମୋଟ ୪ ଅଭିଯୁକ୍ତଙ୍କ ଫୋନ୍ ମଧ୍ୟ ସେ ନିଜ ପାଖରେ ରଖିଥିଲା । ସେଥିରୁ ସେ ସମସ୍ତ ତଥ୍ୟ ନଷ୍ଟ କରି ଦେଇଥିବା ଆଶଙ୍କା କରାଯାଉଛି । ଲଳିତ ଝା ହିଁ ଅନ୍ୟ ୫ ସହଯୋଗୀଙ୍କୁ ଭେଟିବା ପାଇଁ ଗୁରୁଗ୍ରାମ ଡକାଇଥିଲା ।

ପାର୍ଲାମେଣ୍ଟ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝାକୁ ଧରିବା ପାଇଁ ପଶ୍ଚିମବଙ୍ଗରେ ବି ଚାଲିଥିଲା ଛାନଭିନ୍ । ହାଲିସହର ବାସିନ୍ଦା ନୀଳାକ୍ଷ ଆଇଚ ସହ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ଫୋନରେ କଥା ହେବା ସହିତ, ବାରାକପୁର ପୋଲିସ କମିଶନରେଟର ଗୁଇନ୍ଦା ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ ।

କୁହାଯାଉଛି ଯେ, କଲେଜ ଛାତ୍ର ନୀଳାକ୍ଷ କୋଲକାତା ସେଣ୍ଟ୍ରାଲ ଆଭେନ୍ୟୁରେ ଚଳିତ ବର୍ଷ ଏପ୍ରିଲରେ ଲଳିତ ଝାକୁ ଭେଟିଥିଲେ । ବୁଧବାର ଲଳିତ ନୀଳାକ୍ଷଙ୍କ ହ୍ବାଟସଆପକୁ ପାର୍ଲାମେଣ୍ଟରେ ଧୂଆଁ ଛାଡ଼ିବାର ଏକ ଭିଡିଓ ପଠାଇବା ସହିତ ଜୟ ହିନ୍ଦ ବୋଲି ଲେଖିଥିଲେ ।