• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଃ ବାଃରେ ପ୍ରଶାସନ । ସ୍କୁଲରେ ପିଲା ସଂଖ୍ୟା ୨୩ ଆଉ ଶୌଚାଳୟ ସଂଖ୍ୟା ୧୩ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅନେକ ସମୟରେ ଦେଖାଯାଇଛି କି ସ୍କୁଲରେ ଶୌଚାଳୟ ନଥିବା କାରଣରୁ ପିଲାମାନେ ସ୍କୁଲ ଯାଉନାହାନ୍ତି । ହେଲେ ଇଏ ଏମିତି ଏକ ସ୍କୁଲ ଯେଉଁଠାରେ ୨ଜଣ ପିଲାଙ୍କ ପାଇଁ ପାଖାପାଖି ୨ ଲେଖାଏଁ ରହିଛି ଶୌଚାଳୟ ।

ଗଜପତି ମୋହନା ମର୍ଚିମା ପ୍ରାଥମିକ ବିଦ୍ୟାଳୟ । ଗାଁର ସମୁଦାୟ ୨୩ ଜଣ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠ ପଢୁଛନ୍ତି । ସ୍କୁଲଟି ବି କେଉଁ ଉପାନ୍ତ ଅଂଚଳରେ ନୁହେଁ ବରଂ ରାଜପଥକୁ ଲାଗିକି ରହିଛି । ତେଣୁ ସ୍କୁଲକୁ ଯିବାଆସିବା କରିବାକୁ କୌଣସି ଅସୁବିଧା ହେଉନଥିବ ଭାବୁଥିବେ । ହେଲେ ସ୍କୁଲକୁ କିନ୍ତୁ ପିଲାଙ୍କୁ ଛାଡିବାକୁ ରାଜି ହେଉନାହାନ୍ତି ଅଭିଭାବକ । କାରଣ ସ୍କୁଲରେ ପାଚେରୀ ନାହିଁ ।

ସ୍କୁଲ ପାଖରେ ୩୨୬ ନଂ ଜାତୀୟ ରାଜପଥ ଯାଇଥିବାରୁ ଅନବରତ ଗାଡିମଟର ଯାତାୟାତ କରୁଥିବାରୁ ପାଦେ ପାଦେରେ ବିପଦ ରହିଛି । ତେଣୁ ପିଲାଙ୍କୁ ସ୍କୁଲକୁ ଛାଡିବାକୁ ସହଜରେ ରାଜି ହେଉନାହାନ୍ତି ଅଭିଭାବକ । ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଜଣାଯାଇଛି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ସେପଟେ ବିଇଓ କହିଛନ୍ତି,ପାଚେରୀ ସମ୍ପର୍କରେ ପଞ୍ଚାୟତକୁ ଅବଗତ କରାଯାଇଛି । ସରପଞ୍ଚ ଓ ବିଡ଼ିଓଙ୍କ ସହ ଆଲୋଚନା କରି ଖୁବଶୀଘ୍ର ପାଚେରୀ ନିର୍ମାଣ ଶେଷ ହେବ ।

 

  • Reported by:
  • Mihir Jati