Advertisment

କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ପ୍ରଦର୍ଶନ, ଶୋଭା ବଢ଼ାଇଲା ଓଡ଼ିଶା ପ୍ରଜ୍ଞାପନ ମେଢ଼

କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ପ୍ରଦର୍ଶନ କରିଛି ଭାରତୀୟ ସେନା। ସେନାର ଏମଆଇ-୧୭ହେଲିକପ୍ଟର ପ୍ଲାଇପ୍ଲାଷ୍ଟ କରିଛି। ଫ୍ରାନ୍ସ ସେନାର ଏକ ଟିମ ମ୍ୟୁଜିକ ବ୍ୟାଣ୍ଡ ସହ ମାର୍ଚ୍ଚ କରିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha’s tableau

Odisha’s tableau

ଦେଶ ପାଳୁଛି ୭୫ ତମ ଗଣତନ୍ତ୍ର ଦିବସ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ। ସବୁଠି ଜାତୀୟତା ଭାବ, ସବୁଠି ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପର୍ବକୁ ପାଳନ କରିବାକୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ  ଉପସ୍ଥିତ ରହିଥିଲେ ।

Advertisment

୭୫ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ପ୍ରଦର୍ଶନ କରିଛି ଭାରତୀୟ ସେନା। ସେନାର ଏମଆଇ-୧୭ ହେଲିକପ୍ଟର ପ୍ଲାଇପ୍ଲାଷ୍ଟ କରିଛି । ସେହିପରି ଫ୍ରାନ୍ସ ସେନାର ଏକ ଟିମ୍‌ ମ୍ୟୁଜିକ ବ୍ୟାଣ୍ଡ ସହ ମାର୍ଚ୍ଚ କରିଛି । ତେବେ ଏହି ଅବସରରେ କର୍ତ୍ତବ୍ୟ ପଥରେ ଶୋଭା ବଢ଼ାଇଛି ଓଡ଼ିଶା ପ୍ରଜ୍ଞାପନ ମେଢ଼ । ଯାହାର ଥିମ୍ ରହିଥିଲା 'ବିକଶିତ ଭାରତରେ ନାରୀ ସଶକ୍ତୀକରଣ'। ସେହିପରି ଅରୁଣାଚଳ ପ୍ରଦେଶ, ହରିୟାଣା, ଛତିଶଗଡ଼ର ପ୍ରଜ୍ଞାପନ ମେଢ଼ ମଧ୍ୟ ଏହି ପରେଡ୍‌ରେ ସ୍ଥାନିତ ହୋଇଛି। ରାଜସ୍ଥାନ, ଆନ୍ଧ୍ର, ଲଦାଖ, ମହାରାଷ୍ଟ୍ର, ଗୁଜରାଟ ପ୍ରଜ୍ଞାପନ ମେଢ଼ର ଝଲକ ଦେଖିବାକୁ ମିଳିଛି। ଅଯୋଧ୍ୟାର ରାମଲାଲାଙ୍କୁ ନେଇ ୟୁପିର ପ୍ରଜ୍ଞାପନ ମେଢ଼ ମଧ୍ୟ ଗଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇଥିଲା ।

Delhi President Republic Day Parade Delhi Republic Day Parade
Advertisment
Advertisment