• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତନାଘନା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି । ଘଟଣାରେ କର୍ଣ୍ଣାଟକର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଅଟକ ବ୍ୟକ୍ତି ଜଣକ ହେଲେ ସାଇକ୍ରିଷ୍ଣା ଜାଗଲି, ସେ ପେସାରେ ଜଣେ ଇଂଜିନିୟର ହୋଇଥିବା ଜଣାପଡିଛି ।

ଅଭିଯୁକ୍ତ ମନୋରଂଜନଙ୍କର ସେ ବନ୍ଧୁ ହୋଇଥିବା ବେଳେ ସଂସଦ ସ୍ମୋକ୍ ଆଟାକ ଲିଙ୍କ୍ ରହିଛି ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ଅଟକ ଇଂଜିନିୟର ଯୁବକଙ୍କୁ ଜେରା ପାଇଁ ଦିଲ୍ଲୀ ଆଣୁଛି ପୋଲିସ । ସେପଟେ ମାମଲାରେ ପୂର୍ବରୁ ଗିରଫ ମନୋରଂଜନ, ଅମୋଲ, ସାଗର ଓ ନିଲମଙ୍କ ସମେତ ୬ ଅଭିଯୁକ୍ତଙ୍କ ଆଜି ରିମାଣ୍ଡ ସରୁଛି । ରିମାଣ୍ଡ ବେଳେ ସମସ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ସତ ଓଗାଳିଛି ପୋଲିସ ।

ଗତ ସପ୍ତାହରେ ସଂସଦରେ ବ୍ୟାପକ ସୁରକ୍ଷା ସତ୍ତ୍ୱେ ଗ୍ୟାସ ମାଡ଼ କରା ଯାଇଥିଲା । ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରେ ମନୋରଂଜନ ଅଛନ୍ତି । ଅଭିଯୁକ୍ତମାନେ ଆତଙ୍କବାଦ ନିରୋଧ ଆଇନ, ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସାଇକ୍ରିଷ୍ଣା ଏବଂ ମନୋରଂଜନ ବେଙ୍ଗାଲୁରୁ ସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ବ୍ୟାଚମେଟ୍ ଥିବା ସୂଚନା ।

ଗତ ବୁଧବାର ହୋଇଥିବା ସଂସଦରେ ସୁରକ୍ଷା ଉଲ୍ଲଂଘନ ମାମଲାରେ ଏପର୍ଯ୍ୟନ୍ତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି ଯେ, ସେମାନଙ୍କର ଉଦ୍ଦେଶ୍ୟ ମଣିପୁରର ଅଶାନ୍ତି, ବେକାରୀ ଏବଂ କୃଷକଙ୍କ ସମସ୍ୟା ପ୍ରତି ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ଥିଲା । ତେବେ ଏନେଇ ସବୁ ଦିଗରୁ ପୋଲିସ ତଦନ୍ତ କରୁଛି ।