/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720531641.jpg)
Mohan Majhi
ଭୁବନେଶ୍ବର ରସୁଲଗଡ଼ ଛକରେ ମହିଳାଙ୍କ ହାଇଡ୍ରାମା । ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଲେ ମହିଳା। ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍କେଡ୍ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍କେଡ୍ ଗଲା । ତେବେ ମହିଳା ଜଣକ କିଏ ଓ ସେ କାହିଁକି ଏଭଳି କାଣ୍ଡ କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି।
#ମହିଳାଙ୍କ_ହାଇଡ୍ରାମା#ମୁଖ୍ୟମନ୍ତ୍ରୀଙ୍କ_କାର୍କେଡ୍_ଅଟକାଇଲେ_ମହିଳା
ଭୁବନେଶ୍ବରର ରସୁଲଗଡ଼ ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଟକାଇଲେ ମହିଳା । ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍କେଡ୍ ।#CMO#MohanMajhi#OTV#Odishapic.twitter.com/Y3Ez7I2ljS— ଓଟିଭି (@otvkhabar) July 9, 2024
ଆଜି କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ରସୁଲଗଡ଼ ନିକଟରେ ଜଣେ ମହିଳା ତାଙ୍କ କାରକେଡ ସାମ୍ନାକୁ ହଠାତ ଚାଲିଆସିଥିଲେ। ମହିଳା ଜଣଙ୍କ ଏହି ସମୟରେ କାହା ସହ ଫୋନରେ କଥା ହେଉଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର ଆଗରେ ଆସୁଥିବା ପୋଲିସ ଗାଡ଼ି ଆଗକୁ ମହିଳା ଜଣଙ୍କ ଆସିଯିବାରୁ କାରକେଡ୍ କିଛି ସମୟ ପାଇଁ ଅଟକି ରହିଥିଲା ।
ଭାଇରାଲ ହୋଇଥିବା ଭିଡିଓରେ ନଜର ଆସୁଛି ଯେ, ଘଟଣା ସମୟରେ କୌଣସି ମହିଳା ପୋଲିସ ଉପସ୍ଥିତ ନଥିବାରୁ ମହିଳାଙ୍କ ଅନ୍ୟ ପୋଲିସମାନେ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ । କିଛି ସମୟରେ ପରେ ଲେଡି ପୋଲିସ ଆସି ଉକ୍ତ ମହିଳାଙ୍କୁ କାରକେଡ ସାମ୍ନାକୁ ହଟାଇ ରାସ୍ତା କଡରୁ ନେଇଥିଲା । ପରେ ମହିଳାଙ୍କ ପୋଲିସ ଉଠାଇନେବାର ସୂଚନା ମିଳୁଛି । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)